Advertisment

ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା

କଟକ: ଆସନ୍ତାକାଲି ମାଟ୍ରିକ ପରୀକ୍ଷା। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଆସନ୍ତାକାଲି ମାତୃଭାଷା ପରୀକ୍ଷା ହେବ। ଏଥିପାଇଁ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରରେ ପ୍ରଥମ ଦିନର ପ୍ରଶ୍ନପତ୍ର ପହଞ୍ଚିଛି। କଡା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ରଗୁଡିକୁ ରଖାଯାଇଛି। ଚଳିତବର୍ଷ ୬ଲକ୍ଷ ୧ହଜାର ୩୪୮ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ୨୮୮୨ଟି କେନ୍ଦ୍ର କରାଯାଇଛି। ଗଣିତ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୪୦ରେ ସରିବ। ଗଣିତ ପାଇଁ ପିଲାମାନଙ୍କୁ ଅଧିକ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା

matric

କଟକ: ଆସନ୍ତାକାଲି ମାଟ୍ରିକ ପରୀକ୍ଷା। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଆସନ୍ତାକାଲି ମାତୃଭାଷା ପରୀକ୍ଷା ହେବ। ଏଥିପାଇଁ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରରେ ପ୍ରଥମ ଦିନର ପ୍ରଶ୍ନପତ୍ର ପହଞ୍ଚିଛି। କଡା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ରଗୁଡିକୁ ରଖାଯାଇଛି।

Advertisment

ଚଳିତବର୍ଷ ୬ଲକ୍ଷ ୧ହଜାର ୩୪୮ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ୨୮୮୨ଟି କେନ୍ଦ୍ର କରାଯାଇଛି। ଗଣିତ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୪୦ରେ ସରିବ। ଗଣିତ ପାଇଁ ପିଲାମାନଙ୍କୁ ଅଧିକ ୧୫ ମିନିଟ୍‌ ମିଳିବ। ସେହିଦିନ ପରୀକ୍ଷା ୧୧ଟା ୫୫ରେ ସରିବ।

ସୋମବାରଠାରୁ ଆରମ୍ଭ ହେଉଥିବା ପରୀକ୍ଷା ମାର୍ଚ୍ଚ ୪ ତାରିଖରେ ଶେଷ ହେବ।

ସୂଚନାଯୋଗ୍ୟ ପରୀକ୍ଷାକୁ ସ୍ୱଚ୍ଛ ଭାବେ ପରିଚାଳନା ପାଇଁ ବୋର୍ଡ ଏଥର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ପରୀକ୍ଷାର୍ଥୀମାନଙ୍କୁ ଯେଉଁମାନେ କପି ଯୋଗାଇବେ କିମ୍ୱା କପି କରିବାରେ ସହଯୋଗ କରିବେ ସେମାନଙ୍କ ବିରୋଧରେ ଆବଶ୍ୟକ ପଡ଼ିଲେ ଥାନାରେ ଏତଲା ଦିଆଯିବ। ଏହାଛଡ଼ା ପରୀକ୍ଷା କେନ୍ଦ୍ରର ୨୦୦ ମିଟର ପରିଧି ମଧ୍ୟରେ ବାହାର ବ୍ୟକ୍ତି ରହି ନ ପାରିବାର ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ମାଟ୍ରିକ୍ ପରୀକ୍ଷା ପରିଚାଳନା ଆଇନ ୧୯୮୮ ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment

ସେହିପରି ପରୀକ୍ଷା ସହିତ ସମ୍ପୃକ୍ତ ନ ଥିବା କୌଣସି ବ୍ୟକ୍ତି ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ, ଡେପୁଟି ସୁପରିଟେଣ୍ଡେଣ୍ଟ, ଇନ୍‌ଭିଜିଲେଟର କିମ୍ୱା କୌଣସି କର୍ମଚାରୀ ଯଦି କପି କରିବାରେ ସହଯୋଗ କରୁଥିବେ ସେମାନଙ୍କ ବିରୋଧରେ ମଧ୍ୟ ଏତଲା ଦିଆଯିବ ବୋଲି ବୋର୍ଡ ସଭାପତି ଦକ୍ଷ ପ୍ରସାଦ ନନ୍ଦ କହିଛନ୍ତି।

କପି ରୋକିବା ପାଇଁ ସ୍ୱାର୍ଡ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ମାଜିଷ୍ଟ୍ରେଟ୍ କ୍ଷମତା ଥିବା ଜିଲ୍ଲା ପ୍ରଶାସନର ଅଧିକାରୀ ପରୀକ୍ଷା ପରିଚାଳନା ଉପରେ କଡ଼ା ନଜର ରଖିବା ସହ କେତେକ ପରୀକ୍ଷା କେନ୍ଦ୍ରରେ ଫୁଲ୍ ଟାଇମ୍ ଅବଜର୍ଭର ନିଯୁକ୍ତି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।