Advertisment

ବିଜେଡିଠାରୁ ମୁହଁ ମୋଡ଼ିଲେଣି ସଚେତନ ସହରବାସୀ: ତଥାଗତ

ଭୁବନେଶ୍ୱର: ପୌର ଉପନିର୍ବାଚନରେ ୨ଟି ଆସନରେ ବିଜେଡି ପ୍ରାର୍ଥୀଙ୍କ ପରାଜୟକୁ ଦଳର ଅନେକ ନେତା ସହଜରେ ଗ୍ରହଣ କରି ପାରି ନାହାନ୍ତି। କଟକର ୨୧ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀଙ୍କ ପରାଜୟକୁ ନେଇ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କରିଥିବା ବେଳେ ଆଜି ଦଳୀୟ ସାଂସଦ ତଥାଗତ ଶତପଥୀ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି ଓ ସଚେତନ ସହରବାସୀ ବିଜେଡିଠାରୁ ମୁହଁ ମୋଡ଼ିବା ଆରମ୍ଭ କଲେଣି ବୋଲି ସତର୍କ କରାଇ ଦେଇଛନ୍ତି। […]

ଅଦ୍ୟତନ ହୋଇଛି
ତଥାଗତଙ୍କ ସମ୍ପାଦକୀୟକୁ ନେଇ ବିଜେଡିରେ ଝଡ଼

tathagat

Advertisment

tathagatଭୁବନେଶ୍ୱର: ପୌର ଉପନିର୍ବାଚନରେ ୨ଟି ଆସନରେ ବିଜେଡି ପ୍ରାର୍ଥୀଙ୍କ ପରାଜୟକୁ ଦଳର ଅନେକ ନେତା ସହଜରେ ଗ୍ରହଣ କରି ପାରି ନାହାନ୍ତି। କଟକର ୨୧ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀଙ୍କ ପରାଜୟକୁ ନେଇ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କରିଥିବା ବେଳେ ଆଜି ଦଳୀୟ ସାଂସଦ ତଥାଗତ ଶତପଥୀ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି ଓ ସଚେତନ ସହରବାସୀ ବିଜେଡିଠାରୁ ମୁହଁ ମୋଡ଼ିବା ଆରମ୍ଭ କଲେଣି ବୋଲି ସତର୍କ କରାଇ ଦେଇଛନ୍ତି। ତାଙ୍କ ସଂପାଦନାରେ ଚାଲିଥିବା ଏକ ଓଡ଼ିଆ ଖବର କାଗଜର ସଂପାଦକୀୟ ପୃଷ୍ଠାରେ ଆଜି ତଥାଗତ ଲେଖିଛନ୍ତି,“କଟକ-ବାରବାଟୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥିବା ସିଏମ୍‌ସିର ୱାର୍ଡ ନମ୍ବର ୨୧ ଓ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଗୁଡ଼ା ୱାର୍ଡ ନମ୍ବର ୯ରେ କଂଗ୍ରେସର ଜିତାପଟ ବିଜେଡିକୁ ଏକ ଶକ୍ତ ଧକ୍କ ଦେବା ସହ ସେହି ଆସନଗୁଡ଼ିକର ବିଧାୟକ ଓ ନେତୃବୃନ୍ଦଙ୍କୁ ସତର୍କବାଣୀ ଦେଇଛି। କେବଳ ଉମରକୋଟରେ ଜିତି ଥିବା ବିଜେଡି ସେହି ଫଳାଫଳରେ ସନ୍ତୁଷ୍ଟ ରହିଗଲେ ଭବିଷ୍ୟତ ଅନ୍ଧକାରମୟ ହେବ।”

Advertisment

ସେ ଆହୁରି ଲେଖିଛନ୍ତି,“କଟକ ଓ ବୁଗୁଡ଼ା ନିର୍ବାଚନ ଫଳ ସ୍ପଷ୍ଟ କରି ଦେଉଛି ଯେ ସଚେତନ ସହରବାସୀ ବିଜେଡିଠାରୁ ମୁହଁ ମୋଡ଼ିବା ଆରମ୍ଭ କଲେଣି। ଦଳୀୟ ନେତାମାନଙ୍କର ବୃଦ୍ଧି ପାଉଥିବା ଅହଂଭାବ, ବେଖାତିର ମନୋବୃତ୍ତି ଓ ଅନେକ ବିଧାୟକଙ୍କ ଖୋଲାଖୋଲି ଦୁର୍ନୀତି ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ପଛକୁ ଠେଲି ଦେଉଛି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe