Advertisment

ବିଜେଡି ଆକାଉଣ୍ଟରୁ ମାଓନେତା ସବ୍ୟସାଚୀଙ୍କ ଆକାଉଣ୍ଟକୁ ଯାଇଛି ୪୫ ଲକ୍ଷ ଟଙ୍କା: ବ୍ରଜ ତ୍ରିପାଠୀ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀ ବିଜେଡିର ମାଓବାଦୀଙ୍କ ସହ ଲିଙ୍କ ଥିବା ଅଭିଯୋଗ ଆଣିଛନ୍ତି। ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ଆକାଉଣ୍ଟକୁ ବିଜେଡି ଆକାଉଣ୍ଟରୁ ୪୫ ଲକ୍ଷ ଟଙ୍କା ପଠା ଯାଇଥିବା ସେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ତ୍ରିପାଠୀ କହିଛନ୍ତି, “୨୦୧୪ ଏପ୍ରିଲ ୧୦ ତାରିଖରେ ସାଧାରଣ ନିର୍ବାଚନ ସମୟରେ ଏହି ଟଙ୍କା ପଠାଯାଇଥିଲା। ଭୁବନେଶ୍ୱର ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମେନ ବ୍ରାଞ୍ଚରେ ଥିବା ବିଜେଡିର […]

ଅଦ୍ୟତନ ହୋଇଛି
ବିଜେଡି ଆକାଉଣ୍ଟରୁ ମାଓନେତା ସବ୍ୟସାଚୀଙ୍କ ଆକାଉଣ୍ଟକୁ ଯାଇଛି ୪୫ ଲକ୍ଷ ଟଙ୍କା: ବ୍ରଜ ତ୍ରିପାଠୀ

braja

Advertisment

brajaନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀ ବିଜେଡିର ମାଓବାଦୀଙ୍କ ସହ ଲିଙ୍କ ଥିବା ଅଭିଯୋଗ ଆଣିଛନ୍ତି। ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ଆକାଉଣ୍ଟକୁ ବିଜେଡି ଆକାଉଣ୍ଟରୁ ୪୫ ଲକ୍ଷ ଟଙ୍କା ପଠା ଯାଇଥିବା ସେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

Advertisment

ତ୍ରିପାଠୀ କହିଛନ୍ତି, “୨୦୧୪ ଏପ୍ରିଲ ୧୦ ତାରିଖରେ ସାଧାରଣ ନିର୍ବାଚନ ସମୟରେ ଏହି ଟଙ୍କା ପଠାଯାଇଥିଲା। ଭୁବନେଶ୍ୱର ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମେନ ବ୍ରାଞ୍ଚରେ ଥିବା ବିଜେଡିର ଆକାଉଣ୍ଟ ନମ୍ବର ୧୦୦୯୧୭୫୫୨୪୬ରୁ ୪୫ ଲକ୍ଷ ଟଙ୍କା ଗଞ୍ଜାମ ଜିଲ୍ଲା ଛତ୍ରପୁର ଆଇସିଆଇସିଆଇ ବ୍ୟାଙ୍କରେ ଥିବା ସବ୍ୟସାଚୀ ପଣ୍ଡାଙ୍କ ଆକାଉଣ୍ଟ ନମ୍ବର ୨୦୩୬୦୧୫୦୧୭୨୮କୁ ଯାଇଛି। ୨୦୧୪ ଏପ୍ରିଲ ୯ରେ ସବ୍ୟସାଚୀଙ୍କ ଆକାଉଣ୍ଟରୁ ବିଜେଡି ଆକାଉଣ୍ଟକୁ ଏକ ଚେକ୍‌ ମାଧ୍ୟମରେ ୧ ଲକ୍ଷ ଟଙ୍କା ପଠାଯାଇଛି। ବିଜେଡି ସରକାର ମାଓବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ଏହା ପ୍ରମାଣିତ କରୁଛି। ଏହାର ତଦନ୍ତ କରିବାକୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି।”

ବ୍ରଜ ତ୍ରିପାଠୀଙ୍କ ଅଭିଯୋଗ ଅବାସ୍ତବ ବୋଲି ବିଜେଡି କହିଛି। ବିଜେଡି ମୁଖପାତ୍ୟ ଅମର ଶତପଥୀ କହିଛନ୍ତି, “ଆମର ମାଓ ଲିଙ୍କ ନାହିଁ। ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ଆମ ଉଦ୍ୟମ ଜାରି ରହିଛି।”

Advertisment

ବ୍ରଜଙ୍କ ଅଭିଯୋଗକୁ ସବ୍ୟସାଚୀଙ୍କ ପତ୍ନୀ ମିଲି ପଣ୍ଡା ମଧ୍ୟ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ମୋ ସ୍ୱାମୀଙ୍କ ନାଁରେ କୌଣସି ବ୍ୟାଙ୍କ ଆକାଉଣ୍ଟ ନାହିଁ। ୪୫ ଲକ୍ଷ ଟଙ୍କା ପ୍ରକୃତରେ ଯାଇଛି କି ନାହିଁ ତଦନ୍ତ ହେଲେ ଜଣାପଡିବ। ଅଭିଯୋଗ ଆଣିଥିବା ଲୋକ ଟଙ୍କା ଯିବା ଦେଖି ନ ଥିବେ ବୋଲି ମୁଁ ଭାବୁଛି। ଆଜିକାଲି ଏକ ଫ୍ୟାସନ ଚାଲିଛି କିଏ କେଉଁ କଥା କହି ମିଡିଆରେ ହେଡ ଲାଇନରେ ରହିବ। ସରକାରଙ୍କ ବିରୋଧରେ କ’ଣ ଗୋଟେ କହି ଆଗରେ ଛିଡା ହୋଇଯିବା ଉଦ୍ଦେଶ୍ୟରେ ଏପରି ଅଭିଯୋଗ ଅଣାଯାଇଛି।”

ବ୍ରଜଙ୍କ ଅଭିଯୋଗରେ ସତ୍ୟତା ଥିଲେ ଏହା ଉଭୟ ରାଜ୍ୟ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ବିପଦ ସୃଷ୍ଟି କରିବ ବୋଲି କଂଗ୍ରେସ କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe