Advertisment

ଆସନ୍ତାକାଲି ବରଗଡ଼ ବିକାଶ ଉତ୍ସବକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ

ବରଗଡ଼: ଆସନ୍ତାକାଲି ବରଗଡ଼ରେ ହେବାକୁ ଥିବା ବିଜେପିର ବିକାଶ ଉତ୍ସବକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। କେନ୍ଦ୍ର ସରକାର ବରଗଡ଼ବାସୀଙ୍କ ପାଇଁ କିଛି କରି ନ ଥିବା ଅଭିଯୋଗ କରି ବିଜେଡି ବିକାଶ ଉତ୍ସବରେ ଯୋଗ ଦେବାକୁ ଯାଉଥିବା କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ଜିଲ୍ଲା ମଧ୍ୟକୁ ପୂରାଇ ଦେବ ନାହିଁ ବୋଲି କହିଛି। ବିଶେଷ କରି ଚାଷର ଓ ବୁଣାକାରଙ୍କ ସ୍ୱାର୍ଥ ରକ୍ଷା ପାଇଁ କେନ୍ଦ୍ର ସରକାର କିଛି କରୁ ନ ଥିବା ଅଭିଯୋଗ କରି ମନ୍ତ୍ରୀଙ୍କୁ ବିରୋଧ […]

ଅଦ୍ୟତନ ହୋଇଛି
ଆସନ୍ତାକାଲି ବରଗଡ଼ ବିକାଶ ଉତ୍ସବକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ

bjp-bjd

Advertisment

bjp-bjdବରଗଡ଼: ଆସନ୍ତାକାଲି ବରଗଡ଼ରେ ହେବାକୁ ଥିବା ବିଜେପିର ବିକାଶ ଉତ୍ସବକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। କେନ୍ଦ୍ର ସରକାର ବରଗଡ଼ବାସୀଙ୍କ ପାଇଁ କିଛି କରି ନ ଥିବା ଅଭିଯୋଗ କରି ବିଜେଡି ବିକାଶ ଉତ୍ସବରେ ଯୋଗ ଦେବାକୁ ଯାଉଥିବା କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ଜିଲ୍ଲା ମଧ୍ୟକୁ ପୂରାଇ ଦେବ ନାହିଁ ବୋଲି କହିଛି। ବିଶେଷ କରି ଚାଷର ଓ ବୁଣାକାରଙ୍କ ସ୍ୱାର୍ଥ ରକ୍ଷା ପାଇଁ କେନ୍ଦ୍ର ସରକାର କିଛି କରୁ ନ ଥିବା ଅଭିଯୋଗ କରି ମନ୍ତ୍ରୀଙ୍କୁ ବିରୋଧ କରିବାକୁ ଜିଲ୍ଲା ବିଜେଡି ଶାଖା ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଛି।

Advertisment

ବାଲେଶ୍ୱର, ରାଉରକେଲା, ଭୁବନେଶ୍ୱର, ବ୍ରହ୍ମପୁର ପରେ ଆସନ୍ତାକାଲି ବିଜେପି ବରଗଡ଼ରେ ବିକାଶ ଉତ୍ସବ କରିବାକୁ ଯାଉଛି। ଏଥିରେ କେନ୍ଦ୍ର ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଏବଂ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତି ଯୋଗଦେଇ ମୋଦି ସରକାରଙ୍କ ୨ବର୍ଷର ହିସାବ ଦେବେ।

ଏଣେ କେନ୍ଦ୍ର ମନ୍ତ୍ରୀଙ୍କୁ ବିରୋଧ କରିବାକୁ ବିଜେଡି ପ୍ରସ୍ତୁତ ହେଉଛି। ସ୍ଥାନୀୟ ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଦଳ କିପରି ବିରୋଧ ପ୍ରଦର୍ଶନ କରିବ ସେ ନେଇ ରଣନୀତି ପ୍ରସ୍ତୁତ ହୋଇଛି।

Advertisment

ବିଧାୟକ ଆଚାର୍ଯ୍ୟ କହିଛନ୍ତି, “କେନ୍ଦ୍ର ସରକାର ବରଗଡ଼ ଜିଲ୍ଲାକୁ ଉପେକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ଏଠାକୁ ଆସିଥିଲେ। ଚାଷୀମାନେ ତାଙ୍କଠାରୁ ବହୁତ କିଛି ଆଶା କରିଥିଲେ। ଧାନର ସହାୟକ ମୂଲ୍ୟ ବୃଦ୍ଧି କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଦେଇ ଗଲେ। ସେ ଫେବୃୟାରୀରେ ଏଠାକୁ ଆସିଥିବା ବେଳେ ମାତ୍ର କିଛିଦିନ ତଳେ ଧାନର ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି, ତାହା ପୁଣି ମାତ୍ର ୬୦ ଟଙ୍କା।”

ବିଜେଡିର ଏପରି ଆଭିମୁଖ୍ୟକୁ ବିଜେପି ସମାଲୋଚନା କରିଛି। ଏହା ଏକ ଦଳୀୟ କାର୍ଯ୍ୟକ୍ରମ ହୋଇଥିବାରୁ ବିଜେଡି କାହିଁକି ବିରୋଧ କରୁଛି ବୋଲି ଦଳ ପ୍ରଶ୍ନ କରିଛି।

ବିଜେପି ରାଜ୍ୟ ସଭାପତି ଅଶ୍ୱନୀ ଷଡ଼ଙ୍ଗୀ କହିଛନ୍ତି, “ବିଜେଡି କାହିଁକି ବରଗଡ଼ ଉତ୍ସବକୁ ବିରୋଧ କରୁଛି ବୁଝାପଡୁନାହିଁ। ଗତ ଫେବୃୟାରୀ ୨୧ ତାରିଖରେ ପ୍ରଧାନମନ୍ତ୍ରୀ ବରଗଡ଼ ଆସିଥିଲେ। ଏହା ପରେ ରାଜ୍ୟରେ ବିଜେପି ସ୍ଥିତି ମଜଭୁତ ହେଉଥିବାରୁ ଏହାକୁ ବିଜେଡି ସହି ପାରୁନାହିଁ। ତେଣୁ କେନ୍ଦ୍ରମନ୍ତ୍ରୀମାନଙ୍କୁ ବରଗଡ଼ରେ ପୂରାଇ ନ ଦେବାକୁ କହୁଛି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe