‘ବିଜେପି,ବିଜେଡି ପାଖରେ ଅଛି ଅମାପ କଳାଟଙ୍କା’

ଭୁବନେଶ୍ୱର: ବିଜେପି ଦେଶରେ ଶାସନ କରୁଛି। ବିଜେଡି ରାଜ୍ୟରେ ଶାସନ କରୁଛି। ଉଭୟଙ୍କ ପାଖରେ ରହିଛି ଅମାପ କଳା ଟଙ୍କା। ଏହି କଳା ଟଙ୍କାକୁ ବାଣ୍ଟି ଉଭୟ ଦଳ ପଞ୍ଚାୟତ ନିର୍ବାଚନରେ ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଥିବା ବେଳେ ଆଜି କଂଗ୍ରେସ ଦଳର ପ୍ରତିଷ୍ଠା ଦିବସ ଅବସରରେ ସେ ଏକଥା କହିଛନ୍ତି। ପ୍ରସାଦ କହିଛନ୍ତି,“ବିଜେପି ଓ ବିଜେଡି କଳା ଟଙ୍କା […]

congress-party-office

congress-party-office

Rakesh Mallick
  • Published: Wednesday, 28 December 2016
  • Updated: 28 December 2016, 09:39 PM IST

prasadଭୁବନେଶ୍ୱର: ବିଜେପି ଦେଶରେ ଶାସନ କରୁଛି। ବିଜେଡି ରାଜ୍ୟରେ ଶାସନ କରୁଛି। ଉଭୟଙ୍କ ପାଖରେ ରହିଛି ଅମାପ କଳା ଟଙ୍କା। ଏହି କଳା ଟଙ୍କାକୁ ବାଣ୍ଟି ଉଭୟ ଦଳ ପଞ୍ଚାୟତ ନିର୍ବାଚନରେ ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଥିବା ବେଳେ ଆଜି କଂଗ୍ରେସ ଦଳର ପ୍ରତିଷ୍ଠା ଦିବସ ଅବସରରେ ସେ ଏକଥା କହିଛନ୍ତି।

ପ୍ରସାଦ କହିଛନ୍ତି,“ବିଜେପି ଓ ବିଜେଡି କଳା ଟଙ୍କା ଠୁଳ କରି ରଖିଛନ୍ତି। ପଞ୍ଚାୟତ ନିର୍ବାଚନରେ ଏହି ଟଙ୍କାକୁ ଖଟେଇବେ। ଟଙ୍କା ବାଣ୍ଟି ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଜନସାଧାରଣ ଜାଣିସାରିଛନ୍ତି ତାଙ୍କର ଫନ୍ଦି। ଏଥର ନିର୍ବାଚନରେ ଲୋକେ ନିର୍ଣ୍ଣାୟକ ନିଷ୍ପତ୍ତି ନେବେ।”

ସେ କହିଛନ୍ତି,“କଂଗ୍ରେସ ପାଖରେ ଅର୍ଥ ବଳ ନାହିଁ। ଆମ ପାଖରେ ଅଛି ଦୃଢ଼ ମନୋବଳ। କଳା ଟଙ୍କା ବିରୋଧରେ ଓ ବିଜେପି, ବିଜେଡି ବିରୋଧ ଲଢ଼ିବା ପାଇଁ ଆମ ମନୋବଳ ଦୃଢ଼ ରହିଛି।”

ପ୍ରସାଦ କହିଛନ୍ତି,“ବିଜେପି,ବିଜେଡି ଭାଇଭାଇ। ଏକଥା ଆଉ କାହାକୁ ଅଜଣା ନାହିଁ। ଲୋକଙ୍କ ପାଖରେ ଗୋଟିଏ ମାତ୍ର ବିକଳ୍ପ ଅଛି। ତାହା ହେଉଛି କଂଗ୍ରେସ।”

ଏଥର ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଚୟନ ବେଳେ କଂଗ୍ରେସ ଯୁବକ, ଦଳିତ, ଆଦିବାସୀ ଓ ମହିଳାମାନଙ୍କୁ ପ୍ରାଧ୍ୟାନ୍ୟ ଦେବ ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି।

ଅନ୍ୟପକ୍ଷରେ ପ୍ରସାଦଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ଉଭୟ ବିଜେପି ଓ ବିଜେଡି।

ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,“ସେମାନଙ୍କ (କଂଗ୍ରେସ) ପାଖରେ ଦିନେ ଟଙ୍କା ବଳ ଥିଲା। ସରକାରୀ କଳ ବି ଥିଲା। କିନ୍ତୁ ଲୋକେ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରି ଦେଲେ। ଆଜି ସେମାନଙ୍କର ଯେଉଁ ସ୍ଥିତି ଉପୁଜିଛି ସେଥିପାଇଁ ସେମାନେ ଏମିତି ପ୍ରଳାପ କରୁଛନ୍ତି। କିନ୍ତୁ ଗୋଟିଏ କଥା ସତ ଯେ କଂଗ୍ରେସର ଯେଉଁ ସବୁ ଗୁଣ ଥିଲା ତାହାକୁ ଏବେ ବିଜେଡି ଆଦରି ନେଇଛି। ବିଜେପି-ବିଜେଡି ମଧ୍ୟରେ ବୁଝାମଣା ହୋଇନି। ବିଜେଡି ଓ କଂଗ୍ରେସ ମଧ୍ୟରେ ବୁଝାମଣା ହୋଇଛି। କଂଗ୍ରେସ ନେତା ଜୟଦେବ ଜେନାଙ୍କ ମନ୍ତବ୍ୟରୁ ଏହା ସ୍ପଷ୍ଟ ହେଉଛି।”

ସେ କହିଛନ୍ତି,“ଦେଶରେ ଯଦି କୌଣସି ଗୋଟିଏ ଦଳ କଳାଟଙ୍କା ବିରୋଧରେ ଲଢୁ ଥାଏ, ତା’ହେଲେ ତାହା ହେଉଛି ବିଜେପି।”

ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି,“ପ୍ରସାଦ ହରିଚନ୍ଦନଙ୍କ ମନ୍ତବ୍ୟରୁ ଜଣାପଡୁଛି କଳା ଟଙ୍କାର ଆଳ ଦେଖାଇ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେ ପରାଜୟ ସ୍ୱୀକାର କରିଛନ୍ତି। ସେ ଠିକ୍ ଜାଣିଛନ୍ତି ଲୋକଙ୍କ ମୁଡ୍ କ’ଣ ଅଛି। ଓଡ଼ିଶାର ଲୋକେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରି ସାରିଛନ୍ତି। ପ୍ରତ୍ୟେକ ଥର ସେମାନଙ୍କ ସଂଖ୍ୟା କମି କମି ଯାଉଛି।”

ସେ କହିଛନ୍ତି,“କଂଗ୍ରେସ ଏକ ବିଭାଜିତ କ୍ୟାମ୍ପ୍। ସେମାନଙ୍କର ନିଜ କଥା ନିଜକୁ ଅସମ୍ଭାଳ। ଲୋକଙ୍କ ପାଖକୁ ଯିବାକୁ ସେମାନଙ୍କ ପାଖରେ କୌଣସି କାର୍ଯ୍ୟକ୍ରମ ନାହିଁ। ସେମାନଙ୍କର ମନୋବଳ ବି ନାହିଁ।”

ବିଜେପି ମୁଖପାତ୍ର ସଜ୍ଜନ ଶର୍ମାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ସମୀର ଦାଶ କହିଛନ୍ତି,“ବିଜେପି କେନ୍ଦ୍ରରେ ଶାସନରେ ଅଛି। ଆୟକର ବିଭାଗ ସେମାନଙ୍କ ପାଖରେ। ବହୁ କଳା ଟଙ୍କା ଧରୁଛନ୍ତି ବୋଲି ବଡ଼ ବଡ଼ କଥା କହୁଛନ୍ତି। ଯଦି ବିଜେଡି ପାଖରେ କଳା ଟଙ୍କା ଅଛି, ତା’ହେଲେ ଧରୁ ନାହାନ୍ତି କାହିଁକି?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story