ବାବା ପଞ୍ଚଲିଙ୍ଗେଶ୍ୱର ଅସୁରକ୍ଷିତ! ଶ୍ରଦ୍ଧାଳୁଙ୍କୁ ସ୍ପର୍ଶ ବାରଣ

Ordigital Desk
  • Published: Saturday, 30 September 2017
  • , Updated: 30 September 2017, 12:18 PM IST
<p>ବାଲେଶ୍ୱାର/ନୀଳଗିରି(ଓଡ଼ିଶା ରିପୋର୍ଟର): ଉତ୍ତର ଓଡ଼ିଶାର ପ୍ରମୁଖ ଶୈବପୀଠ ମଧ୍ୟରୁ ପଞ୍ଚଲିଙ୍ଗେଶ୍ୱର ଅନ୍ୟତମ। ଏଠାରେ ବାବା ପଞ୍ଚଲିଙ୍ଗେଶ୍ୱର ଝାରଣା ପାଣି ତଳେ ପୂଜା ପାଉଛନ୍ତି। ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ପୂଜା ଚର୍ଚ୍ଚନା କରିବା ସହିତ ପାଣି ତଳେ ବାବାଙ୍କୁ ସ୍ପର୍ଶ କରି ଆଶୀର୍ବାଦ ନେଇଥାନ୍ତି। ତେବେ ଗତକାଲି ବାବାଙ୍କ ଲିଙ୍ଗ ଦୋହଲୁଥିବା ନେଇ ପ୍ରଚାର ହୋଇଥିଲା। ପରେ ମନ୍ଦିର ପ୍ରଶାସନ ବାବାଙ୍କ ଆସ୍ଥାନ ଯାଞ୍ଚ କରି ଦୋହଲୁଥିବା ଜାଣିବାକୁ ପାଇଥିଲେ। ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ ବାବାଙ୍କ ସ୍ପର୍ଶ ବନ୍ଦ ରଖାଯାଇଥିବା ଅନୁମାନ କରାଯାଉଛି। ଏପରିକି ଫାଟକରେ ତାଲା ପକାଇ ଦିଆଯାଇଛି। ତେବେ କେଉଁ କାରଣରୁ ବାବାଙ୍କ ଲିଙ୍ଗ ଦୋହଲୁଛି, ତାହା ଜଣାପଡ଼ି ନାହିଁ। ଯାହାଫଳରେ ଦୂରଦୂରାନ୍ତୁ ଆସୁଥିବା ଭକ୍ତମାନେ ବାବାଙ୍କୁ ଦର୍ଶନ କରିନପାରି ନିରାଶ ହୋଇ ଫେରୁଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।<br /> ପୂଜକ ବିଜୟ କର କହିଛନ୍ତି-&ldquo;କେଉଁ କାଳରୁ ବାବା ପାଣି ଭିତରେ ପୂଜା ପାଉଛନ୍ତି। ଲିଙ୍ଗ ଦୋହଲୁଥିବା ନେଇ ଗତକାଲି ଜଣେ ଶ୍ରଦ୍ଧାଳୁ କରିବା ପରେ ଯାଞ୍ଚ କରାଯାଇଥିଲା। ବାବାଙ୍କ ଲିଙ୍ଗ ଦୋହଲୁଥିବା ଜଣାପଡ଼ିବାରୁ ଦର୍ଶନ ବନ୍ଦ ରହିଛି। ଅନ୍ୟପକ୍ଷରେ ଏବେ ପ୍ରବଳ ପାଣି ପ୍ରବାହିତ ହେଉଥିବାରୁ କୌଣସି ଅଘଟଣକୁ ଏଡାଇବା ପାଇଁ ବାବାଙ୍କ ଦର୍ଶନ ବନ୍ଦ ରଖାଯାଇଛି।&rdquo;<br /> ପ୍ରତିଭା ନାୟକ କହିଛନ୍ତି-&ldquo;ପ୍ରଥମ ଥର ପାଇଁ ପଞ୍ଚଲିଙ୍ଗେଶ୍ୱରଙ୍କୁ ଦର୍ଶନ କରିବାକୁ ଆସିଥିଲି। ମାତ୍ର ପାଣି ଅଧିକ ପ୍ରବାହତ ହେଉଥିବାରୁ ବାବାଙ୍କୁ ଦର୍ଶନ କରିପାରିଲି ନାହିଁ। ଅନ୍ୟପକ୍ଷରେ ଗେଟ୍&zwnj;ରେ ମଧ୍ୟ ତାଲା ପଡ଼ିଛି। କଣ ପାଇଁ ଗେଟ୍&zwnj;ରେ ତାଲା ପଡ଼ିଛି ଜାଣିପାରୁନାହିଁ।&rdquo;</p>

Related story