Advertisment

ବିଜେଡି ପଦଯାତ୍ରା ଆରମ୍ଭ: ନବୀନ କହିଲେ, କିଛି ଦଳ ଆମ ନାଁରେ ଅପପ୍ରଚାର କରୁଛନ୍ତି, ଆପଣ ମୁକାବିଲା କରନ୍ତୁ

<a href="">(image) </a>ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ କରିଛି ବିଜେଡି। କେନ୍ଦ୍ରୀୟ ଅବହେଳା, ବିଜେପିର ମିଥ୍ୟା ପ୍ରଚାର ଓ ରାଜ୍ୟ ସରକାରଙ୍କ ସଫଳତାକୁ ନେଇ ଆଜିଠାରୁ ଜନସଂପର୍କ ପଦଯାତ୍ରା ଆରମ୍ଭ କରିଛି ଶାସକ ଦଳ। ଭୁବନେଶ୍ୱରସ୍ଥିତ ମହିଷାଖାଲ ବସ୍ତିର ବେହେରା ସାହିରୁ ଏହି ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ଗାନ୍ଧି ଜୟନ୍ତୀ ବା ଆଜିଠାରୁ ଅକ୍ଟୋବର ୧୧ ଜୟପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତରରେ ଚାଲିବ ଏହି ପଦଯାତ୍ରା।

ଓଡ଼ିଶା ସଂପର୍କରେ ବିଜେପିର ମିଥ୍ୟା ପ୍ରଚାର, କେନ୍ଦ୍ର ସରକାରଙ୍କ ଅବହେଳା, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା,  ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସର ଦର ବୃଦ୍ଧି ସଂପର୍କରେ ଲୋକଙ୍କୁ ଅବଗତ କରିବ ଦଳ। ତା’ସହିତ ରାଜ୍ୟ ସରକାରଙ୍କ ସଫଳତାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବେ ଦଳୀୟ କର୍ମୀ ଓ ନେତା।  ପଦଯାତ୍ରା ପରିଚାଳନା ପାଇଁ ବ୍ଲକ ଓ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କୁ କୁହାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି “ଗାନ୍ଧି ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ରାଜ୍ୟର ପ୍ରତି ଘର ଓ ପରିବାରକୁ ବିକାଶ ସହ ଯୋଡ଼ିବ। ବିଜୁ ଜନତା ଦଳ ସବୁବେଳେ ଲୋକଙ୍କ ସହ ରହିଛି। ମାଆ, ମାଟି ଓ ମଣିଷ ପାଇଁ ଦଳ କାମ କରି ଆସିଛି। ଏହାସହିତ ଓଡ଼ିଶାକୁ ୧ ନମ୍ୱର କରିବା ଆମର ଲକ୍ଷ୍ୟ ରହିଛି।”

ସେହିପରି ପଦଯାତ୍ରାକୁ ନେଇ ବିରୋଧୀଙ୍କ ମନ୍ତବ୍ୟ ଉପରେ କଡ଼ା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିରୋଧୀଙ୍କୁ ଟାର୍ଗେଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି,“ ଏବେ କିଛି ଦଳ  ଓଡ଼ିଶା ସରକାରଙ୍କ ନାଁରେ ଅପପ୍ରଚାର କରୁଛନ୍ତି। ଆପଣମାନେ ତାର ମୁକାବିଲା କରନ୍ତୁ।”

https://www.youtube.com/watch?v=d2YhTOSnRZo

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe