Advertisment

ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ

ଭୁବନେଶ୍ୱର: ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୧୫ ବର୍ଷର ଆର୍ଥିକ କ୍ଷେତ୍ର ସମ୍ପର୍କିତ ସିଏଜି ରିପୋର୍ଟ। ଚାଷୀଙ୍କୁ କୃଷି ଋଣ ଓ ବିପର୍ଯ୍ୟୟ ସହାୟତା ନ ମିଳିବା ଓ ଜଳସମ୍ପଦ ବିଭାଗର ଦୁଇଟି ପ୍ରକଳ୍ପରେ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଯାଇଥିବା ଏଥିରେ ସିଏଜି ଦର୍ଶାଇଛନ୍ତି। ବୈଷୟିକ ଶିକ୍ଷାର ମାନକୁ ନେଇ ମଧ୍ୟ ସିଏଜି ପ୍ରଶ୍ନ ଉଠାଇଛନ୍ତି। ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି, ଠିକ୍‌ ସମୟରେ ଚାଷୀଙ୍କୁ ଋଣ ମିଳିନି। ସମବାୟ ବ୍ୟାଙ୍କ ରାଜ୍ୟ ସରକାରଙ୍କ ନିୟମାବଳୀର ଉଲ୍ଲଂଘନ […]

author-image
Rakesh Mallick
ଅଦ୍ୟତନ ହୋଇଛି
ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ

cag

ଭୁବନେଶ୍ୱର: ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୧୫ ବର୍ଷର ଆର୍ଥିକ କ୍ଷେତ୍ର ସମ୍ପର୍କିତ ସିଏଜି ରିପୋର୍ଟ। ଚାଷୀଙ୍କୁ କୃଷି ଋଣ ଓ ବିପର୍ଯ୍ୟୟ ସହାୟତା ନ ମିଳିବା ଓ ଜଳସମ୍ପଦ ବିଭାଗର ଦୁଇଟି ପ୍ରକଳ୍ପରେ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଯାଇଥିବା ଏଥିରେ ସିଏଜି ଦର୍ଶାଇଛନ୍ତି। ବୈଷୟିକ ଶିକ୍ଷାର ମାନକୁ ନେଇ ମଧ୍ୟ ସିଏଜି ପ୍ରଶ୍ନ ଉଠାଇଛନ୍ତି।

Advertisment

ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି, ଠିକ୍‌ ସମୟରେ ଚାଷୀଙ୍କୁ ଋଣ ମିଳିନି। ସମବାୟ ବ୍ୟାଙ୍କ ରାଜ୍ୟ ସରକାରଙ୍କ ନିୟମାବଳୀର ଉଲ୍ଲଂଘନ କରିଥିବାରୁ ଚାଷୀମାନେ ଋଣ ପାଇବାରୁ ବଞ୍ଚିତ ହୋଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ପରେ ଜିଲ୍ଲାପାଳମାନେ ଅଣାୱାରୀ ପ୍ରମାଣପତ୍ର ପ୍ରଦାନ କରି ନ ଥିବାରୁ ଚାଷୀ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି।

ଶସ୍ୟବୀମା ଯୋଜନା ଲାଗୁ ନେଇ ରାଜ୍ୟ ସରକାର ବିଳମ୍ୱରେ ବିଜ୍ଞପ୍ତି ଜାରି କରିଥିବାରୁ ଋଣ ନେଇ ନ ଥିବା ବହୁ ଚାଷୀ ଆବେଦନ କରିପାରି ନ ଥିଲେ। ସେହିପରି ଏହା ପରୀକ୍ଷାମୂଳକ ଫସଲ କଟା ସମୟ ସୀମା ମଧ୍ୟରେ ହୋଇ ନ ଥିବାରୁ କେନ୍ଦ୍ର ମଧ୍ୟ ଶସ୍ୟବୀମା ବାବଦ ଅର୍ଥ ଦେବାକୁ ମନା କରିଥିଲା। ଫଳରେ ରାଜ୍ୟ ସରକାରଙ୍କୁ ଅଧିକ ଆର୍ଥିକ ବୋଝ ସହିବାକୁ ପଡିଥିଲା ବୋଲି ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।

Advertisment

ଜଳସମ୍ପଦ ବିଭାଗର ଦୁଇଟି ପ୍ରକଳ୍ପ କାମରେ ଅନିୟମିତତା ନେଇ ସିଏଜି ଉଲ୍ଲେଖ କରିଛନ୍ତି। ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇ ୨ କୋଟି ୧୪ ଲକ୍ଷ ଟଙ୍କା ଅଧିକ ଦିଆଯାଇଥିବା ସିଏଜି କହିଛନ୍ତି।

ରାଜ୍ୟରେ ବୈଷୟିକ ଶିକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସିଏଜି। ଦୁଇଟି ବିଶ୍ୱବିଦ୍ୟାଳୟ ଓ ୭ଟି ମହାବିଦ୍ୟାଳୟ ଭିତ୍ତିଭୂମି ନେଇ ସଠିକ୍‌ ଅର୍ଥ ବନ୍ଦୋବସ୍ତ ହୋଇ ନ ଥିଲା। ଲାବୋରେଟରୀ ଓ ୱାର୍କସପ୍ ସୁବିଧା ନ ଥିବାରୁ ଛାତ୍ରଛାତ୍ରୀ ଉପଯୁକ୍ତ ତାଲିମ୍‌ ବଞ୍ଚିତ ହୋଇଥିଲେ। ସେହିପରି ଭିତ୍ତିଭୂମି ଅଭାବରୁ ନୂଆ କୋର୍ସକୁ ମଧ୍ୟ ଏଆଇସିଟିଇର ଅନୁମୋଦନ ମିଳି ନ ଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି, “ଏହା ଏକ ରିପୋର୍ଟ ମାତ୍ର। ଅଡିଟ୍‌ କରାଯାଇଛି, ପରବର୍ତ୍ତି ସମୟରେ ବିଧାନସଭା କମିଟି ଯାଞ୍ଚ କରିବ। ତା’ ପରେ ସିଏଜିର ପ୍ରକୃତ ତଥ୍ୟ ଜଣାପଡିବ।

କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝି କହିଛନ୍ତି, “ଏହା ମୁଖ୍ୟମନ୍ତ୍ରୀଙ୍କ ନିଜ ବିଭାଗ। ଏହାର ତର୍ଜମା କରିବା ତାଙ୍କର ମୁଖ୍ୟ କର୍ତ୍ତବ୍ୟ। ସେ ବୋଧେ କେବେ ତର୍ଜମା କରିନାହାନ୍ତି। ଯାହାର ପର୍ଦ୍ଦାଫାଶ ସିଏଜି କରିଛନ୍ତି।”

ବିଜେପି ବିଧାୟକ ରବି ନାୟକ କହିଛନ୍ତି, “ପୂର୍ତ୍ତ ବିଭାଗ ଓ ଜଳ ସମ୍ପଦ ବିଭାଗରେ ବହୁ ଅନିୟମିତତା ହୋଇଥିବା ସିଏଜି ଦର୍ଶାଇଛନ୍ତି। ଠିକାଦାର ପ୍ରୀତି ମଧ୍ୟ ଦେଖିବାକୁ ମିଳିଛି। କାମ ଯେତେ ହେବା କଥା ହୋଇପାରିନାହିଁ।”