Advertisment

ନାଲକୋ କର୍ମଚାରୀଙ୍କ ୨୪ ଘଣ୍ଟିଆ ଆନ୍ଦୋଳନ

ଅନୁଗୋଳ: ନାଲ୍‌କୋରୁ ପୁଞ୍ଜି ପ୍ରତ୍ୟାହାର ପ୍ରସ୍ତାବକୁ ବିରୋଧ କରି ଅନୁଗୋଳ ସ୍ଥିତ ନାଲକୋ ଆଗରେ ୨୪ ଘଣ୍ଟିଆ ଆନ୍ଦୋଳନ କରୁଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ। କେନ୍ଦ୍ର ସରକାର ନାଲକୋରୁ ୧୦ ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର ପାଇଁ ପୁଣି ଥରେ ଯୋଜନା କରୁଥିବାରୁ ଶ୍ରମିକ ସଙ୍ଗଠନଗୁଡ଼ିକ ପକ୍ଷରୁ ଏହାକୁ ଜୋରଦାର ବିରୋଧ କରାଯାଇଛି। ନାଲକୋ ସ୍ମେଲ୍‌ଟର ଓ କ୍ୟାପଟିଭ୍ ପାଓ୍ୱାର ପ୍ଲାଣ୍ଟରେ କାର୍ଯ୍ୟରତ ସମସ୍ତ ସ୍ଥାୟୀ, ଅସ୍ଥାୟୀ ଓ ଠିକା କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

[vc_video link=" " align="center"]

ସେହିଭଳି ଆଇଏନ୍‌ଟିୟୁସି, ସିଆଇଟିୟୁ, ବିଏମ୍‌ଏସ୍‌, ଏଚ୍‌ଏମ୍‌ଏସ୍‌ ଭଳି ସବୁ ଶ୍ରମିକ ସଂଗଠନ ବି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ନାଲକୋ ଅଫିସର୍ସ ଆସୋସିଏସନ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଛି। ଗତବର୍ଷ ନାଲକୋରୁ ସରକାର ୯.୨ ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର କରିଥିଲେ। ତେବେ ଏ ବର୍ଷ ପୁଣି ପୁଞ୍ଜି ପ୍ରତ୍ୟାହାର ପାଇଁ ଚକ୍ରାନ୍ତ କରାଯାଉଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି।

author-image
Ordigital Desk