Advertisment

ଆଠଗଡ଼: ଘରେ ପଶି ଲୁଟ୍‌ ପରେ ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ଆଜି ଜଣେ ବ୍ୟକ୍ତିଙ୍କ ଘରୁ ୩ ଜଣ ଦୁର୍ବୃତ୍ତ ସଶସ୍ତ୍ର ଲୁଟ୍‌ କରିବା ସହ ଜଣେ ମହିଳାଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ  ଆଠଗଡ଼ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତଙ୍କ ମାଡରେ ମହିଳା ଜଣଙ୍କ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଜି […]

ଆଠଗଡ଼: ଘରେ ପଶି ଲୁଟ୍‌ ପରେ ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

loot-athagarh

Advertisment

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ଆଜି ଜଣେ ବ୍ୟକ୍ତିଙ୍କ ଘରୁ ୩ ଜଣ ଦୁର୍ବୃତ୍ତ ସଶସ୍ତ୍ର ଲୁଟ୍‌ କରିବା ସହ ଜଣେ ମହିଳାଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ  ଆଠଗଡ଼ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତଙ୍କ ମାଡରେ ମହିଳା ଜଣଙ୍କ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

Advertisment

[caption id="attachment_69670" align="alignleft" width="256"]loot-athagarh1 ଦୁର୍ବୃତ୍ତଙ୍କ ମାଡ଼ରେ ଆହତ ରୋଜାଲିନ[/caption]

ଆଜି ପୂର୍ବହ୍ନ ପ୍ରାୟ ୧୧ଟା ବେଳେ ବାଡିପଟେ ସ୍ୱାମୀ ଓ ଶାଶୁ ଥିବା ବେଳେ ରୋଜାଲିନ ନାମକ ଜଣେ ମହିଳା ନିଜ ଛୋଟ ପୁଅ ସହ ଘରେ ଥିଲେ। ଏହି ସମୟରେ ୩ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଛାତ ଦେଇ ତାଙ୍କ ଘରେ ପଶିଥିଲେ। ସେମାନେ ଆଲମିରା ଭାଙ୍ଗି ଲୁଟ କରିବାକୁ ଉଦ୍ୟମ କରୁଥିବା ବେଳେ ରୋଜାଲିନ ତାଙ୍କୁ ବିରୋଧ କରିଥିଲେ। ଫଳରେ ଦୁର୍ବୃତ୍ତମାନେ ତାଙ୍କୁ ମାଡ ମାରିବା ସହ ବନ୍ଧୁକ ଦେଖାଇ ଚୁପ ରହିବାକୁ କହିଥିଲେ। ପାଟି ଚୁପ ନ କଲେ ତାଙ୍କ ପୁଅକୁ ଜୀବନରୁ ମାରି ଦେବାକୁ ସେମାନେ ଧମକ ଦେବା ସହ ରୋଜାଲିନଙ୍କ ହାତଗୋଡ଼ ବାନ୍ଧି ପାଟିରେ କପଡା ଭରି ଦେଇଥିଲେ। ପରେ ଦୁର୍ବୃତ୍ତମାନେ ୨ଟି ହାର, ୩ଟି ଚେନ୍‌, ୧୬ଟି ମୁଦି, ୪ଟି ଲକେଟ ଓ ୨୦୦୦ ଟଙ୍କା ଲୁଟି ନେଇଥିଲେ। ଯିବା ବେଳେ ସେମାନେ ରୋଜାଲିନଙ୍କ ପିନ୍ଧା ଲୁଗାରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ରୋଜାଲିନଙ୍କ ଚିତ୍କାର ଶୁଣି ତାଙ୍କ ସ୍ୱାମୀ ବାଡିପଟ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରିବା ସହ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେ ଏବେ ସୁସ୍ଥ ଅଛନ୍ତି। ଦୁର୍ବୃତ୍ତଙ୍କ ମାଡରେ ତାଙ୍କ ମୁଣ୍ଡ, ଗୋଡ଼ ଓ ଛାତିରେ ଆଘାତ ଲାଗିଛି।

Advertisment

ରୋଜାଲିନ ଅଭିଯୋଗ କରିଛନ୍ତି ଯେ, ଦୁର୍ବୃତ୍ତମାନେ ମୁଖା ପିନ୍ଧି ଆସିଥିଲେ। ସମସ୍ତେ ହାତରେ ଓଁ ଲେଖାଥିବା ଚିତା କୁଟାଇଛନ୍ତି। ବିଶେଷ କରି ସେମାନେ ସାମରୀକ ବିଭାଗରେ ବ୍ୟବହାର କରାଯାଉଥିବା ପୋଷକା ପରି କପଡା ପିନ୍ଧିଥିଲେ ବୋଲି ରୋଜାଲିନ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe