Advertisment

ଆମ ଘର ଥିଲା ଫେରାର ସ୍ୱାଧୀନତା ସଂଗ୍ରାମୀଙ୍କ ଅମରାବତୀ: ଗୀତା ମେହେଟ୍ଟା

ଭୁବନେଶ୍ୱର: ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ସ୍ୱାଧୀନତା ସଂଗ୍ରାମ ସମୟର କିଛି ଅଜଣା କଥାକୁ ଏକ ଲେଖା ମାଧ୍ୟମରେ ପ୍ରକାଶ କରିଛନ୍ତି ତାଙ୍କ ଝିଅ ଗୀତା ମେହେଟ୍ଟା। ‘ଉତ୍କଳ ପ୍ରସଙ୍ଗ’ର ଏପ୍ରିଲ-୨୦୧୬ ସଂଖ୍ୟାରେ ‘ମୋ ବାପା’ ଶୀର୍ଷକରେ ଏହା ପ୍ରକାଶିତ ହୋଇଛି। ଗୀତା ଏଥିରେ ଉଲ୍ଲେଖ କରିଛନ୍ତି, “ଦିଲ୍ଲୀରେ ରହୁଥିବା ବେଳେ ମୋ ବାପାମାଆ ପୋଲିସ ନଜରରୁ ଆତ୍ମଗୋପନ କରିବାକୁ ଚାହୁଁଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ଆମ ଘରେ ଆଶ୍ରୟ ଦେଉଥିଲେ। ଏଥିପାଇଁ ଜଣେ ବିଦେଶୀ ସ୍ୱାଧୀନତା ସଂଗ୍ରାମୀ ଆମ […]

ଅଦ୍ୟତନ ହୋଇଛି
ଆମ ଘର ଥିଲା ଫେରାର ସ୍ୱାଧୀନତା ସଂଗ୍ରାମୀଙ୍କ ଅମରାବତୀ: ଗୀତା ମେହେଟ୍ଟା

gita-mehetta

Advertisment

ଭୁବନେଶ୍ୱର: ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ସ୍ୱାଧୀନତା ସଂଗ୍ରାମ ସମୟର କିଛି ଅଜଣା କଥାକୁ ଏକ ଲେଖା ମାଧ୍ୟମରେ ପ୍ରକାଶ କରିଛନ୍ତି ତାଙ୍କ ଝିଅ ଗୀତା ମେହେଟ୍ଟା। ‘ଉତ୍କଳ ପ୍ରସଙ୍ଗ’ର ଏପ୍ରିଲ-୨୦୧୬ ସଂଖ୍ୟାରେ ‘ମୋ ବାପା’ ଶୀର୍ଷକରେ ଏହା ପ୍ରକାଶିତ ହୋଇଛି। ଗୀତା ଏଥିରେ ଉଲ୍ଲେଖ କରିଛନ୍ତି, “ଦିଲ୍ଲୀରେ ରହୁଥିବା ବେଳେ ମୋ ବାପାମାଆ ପୋଲିସ ନଜରରୁ ଆତ୍ମଗୋପନ କରିବାକୁ ଚାହୁଁଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ଆମ ଘରେ ଆଶ୍ରୟ ଦେଉଥିଲେ। ଏଥିପାଇଁ ଜଣେ ବିଦେଶୀ ସ୍ୱାଧୀନତା ସଂଗ୍ରାମୀ ଆମ ଘରକୁ ଫେରାର୍‌ମାନଙ୍କ ଅମରାବତୀ ବୋଲି ନାଁ ଦେଇଥିଲେ।”

Advertisment

ସେ ଆହୁରି ଲେଖିଛନ୍ତି, “ମୋ ବାପା ଉଗ୍ର ଜାତୀୟତାବାଦ ପାଇଁ ଗିରଫ ହୋଇଥିଲେ, ଯାହାର କାରଣ ଥିଲା ପିସ୍ତଲ। ସେ ଜେଲ୍‌ ଯିବା ବେଳେ ମାଆଙ୍କୁ ପିସ୍ତଲ୍‌ ସବୁ ଫିଙ୍ଗି ଦେବାକୁ କହିଥିଲେ। ମାଆ ମଧ୍ୟ ସେଗୁଡିକୁ ଏକ ତକିଆ ଖୋଳରେ ପୁରାଇ ଦୂର ସ୍ଥାନକୁ ଫିଙ୍ଗି ଦେଇଥିଲେ। ବାପା ଜେଲ୍‌ରେ ଥିବା ବେଳେ ପ୍ରାୟ ୪ବର୍ଷ ପର୍ଯ୍ୟନ୍ତ ମାଆ ମୋତେ ଓ ସାନ ଭାଇଙ୍କୁ ଧରି ଜେଲ୍‌ ଯାଇ ଗୁପ୍ତ ଚିଠି ସବୁ ଦେଉଥିଲେ। ଏଗୁଡିକୁ ସେ ମୋ ଭାଇଙ୍କ ଜୋତା ଭିତରେ ଭର୍ତ୍ତି କରି ନେଉଥିଲେ। କିଛିଦିନ ପରେ ବାପା ଜେଲ୍‌ରୁ ଡେଇଁ ଖସି ଆସିଥିଲେ। ଜେଲ୍‌ରୁ ଡେଇଁବା ବେଳେ ତାଙ୍କ ହାତ ଭାଙ୍ଗି ଯାଇଥିଲା। ଏଥିପାଇଁ ତାଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ହାତ ଟେକି ରଖିବାକୁ ପଡିଥିଲା। ବାପା ଡେଙ୍ଗା ହୋଇଥିବାରୁ ଧରାପଡିଗଲେ ଜେଲରୁ ଖସି ଆସିବା ଅଭିଯୋଗରେ ଦେଶାନ୍ତର ଦଣ୍ଡ ଭୋଗି ପାରନ୍ତି ବୋଲି ଭାବି ମାଆ ସବୁ ବେଳେ ଡରୁଥିଲେ।”

ତାଙ୍କ ବାପା ସେ ସମୟରେ ଜାଲ୍‌ ନୋଟ୍‌ ଛାପିବାକୁ ଚିନ୍ତା କରିଥିଲେ। ପ୍ରଚୁର ଜାଲ୍‌ ନୋଟ ଛାପି ଉପମହାଦେଶରେ ବିଛାଇ ଦେଲେ ବ୍ରିଟିସ୍‌ ରାଜ୍‌ର ପତନ ନିଶ୍ଚିତ ବୋଲି ବାପା ସ୍ଥିର ନିଶ୍ଚିତ ଥିଲେ ବୋଲି ସେ ତାଙ୍କ ଲେଖାରେ ଉଲ୍ଲେଖ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe