Advertisment

ଆଜି ମହାଶିବରାତ୍ରୀ, ଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ୱର: ଆଜି ମହାଶିବରାତ୍ରୀ। ମହାଦେବଙ୍କୁ ଦର୍ଶନ କରି ଉଜାଗର ରହିବେ ଶ୍ରଦ୍ଧାଳୁ। ସକାଳେ ବିଭିନ୍ନ ଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଶ୍ରଦ୍ଧାଳୁମାନେ ଲମ୍ବା ଧାଡିରେ ଯାଇ ମହାଦେବଙ୍କ ଦର୍ଶନ କରୁଛନ୍ତି। ଶିବରାତ୍ରୀ ପାଇଁ ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜାଗର ପାଇଁ ଆଲୋକମାଳାରେ ଝଲସୁଛି ଲିଙ୍ଗରାଜ ମନ୍ଦିର।  ଭକ୍ତମାନେ ଯେମିତି ଶୃଙ୍ଖଳିତ ଭାବେ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ, ସେଥିଲାଗି ମନ୍ଦିରରେ ସ୍ୱତନ୍ତ୍ର ବ୍ୟାରିକେଟ୍ କରାଯାଇଛି। ଏହାସହ ମନ୍ଦିରର ଶୃଙ୍ଖଳିତ ନୀତିକାନ୍ତି ଉପରେ ବିଶେଷ ଗୁରୁତ୍ୱ […]

ଅଦ୍ୟତନ ହୋଇଛି
ଆଜି ମହାଶିବରାତ୍ରୀ, ଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼

siba

Advertisment

ଭୁବନେଶ୍ୱର: ଆଜି ମହାଶିବରାତ୍ରୀ। ମହାଦେବଙ୍କୁ ଦର୍ଶନ କରି ଉଜାଗର ରହିବେ ଶ୍ରଦ୍ଧାଳୁ। ସକାଳେ ବିଭିନ୍ନ ଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଶ୍ରଦ୍ଧାଳୁମାନେ ଲମ୍ବା ଧାଡିରେ ଯାଇ ମହାଦେବଙ୍କ ଦର୍ଶନ କରୁଛନ୍ତି। ଶିବରାତ୍ରୀ ପାଇଁ ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Advertisment

ଜାଗର ପାଇଁ ଆଲୋକମାଳାରେ ଝଲସୁଛି ଲିଙ୍ଗରାଜ ମନ୍ଦିର।  ଭକ୍ତମାନେ ଯେମିତି ଶୃଙ୍ଖଳିତ ଭାବେ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ, ସେଥିଲାଗି ମନ୍ଦିରରେ ସ୍ୱତନ୍ତ୍ର ବ୍ୟାରିକେଟ୍ କରାଯାଇଛି। ଏହାସହ ମନ୍ଦିରର ଶୃଙ୍ଖଳିତ ନୀତିକାନ୍ତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିବା ଲିଙ୍ଗରାଜ ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ର କହିଛନ୍ତି। ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି।

ଜାଗର ପାଇଁ ରାଉରକେଲାର ବେଦବ୍ୟାସରେ ଥିବା ଚନ୍ଦ୍ରଶେଖର ମନ୍ଦିରରରେ ବ୍ୟାପକ ଆୟୋଜନ କରାଯାଇଛି। ଶ୍ରଦ୍ଧାଳୁଙ୍କ ସ୍ନାନ ପାଇଁ ବ୍ରାହ୍ମଣୀ ନଦୀ କୂଳରେ ବ୍ୟାରିକେଟ୍  ସହ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା କରାଯାଇଥିବା ବ୍ରାହ୍ମଣୀ ତରଙ୍ଗ ଥାନା ଆଇଆଇସି ମହେନ୍ଦ୍ର କୁମାର ପ୍ରଧାନ କହିଛନ୍ତି।

Advertisment

କଟକ ଜିଲ୍ଲାର ଆଠଗଡ଼ ଧବଳେଶ୍ୱର ପୀଠ ଓ ସମ୍ୱଲପୁର  ଜିଲ୍ଲାର ହୁମାରେ ଥିବା ପ୍ରସିଦ୍ଧ ବକ୍ର ଶିବ ମନ୍ଦିରରେ  ମଧ୍ୟ ଜାଗର ଯାତ୍ରା ଲାଗି ପ୍ରସ୍ତୁତି ସରିଯାଇଛି।

ସେହିପରି ପୁରୀ ଲୋକନାଥ ମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ପ୍ରଭୁ ଚନ୍ଦ୍ରଶେଖର ତଥା ଭଣ୍ଡାର ରକ୍ଷକ ଲୋକନାଥ ଦେବ ଲୋକନାଥ ମନ୍ଦିରକୁ ବିଜେ କରିବାର ପରମ୍ପରା ରହିଛି।

ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣୀଙ୍କ ଧାମ ଚଳଚଞ୍ଚଳ ରହିଛି। ସକାଳୁ ସକାଳୁ ବାବାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି। ରୀତିନୀତି ସୁରୁଖୁରୁରେ ସମ୍ପାଦନ ହେବା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପାନୀୟଜଳ, ପରିମଳ ଓ ଆଲୋକ ବ୍ୟବସ୍ଥା କରାଯାଇଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମନ୍ଦିର ପାର୍ଶ୍ୱରେ ପ୍ରଥମ ଥର ପାଇଁ ୧୨ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଶ୍ରଦ୍ଧାଳୁମାନେ ଯେପରି ବାବାଙ୍କ ସୁନାବେଶ ଓ ମହାଦୀପ ଦର୍ଶନ କରିପାରିବେ ସେଥିପାଇଁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ଭୋର ୫ଟାରେ ମହାଦୀପ ଉଠିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe