ବିଧାୟକଙ୍କ ଷ୍ଟିଙ୍ଗ ଅପରେସନ ମାମଲା: ରବି ଶର୍ମାଙ୍କ ଘରେ ଲାଗିଲା ଲଟକା

ଭୁବନେଶ୍ୱର: ୪ ବିଧାୟକଙ୍କ ଷ୍ଟିଙ୍ଗ ଅପରେସନ ମାମଲାରେ ୱେବ ଚ୍ୟାନେଲ ମାଲିକ ରବି ଶର୍ମାଙ୍କ ଘରେ ଆଜି ଭିଜିଲାନ୍ସ ଲଟକା ଲଗାଇଛି। ଦୁଇ ଥର ନୋଟିସ୍‌ ଜାରି ପରେ ସେ ହାଜର ନ ହେବାରୁ ଭିଜିଲାନ୍ସ ଭୁବନେଶ୍ୱର ମଧୁସୂଦନ ନଗର ସ୍ଥିତ ତାଙ୍କ ଭଡା ଘରେ ଏହି ଲଟକା ଲଗାଇଛି। କୁହାଯାଉଛି ଇଣ୍ଡିଆ 24×7 ୱେବ ଚ୍ୟାନେଲ୍‌ ମୁଖ୍ୟ ରବି ଶର୍ମା ଓ କ୍ୟାମେରା ମ୍ୟାନ୍‌ ସରୋଜ କମିଳା ମିଶି ଏହି ଷ୍ଟିଙ୍ଗ ଅପରେସନ କରିଥିଲେ। ପରବର୍ତ୍ତୀ […]

latka

Rakesh Mallick
  • Published: Wednesday, 07 September 2016
  • , Updated: 07 September 2016, 05:02 PM IST

ଭୁବନେଶ୍ୱର: ୪ ବିଧାୟକଙ୍କ ଷ୍ଟିଙ୍ଗ ଅପରେସନ ମାମଲାରେ ୱେବ ଚ୍ୟାନେଲ ମାଲିକ ରବି ଶର୍ମାଙ୍କ ଘରେ ଆଜି ଭିଜିଲାନ୍ସ ଲଟକା ଲଗାଇଛି। ଦୁଇ ଥର ନୋଟିସ୍‌ ଜାରି ପରେ ସେ ହାଜର ନ ହେବାରୁ ଭିଜିଲାନ୍ସ ଭୁବନେଶ୍ୱର ମଧୁସୂଦନ ନଗର ସ୍ଥିତ ତାଙ୍କ ଭଡା ଘରେ ଏହି ଲଟକା ଲଗାଇଛି।

କୁହାଯାଉଛି ଇଣ୍ଡିଆ 24x7 ୱେବ ଚ୍ୟାନେଲ୍‌ ମୁଖ୍ୟ ରବି ଶର୍ମା ଓ କ୍ୟାମେରା ମ୍ୟାନ୍‌ ସରୋଜ କମିଳା ମିଶି ଏହି ଷ୍ଟିଙ୍ଗ ଅପରେସନ କରିଥିଲେ। ପରବର୍ତ୍ତୀ ସମୟରେ ଏହି ଫୁଟେଜ୍‌ ଏକ ନ୍ୟୁଜ୍‌ ଚ୍ୟାନେଲ୍‌ରେ ପ୍ରସାରିତ ହୋଇଥିଲା। ଭିଜିଲାନ୍ସ ତାଙ୍କୁ ଗତ ୪ ତାରିଖରେ ହାଜର ହେବାକୁ ପ୍ରଥମ ନୋଟିସ୍‌ ଜାରି କରିଥିଲା। ସେ ହାଜର ନ ହେବାରୁ ୭ ତାରିଖ ଅର୍ଥାତ ଆଜି ହାଜର ହେବାକୁ ନୋଟିସ୍‌ ଜାରି କରାଯାଇଥିଲା। ହେଲେ ଆଜି ମଧ୍ୟ ସେ ହାଜର ହୋଇ ନ ଥିଲେ।

ଷ୍ଟିଙ୍ଗ ଅପରେସନ୍‌ ଲିଙ୍କରେ ଗତ ୨ ତାରିଖରେ ତାଙ୍କ ଏହି ଭଡା ଘରେ ଭିଜିଲାନ୍ସ ଟିମ୍‌ ଚଢାଉ କରିଥିଲା। ଏହି ଚଢାଉ ପରଠାରୁ ରବି ଶର୍ମାଙ୍କ କୌଣସି ପତ୍ତା ମିଳୁନାହିଁ।

Related story