Advertisment

ପୁଣି ଏକ ରାପ୍‌ ସଙ୍ଗ୍ ନେଇ ଆସିଲେ ସମୀର: ‘ମୁଁ ହେଲି ଓଡ଼ିଆ’ ଗୀତରେ ପଖାଳ ଠାରୁ ପର୍ଯ୍ୟଟନର ଝଲକ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ଗୀତରେ ଗୀତରେ ଓଡ଼ିଆ ପରମ୍ପରା ଓ ସଂସ୍କୃତିର  କଥା।  ଆଉ ମଝିରେ ମଝିରେ ନିଜ ଜୀବନୀ ସଂଘର୍ଷର କାହାଣୀ। ଆଉ ଆଶା ଅଭିଳାସର ଅସରନ୍ତି ସ୍ୱପ୍ନ। ପୁଣି କେତେବଳେ ବଡ଼ ହୋଇ ଆକାଶକୁ  ଛୁଇଁବାର ମନ । ସମ୍ପୂର୍ଣ୍ଣ ଗୀତଟିରେ ଏଭଳି କିଛି ପଂକ୍ତିଙ୍କୁ ଅତି ସୁନ୍ଦର ଭାବରେ ସଜେଇଛନ୍ତି ଓଡିଆ ରାପର ସମୀର ରିଶୁ ମହାନ୍ତି। ଭିନ୍ନ ସ୍ୱର ଏବଂ  ମଡର୍ଣ୍ଣ  ଅନ୍ଦାଜରେ ପ୍ରସ୍ତୁତ ହୋଇଥିବା ‘ମୁଁ ହେଲି ଓଡ଼ିଆ’ ଗୀତକୁ ଦର୍ଶକଙ୍କ ନିକଟରେ ଭେଟିଦେଇଛନ୍ତି ସମୀର । ରିମିକ୍ସ ଏବଂ ଫ୍ୟୁଜନ୍‌ର ଏକ ଫେଣ୍ଟାଫେଣ୍ଟି ମ୍ୟୁଜିକ୍‌ ଥିବା ଏହି ସଙ୍ଗୀତଟି ଏବେ ସୋସିଆଲ ମିଡିଆରେ ରାଜ୍‌ କରୁଛି। ମିଳିଛି ଜବରଦସ୍ତ ଲୋକପ୍ରିୟତା।

ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ଠାରୁ ଆରମ୍ଭ କରି ପର୍ଯ୍ୟଟନର ପ୍ରତିଛବି।  ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ କରି , ପୁରୀ ସି ବିଚ୍‌, ମନ୍ଦାର ମାଲିନୀ ଚିଲିକା, ଓଡ଼ିଆ ଲୋକ ନୃତ୍ୟର ଝଲକ ଏସବୁର  ଗୋଟି ଗୋଟି ଚିତ୍ର ଏଥିରେ ସ୍ଥାନିତ କରାଯାଇଛି। ଖାଲି ସେତିକି ନୁହଁ ଓଡ଼ିଶାର ନିଚ୍ଛକ ମଣିଷର ନିରୀହ ଆଉ ସରଳତାର ଚରିତ୍ରକୁ ବି ଚିତ୍ର ମାଧ୍ୟମରେ ବଖାଣିଛନ୍ତି ସେ।  କହିବାକୁ ଗଲେ ଓଡ଼ିଶାର ଚାଲି ଚଳଣୀ, ପର୍ଯ୍ୟଟନ, ପରମ୍ପରା, ପୂଜା ପର୍ବର ଭରପୂର  ପ୍ୟାକେଜ ରହିଛି ଏହି ଗୀତରେ। ତେବେ ଏହି ସଙ୍ଗୀତଟି ସମୀରଙ୍କ ପ୍ରଥମ ଗୀତ ନୁହେଁ। ପୂର୍ବରୁ ତାଙ୍କର ଆଉ ଏକ ଆଲବମ ‘ଓ୍ୱାନ କିଡ୍ ଓ୍ୱିଥ ଏ ଡ୍ରିମ’ ମଧ୍ୟ ଆସିଛି।

ତେବେ ଓ୍ୱାନ କିଡ୍ ଓ୍ୱିଥ ଏ ଡ୍ରିମ ଆଲବମ ରିଲିଜ ହେବା ପରେ ରାତାରାତି ଯୁବବର୍ଗଙ୍କ ପସନ୍ଦ ପାଲଟି ଯାଇଥିଲେ ସେ। ସମୀରଙ୍କ ମା ଜାପାନିଜ ହୋଇଥିବା ବେଳେ  ବାପା ପୁରୀର। ପୁରୀରେ ବିତିଛି ତାଙ୍କ ପିଲାଦିନ । ନବମ କ୍ଲାସ ପରେ ସେ ଦାର୍ଜିଲିଙ୍ଗରେ ତାଙ୍କର ଦ୍ୱାଦଶ ପଢା ଶେଷ କଲେ ତା ପରେ ଉଚ୍ଚଶିକ୍ଷା ପାଇଁ ଗଲେ ବାଙ୍ଗାଲୋର। ସେଠାରେ ହିଁ ଆରମ୍ଭ ହେଲା ରାପିଙ୍ଗ କ୍ୟାରିଅର। ଓ୍ୱାଲର୍ଡର ବେଷ୍ଟ ମେଲ ରାପର,ରେକର୍ଡ ପ୍ରଡ୍ୟୁସର ତଥା ଆକ୍ଟର ଏମନେମଙ୍କ ରାପିଙ୍ଗରେ ପ୍ରଭାବିତ ହୋଇ ସମୀର ଆରମ୍ଭ କଲେ ରାପିଙ୍ଗ।

ଏହା ପରେ ପଛକୁ ଫେରି ଦେଖିନାହାନ୍ତି ସେ। ନବମ କ୍ଲାସ ପରେ ସେ ଦାର୍ଜିଲିଙ୍ଗରେ ତାଙ୍କର ଦ୍ୱାଦଶ ପଢା ଶେଷ କଲେ। ତା ପରେ ଉଚ୍ଚଶିକ୍ଷା ପାଇଁ ଗଲେ ବାଙ୍ଗାଲୋର। ସେଠାରେ ହିଁ ଆରମ୍ଭ ହେଲା ରାପିଙ୍ଗ କ୍ୟାରିଅର। ତେବେ ତାଙ୍କର ଏହି ହିପ୍-ହପ୍ ଷ୍ଟାଇଲ ସଙ୍ଗ ଆଜିକାଲି ଯୁବପୀଢିକୁ ବେଶ ଛୁଇଁପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe