Advertisment

ବିଜେଡି ନେତା ରଘୁନାଥ-ରାଜେନ୍ଦ୍ରଙ୍କ ମଧ୍ୟରେ କଳି, ମାମଲା କୋର୍ଟରେ

ଭୁବନେଶ୍ୱର: ଅବକାରୀ ମନ୍ତ୍ରୀ ଦାମୋଦର ରାଉତ ଏବଂ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ମଧ୍ୟରେ ଲାଗି ଥିବା ବିବାଦ ଥମି ନ ଥିବା ବେଳେ ବିଜେଡିର ଅନ୍ୟ ଦୁଇଜଣ ନେତାଙ୍କ କଳି ଚର୍ଚ୍ଚାର କାରଣ ପାଲଟିଛି। ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁ ଏବଂ ଚିଳିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ମଧ୍ୟରେ ଏହି କଳି ଲାଗିଛି। ଟଙ୍କା ନେଣଦେଣକୁ ନେଇ ଦୁହିଁଙ୍କ ମଧ୍ୟରେ ଲାଗିଥିବା ଏହି କଳି ଏବେ କୋର୍ଟରେ ପହଞ୍ଚିଛି। ୨୦୧୦ ଜୁଲାଇରେ ଜମି କିଣିବା ପାଇଁ […]

ଅଦ୍ୟତନ ହୋଇଛି
ବିଜେଡି ନେତା ରଘୁନାଥ-ରାଜେନ୍ଦ୍ରଙ୍କ ମଧ୍ୟରେ କଳି, ମାମଲା କୋର୍ଟରେ

raghunatha_rajendra

Advertisment

ଭୁବନେଶ୍ୱର: ଅବକାରୀ ମନ୍ତ୍ରୀ ଦାମୋଦର ରାଉତ ଏବଂ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ମଧ୍ୟରେ ଲାଗି ଥିବା ବିବାଦ ଥମି ନ ଥିବା ବେଳେ ବିଜେଡିର ଅନ୍ୟ ଦୁଇଜଣ ନେତାଙ୍କ କଳି ଚର୍ଚ୍ଚାର କାରଣ ପାଲଟିଛି। ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁ ଏବଂ ଚିଳିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ମଧ୍ୟରେ ଏହି କଳି ଲାଗିଛି। ଟଙ୍କା ନେଣଦେଣକୁ ନେଇ ଦୁହିଁଙ୍କ ମଧ୍ୟରେ ଲାଗିଥିବା ଏହି କଳି ଏବେ କୋର୍ଟରେ ପହଞ୍ଚିଛି।

Advertisment

୨୦୧୦ ଜୁଲାଇରେ ଜମି କିଣିବା ପାଇଁ ରାଜେନ୍ଦ୍ର ରଘୁନାଥଙ୍କ ପାଖରୁ ୭୫ ଲକ୍ଷ ଟଙ୍କା ଧାର ଆଣିଥିଲେ। ଏଥିରେ ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ ସାକ୍ଷୀ ଥିଲେ। ଚୁକ୍ତି ହୋଇଥିଲା ୨୦୧୩ ସୁଦ୍ଧା ରାଜେନ୍ଦ୍ର ଟଙ୍କା ଫେରାଇବେ। ହେଲେ କୌଣସି କାରଣରୁ ରାଜେନ୍ଦ୍ର ରଘୁନାଥଙ୍କୁ ଟଙ୍କା ଫେରାଇ ନ ଥିଲେ। ଏହାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଇନଗତ ଲଢେଇ ଆରମ୍ଭ ହୋଇଯାଇଛି। କଥା ଯାଇ କୋର୍ଟରେ ପହଞ୍ଚିଛି। ଆସନ୍ତା ୨୨ ତାରିଖରେ ଟଙ୍କା ଦାଖଲ ପାଇଁ ରାଜେନ୍ଦ୍ରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମାମଲା କୋର୍ଟରେ ଥିବାରୁ ରାଜେନ୍ଦ୍ର କିଛି କହିବାକୁ ମାନା କରି ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe