Advertisment

ଘରେ ପ୍ରସ୍ତୁତ କରନ୍ତୁ 'ଆଳୁ ପାଉଁରୁଟି'

ଆବଶ୍ୟକୀୟ ସାମଗ୍ରୀ- ପାଉଁରୁଟି, ଆଳୁ, ଧନିଆ ପତ୍ର, ଜିରାଗୁଣ୍ଡ, କଞ୍ଚାଲଙ୍କା ଏବଂ ପିଆଜ କଟା। ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଆଳୁକୁ ସିଝାଇ ତାକୁ ଚକଟି ଦେବେ ଏବଂ ପାଉଁରୁଟି ଗୁଡିକୁ ପାଣିରେ ବତୁରାଇ ଚିପୁଡି ପାଣି ବାହାର କରି ଦେବେ। ଏବେ ଉଭୟକୁ ମିଶାଇ ଦିଅନ୍ତୁ। ସେଥିରେ ଲୁଣ, ଜିରାଗୁଣ୍ଡ, କଞ୍ଚାଲଙ୍କା, ପିଆଜ ଓ ଧନିଆ ପତ୍ର ପକାନ୍ତୁ। ତା’ପରେ କଡେଇରେ ତେଲ ଗରମ କରନ୍ତୁ। ମିଶାଇ ରଖିଥିବା ପାଉଁରୁଟି ଆଳୁ ମସଲାକୁ ଗୋଲ ଗୋଲ କରିଦିଅନ୍ତୁ। […]

author-image
Rakesh Mallick
ଘରେ ପ୍ରସ୍ତୁତ କରନ୍ତୁ 'ଆଳୁ ପାଉଁରୁଟି'

bread_potato_rolls

ଆବଶ୍ୟକୀୟ ସାମଗ୍ରୀ-ପାଉଁରୁଟି, ଆଳୁ, ଧନିଆ ପତ୍ର, ଜିରାଗୁଣ୍ଡ, କଞ୍ଚାଲଙ୍କା ଏବଂ ପିଆଜ କଟା।

Advertisment

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଆଳୁକୁ ସିଝାଇ ତାକୁ ଚକଟି ଦେବେ ଏବଂ ପାଉଁରୁଟି ଗୁଡିକୁ ପାଣିରେ ବତୁରାଇ ଚିପୁଡି ପାଣି ବାହାର କରି ଦେବେ। ଏବେ ଉଭୟକୁ ମିଶାଇ ଦିଅନ୍ତୁ। ସେଥିରେ ଲୁଣ, ଜିରାଗୁଣ୍ଡ, କଞ୍ଚାଲଙ୍କା, ପିଆଜ ଓ ଧନିଆ ପତ୍ର ପକାନ୍ତୁ। ତା'ପରେ କଡେଇରେ ତେଲ ଗରମ କରନ୍ତୁ। ମିଶାଇ ରଖିଥିବା ପାଉଁରୁଟି ଆଳୁ ମସଲାକୁ ଗୋଲ ଗୋଲ କରିଦିଅନ୍ତୁ। ଏବେ କଡେଇରେ ଗରମ ଥିବା ତେଲରେ ସେସବୁ ଛାଣନ୍ତୁ। ଛାଣି ସାରିବା ପରେ ଏହାକୁ ଟମାଟୋ ସସ୍ ସହିତ ଖାଆନ୍ତୁ।