Advertisment

ନାଇଜର ପାଇଁ ପ୍ରବେଶିକା ପରୀକ୍ଷା ଶେଷ

ଭୁବନେଶ୍ୱର: ଭୁବନେଶ୍ୱର ନାଇଜରର ୧୩୦ଟି ସିଟ୍‌ ପାଇଁ ଆଜି ପ୍ରବେଶିକା ପରୀକ୍ଷା ନ୍ୟାସନାଲ ଏଲିଜିବିଲିଟି ସ୍କ୍ରିନିଂ ଟେଷ୍ଟ ବା ନେଷ୍ଟ ଅନୁଷ୍ଠିତ ହୋଇଯାଇଛି। ସାରା ଦେଶରେ ୫୪ ସହରରେ ୧୦୨ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହୋଇଛି। ଓଡ଼ିଶାର ଭୁବନେଶ୍ୱର ସମେତ ୮ଟି ସହରର ୧୪ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା। ନାଇଜରର ୪ଟି ବିଭାଗରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ ଏମ୍‌ଏସ୍‌ସି ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀମାନେ ଏହି ନେଷ୍ଟ ପରୀକ୍ଷା ଦେଇଛନ୍ତି। ଏଥିପାଇଁ ସାରା ଦେଶରୁ ୫୪,୫୦୦ ଛାତ୍ରଛାତ୍ରୀ ଆବେଦନ […]

ଅଦ୍ୟତନ ହୋଇଛି
ନାଇଜର ପାଇଁ ପ୍ରବେଶିକା ପରୀକ୍ଷା ଶେଷ

najar

Advertisment

ଭୁବନେଶ୍ୱର: ଭୁବନେଶ୍ୱର ନାଇଜରର ୧୩୦ଟି ସିଟ୍‌ ପାଇଁ ଆଜି ପ୍ରବେଶିକା ପରୀକ୍ଷା ନ୍ୟାସନାଲ ଏଲିଜିବିଲିଟି ସ୍କ୍ରିନିଂ ଟେଷ୍ଟ ବା ନେଷ୍ଟ ଅନୁଷ୍ଠିତ ହୋଇଯାଇଛି। ସାରା ଦେଶରେ ୫୪ ସହରରେ ୧୦୨ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହୋଇଛି। ଓଡ଼ିଶାର ଭୁବନେଶ୍ୱର ସମେତ ୮ଟି ସହରର ୧୪ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା।

Advertisment

ନାଇଜରର ୪ଟି ବିଭାଗରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ ଏମ୍‌ଏସ୍‌ସି ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀମାନେ ଏହି ନେଷ୍ଟ ପରୀକ୍ଷା ଦେଇଛନ୍ତି।

ଏଥିପାଇଁ ସାରା ଦେଶରୁ ୫୪,୫୦୦ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସକାଳ ୧୦ଟାରେ ପରୀକ୍ଷା ଆରମ୍ଭ ହୋଇଥିଲା। ତେବେ ଏହାର ଘଣ୍ଟାଏ ପୂର୍ବରୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିଥିଲେ। ପରୀକ୍ଷାର ସୁପରିଚାଳନା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପରୀକ୍ଷା କେନ୍ଦ୍ର ମଧ୍ୟକୁ ପେନ୍‌ ଓ ପେନସିଲ ବ୍ୟତୀତ ଅନ୍ୟ କୌଣସି ସାମଗ୍ରୀ ନେବାକୁ ବାରଣ କରାଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe