Advertisment

୧୧କେଭି ବିଦ୍ୟୁତ୍‌ ତାର ଲାଗି ଜଳିଗଲା ବସ୍‌: ୬ ମୃତ, ୨୫ ଆହତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଭୁବନ ଶିଶୁ ମନ୍ଦିର ଛକରେ ଆଜି ୧୧ କେଭି ବିଦ୍ୟୁତ୍‌ ତାର ଲାଗି ଏକ ଘରୋଇ ବସ୍‌ ଜଳିଯାଇଛି। ଫଳରେ ଘଟଣା ସ୍ଥଳରେ ୬ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ କାମାକ୍ଷାନଗର ଓ ଭୁବନ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ୩ ଯାତ୍ରୀଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। “ସନ୍ନ୍ୟାସୀ” ନାମକ ଘରୋଇ ବସ୍‌ ୪୦ରୁ ୫୦ ଜଣ ଯାତ୍ରୀଙ୍କୁ ନେଇ […]

ଅଦ୍ୟତନ ହୋଇଛି
୧୧କେଭି ବିଦ୍ୟୁତ୍‌ ତାର ଲାଗି ଜଳିଗଲା ବସ୍‌: ୬ ମୃତ, ୨୫ ଆହତ

bhuban

Advertisment

bhubanକାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଭୁବନ ଶିଶୁ ମନ୍ଦିର ଛକରେ ଆଜି ୧୧ କେଭି ବିଦ୍ୟୁତ୍‌ ତାର ଲାଗି ଏକ ଘରୋଇ ବସ୍‌ ଜଳିଯାଇଛି। ଫଳରେ ଘଟଣା ସ୍ଥଳରେ ୬ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ କାମାକ୍ଷାନଗର ଓ ଭୁବନ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ୩ ଯାତ୍ରୀଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

“ସନ୍ନ୍ୟାସୀ” ନାମକ ଘରୋଇ ବସ୍‌ ୪୦ରୁ ୫୦ ଜଣ ଯାତ୍ରୀଙ୍କୁ ନେଇ କଟକରୁ ବିରାଶାଳକୁ ଯାଉଥିଲା। ପୂର୍ବରୁ ଏହି ରାସ୍ତାରେ ଘଟିଥିବା ଦୁର୍ଘଟଣାରେ ଜଣେ ହୋମ୍‌ଗାର୍ଡ଼ଙ୍କ ମୃତ୍ୟୁ ଘଟିଥିଲା। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ରାସ୍ତା ଜାମ ଯୋଗୁଁ ବସ୍‌ ଚାଳକ ବାଇପାସ୍‌ ରାସ୍ତାରେ ଯାଉଥିବା ବେଳେ ଭୁବନ ସରସ୍ୱତୀ ଶିଶୁ ମନ୍ଦିର ଛକ ନିକଟରେ ବସ୍‌ ଉପରେ ଥିବା ଲଗେଜ୍‌ରେ ୧୧କେଭି ତାର ଲାଗିଯାଇଥିଲା। ଫଳରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ମୃତ ଓ ଆହତଙ୍କ ପରିଚୟ ମିଳିପାରିନି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଚାଲିଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଦୁର୍ଘଟଣା ପରେ ଗାଡ଼ି ଚାଳକ ଓ ହେଲପର ଫେରାର ହୋଇଯାଇଥିଲା। ପୋଲିସ୍‌ ଚାଳକକୁ ଗିରଫ କରିଛି। ସେ କହିଛି, “ବସଟି ଅଣଓସାରିଆ ରାସ୍ତାରେ ପଶିଗଲା। ଜାଣିପାରିଲିନି ଭୁଲ କରିଦେଲି।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Advertisment

ଅନ୍ୟପକ୍ଷରେ ଓପିଟିସିଏଲ୍‌ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବ ବୋଲି ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ କହିଛନ୍ତି। ସେ କହିଛନ୍ତି,“ଘଟଣାର ତଦନ୍ତ ପାଇଁ ଶକ୍ତି ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ପରେ ଦୋଷୀଙ୍କ ବିରୋଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe