deadfarmer
ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଭୁବନେଶ୍ୱରରେ ଆଜି ଆୟୋଜିତ ହୋଇଥିବା ଚାଷୀ ସମାବେଶରେ ଯୋଗ ଦେବାକୁ ଆସିଥିବା ଜଣେ ଚାଷୀଙ୍କ ମୃତ୍ୟୁ ହୋଇଯାଇଛି। ଭୁବନେଶ୍ୱର ପୁରୀ ବାଇପାସ୍ ରୋଡ୍ ସ୍ଥିତ ଏକ କ୍ୟାମ୍ପରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ବୀରକିଶୋର ବିଶ୍ୱାଳ। ତାଙ୍କ ଘର କଟକ ଜିଲ୍ଲା ଅନ୍ତର୍ଗତ ସାଲେପୁରରେ।
ମିଳିଥିବା ସୂଚନା ମୁତାବକ ଗତକାଲି ସେ ନିବ ନିର୍ମାଣ ସଂଗଠନ ପକ୍ଷରୁ କଟକ ହୋଇଥିବା ରାଲିରେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ। ଭୁବନେଶ୍ୱର ପୁରୀ ବାଇପାସ୍ ନିକଟରେ ହୋଇଥିବା କ୍ୟାମ୍ପରେ ସେ ଅନ୍ୟମାନଙ୍କ ସହ ରାତ୍ରିଯାପନ କରିଥିଲେ। ତେବେ ଆଜି ସକାଳୁ ସେ ଉଠି ନଥିଲେ। ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡ଼ି ନାହିଁ। ଶବବ୍ୟବଚ୍ଛେଦ ପରେ ମୃତ୍ୟୁ କାରଣ ଜଣାପଡ଼ିବ।
ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂପାଦକ ଅକ୍ଷୟ କୁମାର କହିଛନ୍ତି ଯେ ବୀରକିଶୋର ଚାଷୀ ସମାବେଶରେ ଯୋଗ ଦେବାକୁ ଆସିଥିଲେ। ଗତକାଲି ସେ ଅନ୍ୟ ଚାଷୀଙ୍କ ସହିତ ରହିଥିଲେ। ତେବେ ସକାଳୁ ସେ ନ ଉଠିବାରୁ ତାଙ୍କୁ ଡାକ୍ତରଖାନା ନେଇ ଯାଇଥିଲୁ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/02/deadfarmer.jpg)