ଭୁବନେଶ୍ୱର: ପଟିଆ ଛକ ନିକଟରୁ ୧୨ ଲକ୍ଷ ଟଙ୍କା ଲୁଟିନେଲେ ୨ ଦୁର୍ବୃତ୍ତ

ACCIDENTଭୁବନେଶ୍ୱର:  ଭୁବନେଶ୍ୱର ପଟିଆ ଛକ ନିକଟରୁ ଏକ ଘରୋଇ ସଂସ୍ଥାଠାରୁ ଦୁଇ ଜଣ ଦୁର୍ବୃତ୍ତ ୧୨ ଲକ୍ଷ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି। ସୋମବାର ଅପରାହ୍ଣ ୧ ଟାରୁ ୧ ଟା ୩୦ ମଧ୍ୟରେ ଘରୋଇ ସଂସ୍ଥାର କର୍ମଚାରୀମାନେ ଟଙ୍କା ଜମା ପାଇଁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଆକ୍ରମଣ କରି ଟଙ୍କା ଲୁଟ୍ କରିଥିବା ଜଣାପଡିଛି। ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି।