Advertisment

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ବ୍ଲକଗ୍ରାଣ୍ଟ ଶିକ୍ଷକ

ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି, ବ୍ଲକଗ୍ରାଣ୍ଟ ଉଚ୍ଛେଦ, ନବୀନ ନିବାସ ଘେରାଉ ଲାଗି ଯିବା ବେଳେ ଶିକ୍ଷକଙ୍କୁ ଲାଠିମାଡ ଓ ଗିରଫ ପ୍ରତିବାଦରେ ଆଜି ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ବାସଭବନ ଘେରାଉ କରିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହାସହ ଆଗାମୀ ଦିନରେ ମନ୍ତ୍ରୀସ୍ତରୀୟ କମିଟିରେ ଥିବା ସମସ୍ତ ୭ଜଣ ମନ୍ତ୍ରୀଙ୍କ ବାସଭବନ ପୁଣି ଥରେ ଘେରାଉ କରାଯିବ ବୋଲି […]

ଅଦ୍ୟତନ ହୋଇଛି
ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ବ୍ଲକଗ୍ରାଣ୍ଟ ଶିକ୍ଷକ

block-grant

Advertisment

ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି, ବ୍ଲକଗ୍ରାଣ୍ଟ ଉଚ୍ଛେଦ, ନବୀନ ନିବାସ ଘେରାଉ ଲାଗି ଯିବା ବେଳେ ଶିକ୍ଷକଙ୍କୁ ଲାଠିମାଡ ଓ ଗିରଫ ପ୍ରତିବାଦରେ ଆଜି ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ବାସଭବନ ଘେରାଉ କରିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହାସହ ଆଗାମୀ ଦିନରେ ମନ୍ତ୍ରୀସ୍ତରୀୟ କମିଟିରେ ଥିବା ସମସ୍ତ ୭ଜଣ ମନ୍ତ୍ରୀଙ୍କ ବାସଭବନ ପୁଣି ଥରେ ଘେରାଉ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Advertisment

ରାଜ୍ୟର ୨୬୦୮ ବ୍ଲକଗ୍ରାଣ୍ଟ ସ୍କୁଲର ସରକାରୀକରଣ ଓ ଅନୁଦାନରୁ ବଞ୍ଚିତ ୧୬୭ ସ୍କୁଲକୁ ଅନୁଦାନ ପ୍ରଦାନ ଭଳି ଦାବି ନେଇ ବ୍ଲକଗ୍ରାଣ୍ଟ ଶିକ୍ଷକ ସଂଘ ଆନ୍ଦୋଳନ ଚଳାଇଛି। ଗତ ୫ ତାରିଖରେ ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ନବୀନ ନିବାସ ଘେରାଉ କରିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ। ଶିକ୍ଷକମାନେ ବାରିକେଡ଼ ଭାଙ୍ଗି ନବୀନ ନିବାସ ଆଡକୁ ଅଗ୍ରସର ହେଉଥିବା ବେଳେ ଶିଶୁଭବନ ଛକରେ ପୋଲିସ ସେମାନଙ୍କୁ ଅଟକାଇ ଥିଲା। ଫଳରେ ସେଠାରେ ଉତ୍ତେଜନା ଦେଖାଦେବା ସହ ପୋଲିସ ଓ ଶିକ୍ଷକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥିତି ସମ୍ଭାଳିବାକୁ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡିଥିଲା। ପୋଲିସ ୩୮ ଜଣ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଏହି ଘଟଣାର ପରଦିନ ୬ ତାରିଖରେ ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ମନ୍ତ୍ରୀସ୍ତରୀୟ କମିଟିର ୭ଜଣ ମନ୍ତ୍ରୀ ପ୍ରଦୀପ ଅମାତ, ସଞ୍ଜୟ ଦାସବର୍ମା, ଦେବୀପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ବିକ୍ରମ କେଶରୀ ଆରଖୁ ଏବଂ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନ ଘେରାଉ କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe