bjd-leader-surya-narayan-patra
ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଛତ୍ରପୁର ବିଜେଡି କାଉନ୍ସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡକୁ ନେଇ ପୋଲିସ ଉପରେ ବର୍ଷିଥିଲା ବିଜେପି। ଏପରିକି ବିଜେଡିର ବରିଷ୍ଠ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ପୋଲିସର ମୁଖପାତ୍ର ବୋଲି ବିଜେପି ଆରୋପ ଲଗାଇଥିଲା। ଆଜି ଏହାର ଜବାବ ରଖିଛନ୍ତି ଶ୍ରୀ ପାତ୍ର। ସେ କହିଛନ୍ତି-“ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖପାତ୍ର। କାହିଁକି ପୋଲିସର ମୁଖପାତ୍ର ହେବି?”
ସେ କହିଛନ୍ତି-“ଛତ୍ରପୁର ଏନ୍ଏସି କାଉନ୍ସିଲ ଲକ୍ଷ୍ମିଦତ୍ତ ପ୍ରଧାନ ହତ୍ୟା ଘଟଣାର ତଦନ୍ତ କରିବା ପୋଲିସର କର୍ତ୍ତବ୍ୟ। ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ କେଉଁଠି ଅଛନ୍ତି, ସେ ସମ୍ପର୍କରେ ଜାଣିବା ପାଇଁ ପୋଲିସ ସେମାନଙ୍କ ଫୋନ୍ ଟ୍ରାକିଂ କରୁଥିଲା। ଟ୍ରାକିଂରୁ ଜଣାପଡ଼ିଲା ସେମାନେ ଉତ୍ତରାଖଣ୍ଡରେ ଅଛନ୍ତି। ପରେ ପୋଲିସ ସେମାନଙ୍କୁ ଗିରଫ କରିଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲି। ତେବେ ପୋଲିସ ଗିରଫ ପରେ ଅଭିଯୁକ୍ତମାନେ ହତ୍ୟାକାଣ୍ଡର ରୂପରେଖ ବର୍ଣ୍ଣନା କରିଛନ୍ତି। ପୋଲିସ ଏହି ଘଟଣା ଉପରେ ତର୍ଜମା କରୁଛି। ଏଥିରେ ମୋର କିଛି ଭୂମିକା ନାହିଁ।”
ସେ କହିଛନ୍ତି-“ବିଜେଡିର ଜଣେ ସକ୍ରିୟ କର୍ମୀଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏହି ହତ୍ୟାକାଣ୍ଡକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିବା ରିପୋର୍ଟ ଆଧାରରେ ମୁଁ ବୟାନ ଦେଇଥିଲି। ମୁଁ କଣ ପାଇଁ ପୋଲିସର ମୁଖପାତ୍ର ହେବି?”
ସୂଚନାରୁ ପ୍ରକାଶ, ଛତ୍ରପୁର ଏନ୍ଏସି କାଉନ୍ସିଲ ଲକ୍ଷ୍ମିଦତ୍ତ ପ୍ରଧାନ ହତ୍ୟା ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ କୃଷ୍ଣଚନ୍ଦ୍ର ନାୟକ ଓ ଦୁର୍ଯ୍ୟୋଧନ ରେଡ୍ଡିଙ୍କୁ ଗଞ୍ଜାମ ପୋଲିସ ଡେରାଡୁନ୍ରୁ ଗିରଫ କରିଥିଲା। ଗିରଫ ପରେ ସେମାନେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କ ନାଁ ନେଇଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଛି। ବିଜେପି ଓ ବିଜେଡି ପରସ୍ପର ଉପରେ ଆରୋପ ଲଗାଉଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us