Advertisment

ଆସାମୀ ସାହିତ୍ୟିକ ଲକ୍ଷ୍ମୀନାଥ ବେଜବାରୁଆଙ୍କ ଘର ନ ଭାଙ୍ଗିବାକୁ ନବୀନଙ୍କୁ ଚିଠି ଲେଖିଲେ ଆସାମ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆସାମୀ ଭାଷା ସାହିତ୍ୟର ଯୁଗସ୍ରଷ୍ଟା ସାହିତ୍ୟିକ ଲକ୍ଷ୍ମୀନାଥ ବେଜବାରୁଆଙ୍କ ଘର ଭଙ୍ଗା ଯିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଚିଠି ଲେଖିଛନ୍ତି।   ଲକ୍ଷ୍ମୀନାଥଙ୍କ ଘର ନ ଭାଙ୍ଗିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ରାଜ୍ୟ ସରକାର ଲକ୍ଷ୍ମୀନାଥଙ୍କ ଘର ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିବାରୁ ଏହାକୁ ନ ଭାଙ୍ଗିବାକୁ ଆସାମ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ଆସାମ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି। ଆଜି ଆସାମର ସଂସ୍କୃତି  ମନ୍ତ୍ରୀ ନବକୁମାର ଡୋଲେ ଓ ମୁଖ୍ୟମନ୍ତ୍ରୀଙ୍କ ମିଡିଆ ଆଡଭାଇଜର ହୃଷିକେଶ ହୋତା  ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବେ।

ସାହିତ୍ୟିକ ଲକ୍ଷ୍ମୀନାଥ ବେଜବାରୁଆ ତାଙ୍କ ଜୀବନର ଅନେକ ସମୟ ସମ୍ବଲପୁରରେ ଥିବା ଘରେ ବିତାଇଛନ୍ତି। ଏଥିଲାଗି  ବେଜବାରୁଆଙ୍କ ଏହି ସ୍ମାରକୀକୁ ସୁରକ୍ଷିତ ରଖିବାକୁ ଦାବି କରିଛନ୍ତି ଆସାମର ବିଭିନ୍ନ ସାହିତ୍ୟ ଏବଂ ସାଂସ୍କୃତିକ ସଂଗଠନ।  ଏହି ଐତିହାସିକ ଘରକୁ ଏକ ମ୍ୟୁଜିୟମରେ ପରିଣତ  କରିବାକୁ ଦାବି କରିଛି ଅଲ ଆସାମ ଛାତ୍ର ସଂଘ। ୧୮୬୪ ମସିହାରେ ଜନ୍ମଗ୍ରହଣ କରିଥିଲେ ଲକ୍ଷ୍ମୀନାଥ ବେଜବାରୁଆ। ଆଧୁନିକ ଆସାମୀ ସାହିତ୍ୟର ଯୁଗସ୍ରଷ୍ଟା ବେଜବରୁଆ ଆସାମୀ  ସାହିତ୍ୟରେ ରସରାଜ ଭାବେ ମଧ୍ୟ ବେଶ୍ ପରିଚିତ। ୧୯୧୭ରୁ  ୧୯୩୨ ପର୍ଯ୍ୟନ୍ତ ସମ୍ବଲପୁରରେ ଥିବା ବାସଭବନରେ ଲକ୍ଷ୍ମୀନାଥ ରହୁଥିଲେ।  ଏହାପରେ ସେ  କୋଲକାତା ଚାଲି ଆସିଥିଲେ। ନିଜର କଲମ ମୁନରୁ ବାହାରିଥିବା ବିଭିନ୍ନ ଗଳ୍ପ, କବିତା ଓ ଉପନ୍ୟାସ ମାଧ୍ୟମରେ ଆସାମୀ ସାହିତ୍ୟରେ ଜୀବନରେ ରଙ୍ଗ ଭରି ଦେଇଥିଲେ ଲକ୍ଷ୍ମୀନାଥ। ଦଶନ୍ଧି ଧରି ସମ୍ବଲପୁରରେ ଲକ୍ଷ୍ମୀନାଥ ରହିଥିବାରୁ, ତାଙ୍କର ଲେଖନୀରେ ସମ୍ବଲପୁରୀ  ଭାଷାର  ମହକ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe