Advertisment

ଦରମା ବଢ଼ିବା ପରେ ବି ଅଙ୍ଗନବାଡ଼ି କର୍ମୀଙ୍କ ଥମୁନି ଅସନ୍ତୋଷ: କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିଲେ

କୋରାପୁଟ: ଦରମା ବଢ଼ିବା ସତ୍ତ୍ୱେ ଅଙ୍ଗନବାଡ଼ି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଥମିବାର ନାଁ ନେଉନାହିଁ। ଆଜି ଶତାଧିକ କର୍ମୀ କୋରାପୁଟ ଜିଲ୍ଲାପାଳଙ୍କ ଅଫିସରେ ଧସେଇ ପଶିଥିଲେ। ଅଲ୍‌ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ଓ୍ୱାର୍କର୍ସ ଆସୋସିଏସନର ସଦସ୍ୟ ବର୍ଦ୍ଧିତ ଦରମାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶି ଯାଇଥିଲେ।

ଗତକାଲି ମୁଖ୍ୟମନ୍ତ୍ରୀ ଅଙ୍ଗନବାଡ଼ି  କର୍ମଚାରୀଙ୍କ ଦରମା ବଢ଼ାଇଥିଲେ। ସବୁ କର୍ମଚାରୀଙ୍କ ୫୦ ପ୍ରତିଶତ ଦରମା ବଢ଼ାଯାଇଥିଲା। ଏହା ସତ୍ତ୍ୱେ  କର୍ମୀ ଏବଂ ସହାୟିକା ଅସନ୍ତୁଷ୍ଟ ରହିଛନ୍ତି। ଅନ୍ୟପକ୍ଷରେ ୧୨ ଦଫା ଦାବି ପୂରଣ ନେଇ ଅଡ଼ି ବସିଛି ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ଓ୍ୱାର୍କର୍ସ ଆସୋସିଏସନ୍।  ୩୬ ଦିନ ଧରି ରାଜ୍ୟରେ ପ୍ରତି  ଜିଲ୍ଲା ଓ ରାଜଧାନୀରେ ଆନ୍ଦୋଳନ କରି ଆସୁଛି। ସରକାର ସେମାନଙ୍କ ୧୨ ଦଫା ଦାବିପୂରଣ ନକରିବା ଯାଏଁ ସେମାନେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ଅଙ୍ଗନବାଡି କର୍ମୀଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାରକୁ ପ୍ରଶ୍ନ କରିଛି ବିଜେଡି। ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ବିଜେପି ଶାସିତ ରାଜ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ଦରମା କେତେ। ୟୁପି, ଗୁଜରାଟ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କେତେ ଦରମା ପାଉଛନ୍ତି ଅଙ୍ଗନବାଡ଼ି କର୍ମୀ। କେଉଁ ରାଜ୍ୟ କେତେ ଦରମା ଦେଉଛନ୍ତି ବିଜେପି ସ୍ପଷ୍ଟ କରିବ କି? ମା, ଭଉଣୀଙ୍କୁ ବିଭ୍ରାନ୍ତ କରିବାକୁ ବିଜେପି ଅପପ୍ରଚାର କରୁଛି।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe