Advertisment

ଏମିତି ପ୍ରସ୍ତୁତି କରନ୍ତୁ ସେଓ ଖିରି

ଆବଶ୍ୟକ ସାମଗ୍ରୀ: ସେଓ, ଘିଅ, କ୍ଷୀର, କଣ୍ଡେନ୍ସ ମିଲ୍‌କ, ଡାଲଚିନି ପାଉଡର, କାଜୁ, କିସ୍‌ମିସ୍ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ଘିଅ ଗରମ କରନ୍ତୁ। ବର୍ତ୍ତମାନ ସେଥିରେ ସେଓକୁ କଦୁକସ୍‌ କରି ପକାନ୍ତୁ। ସେଓକୁ ଶୁଖିଯିବା ଯାଏଁ ଭଲ ଭାବେ ଭାଜନ୍ତୁ। ସେଓ ଭାଜି ହୋଇଗଲେ ଏହାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ ଓ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ।  ବର୍ତ୍ତମାନ ଅନ୍ୟ ଏକ ପାତ୍ରରେ କ୍ଷୀରକୁ ଫୁଟାନ୍ତୁ। କ୍ଷୀରକୁ ମରି ଗାଢ଼ା ହେବା ଯାଏଁ ଫୁଟାନ୍ତୁ। ବର୍ତ୍ତମାନ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଏମିତି ପ୍ରସ୍ତୁତି କରନ୍ତୁ ସେଓ ଖିରି

food

ଆବଶ୍ୟକ ସାମଗ୍ରୀ: ସେଓ, ଘିଅ, କ୍ଷୀର, କଣ୍ଡେନ୍ସ ମିଲ୍‌କ, ଡାଲଚିନି ପାଉଡର, କାଜୁ, କିସ୍‌ମିସ୍

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ଘିଅ ଗରମ କରନ୍ତୁ। ବର୍ତ୍ତମାନ ସେଥିରେ ସେଓକୁ କଦୁକସ୍‌ କରି ପକାନ୍ତୁ। ସେଓକୁ ଶୁଖିଯିବା ଯାଏଁ ଭଲ ଭାବେ ଭାଜନ୍ତୁ। ସେଓ ଭାଜି ହୋଇଗଲେ ଏହାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ ଓ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ।  ବର୍ତ୍ତମାନ ଅନ୍ୟ ଏକ ପାତ୍ରରେ କ୍ଷୀରକୁ ଫୁଟାନ୍ତୁ। କ୍ଷୀରକୁ ମରି ଗାଢ଼ା ହେବା ଯାଏଁ ଫୁଟାନ୍ତୁ। ବର୍ତ୍ତମାନ ଏଥିରେ କଣ୍ଡେନ୍ସ ମିଲକ୍ ମିଶାନ୍ତୁ। ବର୍ତ୍ତମାନ ଏହାକୁ ଆଉ ୫ ମିନିଟ୍‌ ଫୁଟାନ୍ତୁ। ତଳେ ଯେପରି ଲାଗି ନ ଯାଏ ଚାମଚରେ ଲଗାତାର ଭାବେ ଗୋଳାନ୍ତୁ। ଏତିରେ ସ୍ୱାଦ ଅନୁଯାୟୀ ଚିନି ପକାନ୍ତୁ। ବର୍ତ୍ତମାନ ଏଥିରେ କଟା ହୋଇଥିବା କାଜୁ କିସମିମିସ ଓ ଡାଲଚିନି ପାଉଡର ପକାନ୍ତୁ। ଏବେ ଏହାକୁ ମଧ୍ୟମ ଆଞ୍ଚରେ ଅଳ୍ପ ସମୟ ଯାଏଁ ଫୁଟାନ୍ତୁ। ତା’ପରେ ଏହାକୁ ଚୁଲିରୁ ଓହ୍ଲାଇ ଆଣନ୍ତୁ। କ୍ଷୀର ଥଣ୍ଡା ହୋଇଗଲେ ଏଥିରେ ରନ୍ଧା ହୋଇଥିବା ସେଓକୁ ପକାନ୍ତୁ। ତିଆରି ହୋଇଗଲା ସେଓ ଖିରି। ମନେରଖନ୍ତୁ ଖିରି ପରଷିବା ପୂର୍ବରୁ ଏହାକୁ ଥଣ୍ଡା ହେବା ପାଇଁ ୨ ରୁ ୩ ଘଣ୍ଟା ଫ୍ରିଜ୍‌ରେ ରଖନ୍ତୁ।