Advertisment

ବିଜେପୁର ଲଢ଼େଇ ପାଇଁ ବିଜେଡିର କସରତ, ମିଳିମିଶି ତିଆରି କଲେ ଷ୍ଟ୍ରାଟେଜି

ଭୁବନେଶ୍ୱର:  ବିଜେପୁର ଉପନିର୍ବାଚନ ପାଇଁ ବିଜେଡି କସରତ ଆରମ୍ଭ ହୋଇଯାଇଛି। ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ନବୀନ ନିବାସ ଯାଇ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଦଳୀୟ ନେତା ଭେଟିଛନ୍ତି। ଆଜିର ବୈଠକରେ ଅସନ୍ତୁଷ୍ଟ ନେତାଙ୍କୁ ମନାଇବା ଓ ଦଳର ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ବରଗଡ଼ ଜିଲ୍ଲାର ସମସ୍ତ ବିଧାୟକ, ଜିଲ୍ଲା ସଭାପତି, ବିଜେପୁର ନିର୍ବାଚନମଣ୍ଡଳୀର ବ୍ଲକ ପର୍ଯ୍ୟବେକ୍ଷକ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।  ତା’ସହ ମନ୍ତ୍ରୀ ନିରଂଜନ ପୂଜାରୀ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ସଂଜୟ ଦାସବର୍ମା ଓ ପ୍ରଣବ ପ୍ରକାଶ ଦାସ ମଧ୍ୟ ଉପସ୍ଥିତ ରହି ଆଲୋଚନା କରିଥିଲେ। ବିଜେପୁର ଉପନିର୍ବାଚନରେ ଦଳର ଷ୍ଟ୍ରାଟେଜି କିଭଳି ହେବ ଏବଂ ଗୀତା ସାହୁଙ୍କୁ ପ୍ରାର୍ଥୀ କଲା ପରେ ଦଳର ଥିବା ଅସନ୍ତୋଷଙ୍କୁ କିଭଳି ପ୍ରଶମିତ କରାଯିବ ସେ ନେଇ ଆଲୋଚନା ହୋଇଥିଲା।

author-image
Ordigital Desk