- Videos
- Odisha
- ବିଜେପୁର ଲଢ଼େଇ ପାଇଁ ବିଜେଡିର କସରତ, ମିଳିମିଶି ତିଆରି କଲେ ଷ୍ଟ୍ରାଟେଜି
ବିଜେପୁର ଲଢ଼େଇ ପାଇଁ ବିଜେଡିର କସରତ, ମିଳିମିଶି ତିଆରି କଲେ ଷ୍ଟ୍ରାଟେଜି
- Published: Saturday, 07 October 2017
- , Updated: 07 October 2017, 11:38 AM IST
<p>ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ବିଜେଡି କସରତ ଆରମ୍ଭ ହୋଇଯାଇଛି। ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ନବୀନ ନିବାସ ଯାଇ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଦଳୀୟ ନେତା ଭେଟିଛନ୍ତି। ଆଜିର ବୈଠକରେ ଅସନ୍ତୁଷ୍ଟ ନେତାଙ୍କୁ ମନାଇବା ଓ ଦଳର ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ବରଗଡ଼ ଜିଲ୍ଲାର ସମସ୍ତ ବିଧାୟକ, ଜିଲ୍ଲା ସଭାପତି, ବିଜେପୁର ନିର୍ବାଚନମଣ୍ଡଳୀର ବ୍ଲକ ପର୍ଯ୍ୟବେକ୍ଷକ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ। ତା’ସହ ମନ୍ତ୍ରୀ ନିରଂଜନ ପୂଜାରୀ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ସଂଜୟ ଦାସବର୍ମା ଓ ପ୍ରଣବ ପ୍ରକାଶ ଦାସ ମଧ୍ୟ ଉପସ୍ଥିତ ରହି ଆଲୋଚନା କରିଥିଲେ। ବିଜେପୁର ଉପନିର୍ବାଚନରେ ଦଳର ଷ୍ଟ୍ରାଟେଜି କିଭଳି ହେବ ଏବଂ ଗୀତା ସାହୁଙ୍କୁ ପ୍ରାର୍ଥୀ କଲା ପରେ ଦଳର ଥିବା ଅସନ୍ତୋଷଙ୍କୁ କିଭଳି ପ୍ରଶମିତ କରାଯିବ ସେ ନେଇ ଆଲୋଚନା ହୋଇଥିଲା।</p>