ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭୋଳାନାଥଙ୍କୁ ପ୍ରସନ୍ନ କରିବାର ବିଭିନ୍ନ ଉପାୟ ରହିଛି। ଖିର, ଦୁଦୁରା ଫୁଲ ଓ ବେଲପତ୍ର ଦେଇ ଶିବଙ୍କୁ ପୂଜା କରାଯାଏ। ତ୍ରିଶାଖା ବେଲପତ୍ରକୁ ଶିବଲିଙ୍ଗ ଉପରେ ଚଢାଇ ଆମେ ମହାଦେବଙ୍କୁ ଭକ୍ତିର ସହ ଉପାସନା କରିଥାଉ।ଶାସ୍ତ୍ରବିତ୍ ଙ୍କୁ କହିବା ଅନୁଯାୟୀ ଶିବଙ୍କୁ ବେଲପତ୍ର ଚଢାଉଥିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ଯେଉଁ ତ୍ରିଶାଖା ବେଲପତ୍ର ଆପଣ ଶିବଲିଙ୍ଗ ଉପରେ ଚଢାଉଛନ୍ତି ତାହା ତାଜା ଓ ଅକ୍ଷୁର୍ଣ୍ଣ ରହିଥିବା ଉଚିତ, ଅର୍ଥାତ ପତ୍ରରେ କଣା କିମ୍ୱା ପତ୍ରଟି ଚିରା କି ଫଟା ନହୋଇଥିବା ଦରକାର।ଅନେକ ସମୟରେ ଦେଖାଯାଏ ବେଲପତ୍ରରେ ଲାଗିଥିବା ଡେମ୍ଫକୁ ଆମେ ନଛିଣ୍ଡାଇ ଶିବଲିଙ୍ଗ ଉପରେ ଚଢାଇଥାଉ। କିନ୍ତୁ ଏପରି କରିବା ଅନୁଚିତ୍। ଏହାଦ୍ବାରା ପାପ ହୋଇଥାଏ ବୋଲି ବିଶ୍ୱାସ ରହିଛି।
Advertisment
ତେଣୁ ଯେତେବେଳେ ବେଲପତ୍ର ଚଢାଉଛନ୍ତି ସେଥିରେ ଥିବା ଡେମ୍ଫକୁ ପତ୍ରଠାରୁ ଟିକେ ଛାଡି ଛିଣ୍ଡାଇ ଦିଅନ୍ତୁ ଓ ମହାଦେବଙ୍କୁ ଅର୍ପଣ କରନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
