Advertisment

ଛୋଟ ପିଲାର ଛୋଟିଆ ଭୁଲ୍‌ ପାଇଁ…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛୋଟ ପିଲା ଭୁଲ କରନ୍ତି। ବଡ଼ମାନେ ସେମାନଙ୍କୁ ଗାଇଡ୍‌ କରିବା କଥା। କିନ୍ତୁ ଆଜି ସେହି ଛୋଟିଆ ପିଲାର ଛୋଟିଆ ଭୁଲ୍‌ ପାଇଁ କ୍ଷଣକ ଭିତରେ ଚାଲିଗଲା ୭ଟି ଜୀବନ। ଏବେବି ଅନେକ ବଞ୍ଚିବା ପାଇଁ ମେଡ଼ିକାଲରେ ସଂଘର୍ଷ କରୁଛନ୍ତି। ଆମେ ଏଠି କହୁଛୁ ବାଲେଶ୍ୱର ଜିଲ୍ଲା ବାହବଳପୁର ଗାଁରେ ଘଟିଥିବା ବାଣ ବିସ୍ଫୋରଣ କଥା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବାଣ ଗୋଦାମ ଭିତରେ ଜଣେ ପିଲା ଡିବିରି ନେଇ ଯାଇଥିଲା। ସେହି ନିଆଁ ବାଣରେ ଲାଗି ଯାଇଥିବା ଅନୁମାନ କରାଯାଉଛି। ତା’ପରେ ବିସ୍ଫୋରଣରେ ବାଣ ଗୋଦାମ ଛିନ୍‌ଭିନ୍‌ ହୋଇଯାଇଥିଲା।

ଆଜି ବାହାବଳପୁର ଗାଁର ଗୋଲକ ପ୍ରଧାନଙ୍କ ଘରେ ବାଣ ଭିଡ଼ା ଚାଲିଥିଲା। ଗୋଲକ ଓ ତାଙ୍କ ପୁଅଙ୍କ ସମେତ ୩୦ରୁ ଅଧିକ କାରିଗର ବାଣ ଭିଡୁଥିଲେ। ଏହି ସମୟରେ ଗୋଲକଙ୍କ ସମ୍ପର୍କୀୟ ଜଣେ ଛୋଟ୍‌ ପିଲା ଡିବିରି ଆଲୁଅ ନେଇ ଘର ଭିତରକୁ ଯାଇଥିବା ଅଭିଯୋଗ ହୋଇଥିଲା। ସେଥିରୁ ନିଆଁ ଯାଇ ବାରୁଦରେ ଲାଗି ଯାଇଥିଲା। ସେହି ନିଆଁ ଗୋଦାମ ଭିତରେ ଥିବା ବାଣରେ ଲାଗି ଯାଇଥିଲା। କ୍ଷଣକ ଭିତରେ ଗୋଦାମ ଛାନ୍‌ଭିନ୍‌ ହୋଇଯାଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘର ଛାତ (ଆଜବେଷ୍ଟସ୍‌) ଉଡିଯାଇ ଗଛରେ ଲାଗି ଥିଲା। ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରେ ସେହି ଛୋଟ ପିଲାଟି ମଧ୍ୟ ଅଛି। ବିସ୍ଫୋରଣ ଶବ୍ଦ ଶୁଣି ସାହି ପଡ଼ିଶା ପ୍ରଥମେ ଡରିଯାଇଥିଲେ। ପରେ ଅଗ୍ନୀଶମ ବିଭାଗକୁ ଖବର ଦେବା ସହିତ ସାହସ ଜୁଟାଇ ଘଟଣାସ୍ଥଳକୁ ଆସି ଉଦ୍ଧାର କରିଥିଲେ। ଘଟଣା ସ୍ଥଳରୁ ୯ ଜଣଙ୍କୁ ଉଦ୍ଧାର କରାଯାଇ ବାଲେଶ୍ୱର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।  ଗୁରୁତର ୯ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣକର ମୃତ୍ୟୁ ଘଟିଛି।

[vc_video link="" align="center"]

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବିସ୍ଫୋରଣ ବେଳେ ବାଣ ଗୋଦାମରେ ପ୍ରାୟ ୩୦ କାରିଗର କାମ କରୁଥିଲେ। ଯେତେବେଳେ ବିସ୍ଫୋରଣ ଘଟିଲା, ସେତେବେଳେ କିଛି ଲୋକେ ବିଲ ରାସ୍ତା ଦେଇ ଚାଲି ଯାଇଥିଲେ। ତେବେ ଏବେ ମଧ୍ୟ ଅନେକ ନିଖୋଜ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe