Advertisment

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବରଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଆସୁଛନ୍ତି। ଆଜି ସେ ବରଗଡ଼ରେ ଚାଷୀ ସମାବେଶରେ ଯୋଗ ଦେବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମୋଦିଙ୍କ ସହିତ ୩ କେନ୍ଦ୍ରମନ୍ତ୍ରୀ ବି ସମାବେଶରେ ସାମିଲ ହେବେ। ବରଗଡ଼ରେ ଚାଷୀ ସମାବେଶ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ଏଥିପାଇଁ ପୁରା ରାଜ୍ୟ ବିଜେପି ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ପୁରା ବରଗଡ଼ ସହରରେ ଦେଖାଦେଇଛି ମୋଦି ମାନିଆ। ସହର ସାରା ଛାଇ ଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]

ଅଦ୍ୟତନ ହୋଇଛି
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

modi at baragard

Advertisment

ବରଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଆସୁଛନ୍ତି। ଆଜି ସେ ବରଗଡ଼ରେ ଚାଷୀ ସମାବେଶରେ ଯୋଗ ଦେବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମୋଦିଙ୍କ ସହିତ ୩ କେନ୍ଦ୍ରମନ୍ତ୍ରୀ ବି ସମାବେଶରେ ସାମିଲ ହେବେ। ବରଗଡ଼ରେ ଚାଷୀ ସମାବେଶ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ଏଥିପାଇଁ ପୁରା ରାଜ୍ୟ ବିଜେପି ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ପୁରା ବରଗଡ଼ ସହରରେ ଦେଖାଦେଇଛି ମୋଦି ମାନିଆ। ସହର ସାରା ଛାଇ ଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଟିମ୍‌ର ବଡ ବଡ ହୋଡିଂ, ବ୍ୟାନର ଓ ପୋଷ୍ଟର। ଚାରିଆଡ଼େ ପୋଲିସ ଛାଉଣୀରେ ପରିଣତ ହୋଇଛି।

Advertisment

ଗତକାଲି କାରକେଡ୍‌ ମକଡ୍ରିଲ୍ ବି ହୋଇଛି। ପୁରା ଅଞ୍ଚଳରେ ୬୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିଛନ୍ତି। ତା’ ଛଡା ସ୍ପେଶାଲ ପ୍ରୋଟେକ୍ଟସନ୍ ଗ୍ରୁପ୍ ବା ଏସପିଜି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ମୁତୟନ ରହିବେ।

ଅନ୍ୟପକ୍ଷରେ ସର୍କସ ପଡିଆରେ ପ୍ରାୟ ୩୫ ଏକର ପରିମିତ ସ୍ଥାନରେ ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ସଭାସ୍ଥଳରେ ୨ଟି ମଞ୍ଚ କରାଯାଇଛି। ବିଜେପିର ନେତା ପ୍ରତାପ ଷଡଙ୍ଗୀ କହିଛନ୍ତି ଯେ, ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୩ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍, ଧର୍ମେନ୍ଦ୍ର ପ୍ରଧାନ ଓ ରାଧାମୋହନ ସିଂହ ଉପସ୍ଥିତ ରହିବେ। ଅନ୍ୟମଞ୍ଚରେ ରାଜ୍ୟ ବିଜେପିର ନେତାମାନେ ବସିବେ ବୋଲି କହିଛନ୍ତି।  ମୋଦିଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି କ୍ୟାମ୍ପ ବି ଚଳଚଞ୍ଚଳ। ବରଗଡରେ ଦଳର ହେଭିୱେଟ୍ ନେତା ଡେରା ପକାଇଛନ୍ତି। କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡରେ ପହଞ୍ଚିଛନ୍ତି। ଆନ୍ତଃରାଜ୍ୟ କୃଷି ଓ ଉଦ୍ୟାନ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ।

Advertisment

ଅନ୍ୟପକ୍ଷରେ ଏହି ସମାବେଶରେ ଯୋଗଦେବେ ନାହିଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଏନେଇ ଗତକାଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପିର ବରିଷ୍ଠ ନେତା ସଜ୍ଜନ ଶର୍ମା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe