Advertisment

ବିଜେପୁର ବାଜି ପାଇଁ ବିଗୁଲ ଫୁଙ୍କିଲା ବିଜେପି, ପଦ୍ମବନରେ ଅଶୋକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିକଟ ପାଇବେ କି ନାହିଁ ଠିକ୍ ନାହିଁ। କିନ୍ତୁ ଆଜି ପଦ୍ମବନରେ ପଶିଛନ୍ତି ବିଜେପୁରର ପୂର୍ବତନ ବିଧାୟକ ତଥା ଅସନ୍ତୁଷ୍ଟ ବିଜେଡି ନେତା ଅଶୋକ ପାଣିଗ୍ରାହୀ। ଆଜି ସେ ସଦଳେବଳେ ବିଜେପିରେ ମିଶିଛନ୍ତି। ଅବଶ୍ୟ କହୁକହୁ କହିଛନ୍ତି ଯେ, ଟିକଟ ଆଶାରେ ସେ ଗେରୁଆ ପିନ୍ଧି ନାହାଁନ୍ତି। କିନ୍ତୁ ଆଗକୁ ଯେ ସେ ବିଜେପୁରରେ ବିଜେପିର ମଙ୍ଗ ଧରିବେ ଏହା ନିଃସନ୍ଦେହ।

ଆଜି ବରପାଲିରେ ହୋଇଥିଲା ବିଜେପିର ମିଶ୍ରଣ ପର୍ବ। ଏହି ଅବସରରେ ଆୟୋଜିତ ମଞ୍ଚରେ ଦଳର ହେଭିୱେଟ୍‌ ନେତାମାନେ ଯୋଗଦେଇ ବିଜେପୁରରୁ ମିଶନ ୧୨୦ର ମୂଳଦୁଆ ପକାଇବା ପାଇଁ ଆହ୍ୱାନ ଦେଇଛନ୍ତି। ପଦ୍ମ ଫୁଲ ଦେଇ ବିଜେଡିର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ କୋଳେଇ ନେଇଛନ୍ତି ବିଜେପି ନେତା। ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା ହୋଇ ନଥିଲେ ମଧ୍ୟ ଅଶୋକଙ୍କୁ ଦଳ ମଇଦାନକୁ ଓହ୍ଲାଇବାକୁ ସ୍ଥିର କରିଥିବା ଚର୍ଚ୍ଚା ହେଉଛି।

(image) ଆଜି ହୋଇଥିବା ମିଶ୍ରଣ ପର୍ବରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍‌ ଓରାମଙ୍କ ସମେତ ରାଜ୍ୟ ପ୍ରଭାରୀ ଅରୁଣ ସିଂ, ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କେଭି ସିଂହଦେଓ ଓ ଦଳର ବରିଷ୍ଠ ନେତାମାନେ ଯୋଗଦେଇ ନବୀନ ଏବଂ ରାଜ୍ୟ ସରକାରକୁ ସମାଲୋଚନା କରିଛନ୍ତି। ଏହାର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି- ବିଜେପିର ଏହି ଶକ୍ତି ପ୍ରଦର୍ଶନ ଓ ଅଶୋକଙ୍କ ଯୋଗଦାନର କିଛି ପ୍ରଭାବ ବିଜେଡି ଉପରେ ପଡିବ ନାହିଁ।

ଆସିଲେନି ବିଜେପିର ଜିଲ୍ଲା ସଭାପତି

ବରପାଲିରେ ବିଜେପି ଶକ୍ତି ପ୍ରଦର୍ଶନ କରୁଛି। ବିଜେଡି ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷୁଛନ୍ତି ନେତା ଓ କର୍ମୀ। ମାତ୍ର ଜାକଜମକରେ ହେଉଥିବା ଏହି ମିଶ୍ରଣ ପର୍ବରୁ ନିଜକୁ ଦୂରରେ ରଖିଛନ୍ତି ଜିଲ୍ଲା ସଭାପତି ନାରାୟଣ ସାହୁ ଓ ତାଙ୍କ ସମର୍ଥକ। ପୂର୍ବରୁ ଅଶୋକ ପାଣିଗ୍ରାହୀଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରୁଥିଲେ ନାରାୟଣ। ଏବେ ଚର୍ଚ୍ଚା ହେଉଛି ବିଜେପିଠାରୁ ସଂପର୍କ ତୁଟାଇ ପାରନ୍ତି ନାରାୟଣ।

କିଏ କ’ଣ କହୁଛନ୍ତି

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି-“କେନ୍ଦ୍ର ସରକାର ଦେଉଥିବା ପାଇସା ଓ ଯୋଜନା ଓଡ଼ିଶାରେ ଦଳୀୟ ଲୋକଙ୍କ ପାଖରେ ବଣ୍ଟା ଯାଉଛି। ମାତ୍ର ଗରିବଙ୍କ ପାଖରେ ପହଞ୍ଚି ପାରୁନାହିଁ। ଏବେ ଓଡ଼ିଶାରେ ପଦ୍ମ ଫୁଟିବ ଓ ଲକ୍ଷ୍ମୀ ଆସିବେ।”

ବିଜେପି ନେତା ଅଶୋକ ପାଣିଗ୍ରାହୀ କହିଛନ୍ତି-“ଆମେ ଶଙ୍ଖ ଫୁଙ୍କୁଥିଲୁ ବାଜୁଥିଲା। ଆଉ ସେହି ଶଙ୍ଖ ବିଜେପୁର ନିର୍ବାଚନମଣ୍ଡଳୀରେ ବାଜିବ ନାହିଁ।”

ବିଜେଡି ମୁଖାପାତ୍ର ଦେବୀ ପ୍ରସାଦ ମିଶ୍ର କହିଛନ୍ତି-“ଅଶୋକ ପାଣିଗ୍ରାହୀ ମୋର ସାନ ଭାଇ। ଥରେ ବିଧାୟକ ହୋଇଥିଲେ। ସେ ସବୁବେଳେ ଅସନ୍ତୁଷ ରୁହନ୍ତି। ବିଜେପି ଉଚିତ ପ୍ରାର୍ଥୀ ପାଉନଥିବାରୁ ଅଶୋକଙ୍କୁ ନେଇଛନ୍ତି। ଏହା ଉପରେ ଆମର କିଛି କହିବାର ନାହିଁ। କିନ୍ତୁ ବିଜେପୁରରୁ ବିଜେଡିର ବିଜୟ ନିଶ୍ଚିତ।”

କେଭି ସିଂହଦେଓ କହିଛନ୍ତି-“ବିଜେପିରେ ଯେତେ ଲୋକ ମିଶିବେ ଦଳର ଶକ୍ତି ସେତେ ବଢ଼ିବ। ସେହି ଶକ୍ତିକୁ ନେଇ ଆଗାମୀ ନିର୍ବାଚନରେ ୧୨୦ ମିଶନ୍‌ରେ ପହଞ୍ଚିବୁ। ଉପନିର୍ବାଚନରେ ସ୍ଥାନୀୟ ପ୍ରସଙ୍ଗକୁ ନେଇ ଲଢ଼ା ଯିବ। ଜିଲ୍ଲା ସଭାପତି ଆଜି ଆସିନାହାନ୍ତି। ତାଙ୍କ ସହିତ ଯୋଗାଯୋଗରେ ଦଳୀୟ କର୍ମୀ ଅଛନ୍ତି। ଜିଲ୍ଲା ସଭାପତିଙ୍କ ମନରେ ଯାହା ଥିଲା ଦଳ ଭିତରେ କହିବାର ଥିଲା।”

[vc_video link="https://www.youtube.com/watch?v=zv6yKfkW9q8" align="center"]

[vc_video link=" align="center"]

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe