Advertisment

ଆଜି ଭୁବନେଶ୍ୱରରେ ନବ ନିର୍ମାଣ କୃଷକ ସଙ୍ଗଠନର ଚାଷୀ ସମାବେଶ

ଭୁବନେଶ୍ୱର: ଚାଷୀଙ୍କୁ ପ୍ରେଷ୍ଟିଜ୍, ପ୍ରାଇସ୍ ଓ ପେନସନ୍ ଦାବିରେ ନବ ନିର୍ମାଣ କୃଷକ ସଙ୍ଗଠନ ବୁଧବାରଠାରୁ ଆନ୍ଦୋଳନ ଆରମ୍ଭ କରିଛି। ଗତକାଲି ସକାଳେ କଟକ ରେଲୱେ ଷ୍ଟେସନ୍‌ଠାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶହ ଶହ ଚାଷୀ ଏକାଠି ହୋଇଥିଲେ । ଏଠାରୁ ଏକ ବିରାଟ ଶୋଭାଯାତ୍ରା ରାଜଧାନୀ ଅଭିମୁଖେ ଯାଇଥିଲେ। ରାଜ୍ୟର ୩୬ ଲକ୍ଷ ଚାଷୀଙ୍କ ପାଇଁ ମାସିକ ୫ ହଜାର ଟଙ୍କା ଲେଖାଏଁ ସୁରକ୍ଷା ଭତ୍ତା, ଚାଷୀ ଆତ୍ମହତ୍ୟାକୁ ସରକାର ସ୍ୱୀକାର କରି ଆତ୍ମହତ୍ୟା […]

ଅଦ୍ୟତନ ହୋଇଛି
ଆଜି ଭୁବନେଶ୍ୱରରେ ନବ ନିର୍ମାଣ କୃଷକ ସଙ୍ଗଠନର ଚାଷୀ ସମାବେଶ

chasi-rally

Advertisment

ଭୁବନେଶ୍ୱର: ଚାଷୀଙ୍କୁ ପ୍ରେଷ୍ଟିଜ୍, ପ୍ରାଇସ୍ ଓ ପେନସନ୍ ଦାବିରେ ନବ ନିର୍ମାଣ କୃଷକ ସଙ୍ଗଠନ ବୁଧବାରଠାରୁ ଆନ୍ଦୋଳନ ଆରମ୍ଭ କରିଛି। ଗତକାଲି ସକାଳେ କଟକ ରେଲୱେ ଷ୍ଟେସନ୍‌ଠାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶହ ଶହ ଚାଷୀ ଏକାଠି ହୋଇଥିଲେ । ଏଠାରୁ ଏକ ବିରାଟ ଶୋଭାଯାତ୍ରା ରାଜଧାନୀ ଅଭିମୁଖେ ଯାଇଥିଲେ। ରାଜ୍ୟର ୩୬ ଲକ୍ଷ ଚାଷୀଙ୍କ ପାଇଁ ମାସିକ ୫ ହଜାର ଟଙ୍କା ଲେଖାଏଁ ସୁରକ୍ଷା ଭତ୍ତା, ଚାଷୀ ଆତ୍ମହତ୍ୟାକୁ ସରକାର ସ୍ୱୀକାର କରି ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ସହାୟତା, ଚାଷୀଙ୍କୁ ସେମାନଙ୍କ ଉଚିତ୍ ମୂଲ୍ୟ ପ୍ରଦାନ ଆଦି ଦାବି ନେଇ ଚାଷୀମାନେ ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି।

Advertisment

ଆନ୍ଦୋଳନକାରୀ ଚାଷୀମାନେ ଗତକାଲି ହଂସପାଳଠାରେ ରାତ୍ରି ଯାପନ କରିଥିଲେ। ଆଜି ଶୋଭାଯାତ୍ରାରେ ଲୋୟର ପିଏମ୍‌ଜିଠାରେ ପହଞ୍ଚିବା ପରେ ଏକ ବିଶାଳ ଚାଷୀ ସମାବେଶ କରାଯିବ। ସେହିପରି ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇଥିବା ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe