ସିଦ୍ଧାନ୍ତ, ଅନୁଭବ, ଆକାଶ ଓ ପପୁ ପମ୍‌ପମ୍‌ଙ୍କୁ ଗିରଫ କରାଯାଉ: ବିଜେପି

ଭୁବନେଶ୍ୱର: ଧୀରେ ଧୀରେ ଓସ୍କାର ଚିଟ୍‌ଫଣ୍ଡ୍‌ କେଳେଙ୍କାରୀର ଗୁମର ଫିଟୁଥିବା ବେଳେ ଏହି ସଂସ୍ଥାର ପ୍ରଚାର କରିଥିବା ତଥା ଏହାଦ୍ୱାରା ନିର୍ମିତ ଫିଲ୍ମରେ କାର୍ଯ୍ୟ କରିଥିବା ସିନେ ଅଭିନେତା ତଥା ଲୋକସଭା ସାଂସଦ ସିଦ୍ଧାନ୍ତ ମହାପାତ୍ର, ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି, ବିଧାୟକ ଆକାଶ ଦାସନାୟକ ଓ ବିଜେଡି ପ୍ରାର୍ଥୀ ଭାବେ ବିଧାନସଭା ନିର୍ବାଚନ ଲଢ଼ିଥିବା ପପୁ ପମ୍‌ ପମଙ୍କୁ ଗିରଫ କରିବାକୁ ଦାବି କରିଛି ବିଜେପି। ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ […]

samir

samir

Rakesh Mallick
  • Published: Saturday, 11 June 2016
  • Updated: 11 June 2016, 04:24 PM IST

Sports

Latest News

samirଭୁବନେଶ୍ୱର: ଧୀରେ ଧୀରେ ଓସ୍କାର ଚିଟ୍‌ଫଣ୍ଡ୍‌ କେଳେଙ୍କାରୀର ଗୁମର ଫିଟୁଥିବା ବେଳେ ଏହି ସଂସ୍ଥାର ପ୍ରଚାର କରିଥିବା ତଥା ଏହାଦ୍ୱାରା ନିର୍ମିତ ଫିଲ୍ମରେ କାର୍ଯ୍ୟ କରିଥିବା ସିନେ ଅଭିନେତା ତଥା ଲୋକସଭା ସାଂସଦ ସିଦ୍ଧାନ୍ତ ମହାପାତ୍ର, ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି, ବିଧାୟକ ଆକାଶ ଦାସନାୟକ ଓ ବିଜେଡି ପ୍ରାର୍ଥୀ ଭାବେ ବିଧାନସଭା ନିର୍ବାଚନ ଲଢ଼ିଥିବା ପପୁ ପମ୍‌ ପମଙ୍କୁ ଗିରଫ କରିବାକୁ ଦାବି କରିଛି ବିଜେପି।

ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ଉପ-ସଭାପତି ସମୀର ମହାନ୍ତି କହିଥିଲେ,“ଯିଏ ଚୋରି କରେ ସେ ଦୋଷୀ। ଯିଏ ଚୋରି ଜିନିଷ କିଣେ ସିଏ ଦୋଷୀ। ଚୋରକୁ ଯିଏ ସାହାଯ୍ୟ କରେ ସିଏ ବି ଦୋଷୀ। ଓସ୍କାର ଚିଟ୍‌ଫଣ୍ଡ୍ ସଂସ୍ଥା ହଜାର ହଜାର ଜମାକାରୀଙ୍କ ଟଙ୍କା ଲୁଟ୍ କରିଛି। ସେହି ଲୁଟ୍ ଟଙ୍କା ଏହି କଳାକାରମାନେ ନେଇଛନ୍ତି। ତେଣୁ ସେମାନେ ଦୋଷୀ।”

ସେ କହିଥିଲେ,“ଏହି ଅଭିନେତା ମାନେ ଦାବି କରି ପାରନ୍ତି ଯେ ସେମାନେ କେବଳ ସେମାନଙ୍କ ପାରିଶ୍ରମିକ ନେଇଛନ୍ତି। କିନ୍ତୁ ସେମାନେ ଚୋରି ଟଙ୍କାରୁ ପାରିଶ୍ରମିକ ନେଇଛନ୍ତି ବୋଲି ବି ପ୍ରମାଣିତ ହୋଇ ସାରିଛି। ତେଣୁ ସରକାର ସେମାନଙ୍କୁ ଗିରଫ କରନ୍ତୁ।”

ସମୀର ମହାନ୍ତି କହିଥିଲେ,“ଓସ୍କାର ଚିଟ୍‌ଫଣ୍ଡ୍ ସଂସ୍ଥାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ଅଭିନେତାମାନେ ଅଂଶଗ୍ରହଣ କରିଥିଲେ ଓ କମ୍ପାନୀକୁ ପ୍ରୋମୋଟ୍ କରିଥିଲେ। ସଂସ୍ଥା ସହିତ ସେମାନଙ୍କର ସଂପୃକ୍ତି ଜମାକାରୀଙ୍କୁ ପ୍ରଭାବିତ କରିଥିଲା। ତେଣୁ ସେମାନେ ଏହି ସଂସ୍ଥାରେ ଟଙ୍କା ଜମା କରିଥିଲେ।”

ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସନାୟକ ଓ ପପ୍ ପମ୍‌ପମ୍‌ ରାଜନୀତିକୁ ଢାଲ କରିଛନ୍ତି ବୋଲି ସେ ଅଭିଯୋଗ କରିବା ସହ ଭୋଟ୍ ପାଇବା ପାଇଁ ଶାସକ ଦଳ ସେମାନଙ୍କୁ ନିୟୋଜିତ କରିଛି ବୋଲି କହିଥିଲେ।

ବିଜେପି ଅଭିଯୋଗର ପ୍ରତିକ୍ରିୟା ଦେଇ ଆକାଶ ଦାସନାୟକ କହିଛନ୍ତି,“ମୁଁ ପ୍ରଭାସ ରାଉତ (ଓସ୍କାର ଚିଟ୍‌ଫଣ୍ଡ୍‌ ସଂସ୍ଥା ମୁଖ୍ୟ)ଙ୍କୁ ଜାଣି ନାହିଁ କି ତାଙ୍କ ଫିଲ୍ମରେ କାମ କରି ନାହିଁ। କିଛି ନ ଜାଣି ଏଭଳି ଅଭିଯୋଗ କରିବା ବାଚାଳାମୀ। ଯିଏ ଦୋଷ କରିଛି ତାକୁ ଦଣ୍ଡ ଦିଆଯାଉ। ତା’ଛଡ଼ା ଜଣେ କଳାକାର କିପରି ଜାଣିବ ଫିଲ୍ମରେ କଳା ଟଙ୍କା ଲାଗୁଛି ନା ଧଳା ଟଙ୍କା। ତା’ହେଲେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବନ୍ଦ କରି ଦିଆଯାଉ।”

ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି କହିଛନ୍ତି,“ମୁଁ ଓସ୍କାର ଦ୍ୱାରା ଆୟୋଜିତ ତିନିଟି କାର୍ଯ୍ୟକ୍ରମରେ ଯୋଗ ଦେଇଛି। ଅତିଥି ଭାବେ ପୁରସ୍କାର ଦେବାକୁ ଯାଇଥିଲି। ଥରେ ଏକୁଟିଆ ଯାଇଥିଲି ଓ ଆଉ ଦୁଇ ଥର ପପୁ ପମ୍‌ ପମ୍‌ ସହ ଯାଇଥିଲି। ମୁଁ ଓ ମୋ ପୁଅ ତାଙ୍କ ସଂସ୍ଥା ଦ୍ୱାରା ନିର୍ମିତ ଏକ ଫିଲ୍ମରେ ବି କାମ କରିଛୁ। କିନ୍ତୁ ତାହା ଏକ ଚିଟ୍‌ଫଣ୍ଡ ସଂସ୍ଥା ବୋଲି ମୁଁ ଜାଣି ନ ଥିଲି କି ଏହାର କାର୍ଯ୍ୟକଳାପ ସଂପର୍କରେ ମୋର କୌଣସି ଧାରଣା ନ ଥିଲା। ମୁଁ ସବୁ ପ୍ରକାର ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ।’

ପୁପ୍ ପମ୍‌ପମ୍ କହିଛନ୍ତି,“ ବର୍ତ୍ତମାନ କୁହାଯାଉଛି ଯେ କଳା ଟଙ୍କା ଲାଗିଥିଲା। ଯେତେବେଳେ ସିନେମାରେ ଚିଟ୍‌ଫଣ୍ଡ ଟଙ୍କା ଲାଗୁ ଥିଲା ସେତେବେଳେ ଏହା ଏକ ଖରାପ ସଂସ୍ଥା ବୋଲି କେହି ଜାଣି ନ ଥିଲେ। ସେଥିପାଇଁ ଲକ୍ଷ ଲକ୍ଷ ଲୋକ କୋଟି କୋଟି ଟଙ୍କା ରଖିଛନ୍ତି। ଏତେ ଲୋକ ଜାଣି ପାରି ନ ଥିଲେ। ଆମେ ମଧ୍ୟ ସେମାନଙ୍କ ଭିତରେ, ଆମେ କେମିତି ଜାଣିବୁ? ଆମେମାନେ ଆଗଧାଡ଼ିରେ ଥିବାରୁ ଆମ ଉପରକୁ ଅଙ୍ଗୁଳି ଉଠୁଛି। ତଥାପି ଏମିତି ହେବା ଭୁଲ। ଆମର ନିଶ୍ଚିତ ଭାବେ ବୁଝିବା ଉଚିତ ଥିଲା। ମୁଁ କାଲି ବି କହିଥିଲି ଆଜି ବି କହୁଛି, ଅଭିଯୋଗ ହେବା ପରେ ଜଣେ ଅଭିଯୁକ୍ତ ହୁଅନ୍ତି। ଯେପର୍ଯ୍ୟନ୍ତ ଅଭିଯୋଗ ଆସିନାହିଁ ଜଣେ ଅଭିଯୁକ୍ତ ବୋଲି ଆମେ ଜାଣିବୁ କେମିତି? ସୁରତ୍‌ରେ ଥରେ ଦୁଇ ଥର ତାଙ୍କର କାର୍ଯ୍ୟକ୍ରମ ହୋଇଥିଲା ମୁଁ ସେଠାକୁ ଯାଇଛି।”

 ଓସ୍କାର ଚିଟ୍‌ଫଣ୍ଡ୍ ସଂସ୍ଥା ଓ ଏହାର ମୁଖ୍ୟ ପ୍ରଭାସ ରାଉତଙ୍କ ପ୍ରଯୋଜନାରେ ଚାରୋଟି ଫିଲ୍ମ- “ତୋ ଆଖିରେ ମୁଁ”, “ମୋଷ୍ଟ୍ ୱାଣ୍ଟେଡ”,“ରଙ୍ଗିଲା ଟୋକା” ଓ “ବାଳୁଙ୍ଗା ଟୋକା” ନିର୍ମାଣ ହୋଇଥିଲା। “ବାଳୁଙ୍ଗା ଟୋକା”ରେ ଅନୁଭବ, ବର୍ଷା ଓ ପପୁ ପମ୍‌ ପମ୍ ଅଭିନୟ କରିଥିଲେ। “ମୋଷ୍ଟ୍ ୱାଣ୍ଟେଡ”ରେ ବି ଅନୁଭବ ଥିଲେ। “ରଙ୍ଗିଲା ଟୋକା”ରେ ପପୁ ପମ୍‌ ପମ୍‌ ଓ ସିଦ୍ଧାନ୍ତ ମହାନ୍ତି ଅଭିନୟ କରିଥିଲେ। “ତୋ ଆଖିରେ ମୁଁ”ରେ ବାବୁ ସାନ ଅଭିନୟ କରିଥିଲେ।

ଆଜି ପ୍ରଭାସ ରାଉତଙ୍କୁ କଟକରୁ ଭୁବନେଶ୍ୱର ସ୍ଥିତ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଅଫିସ୍‌ ଅଣାଯାଇ ଜେରା କରାଯାଇଛି। ଏକ୍ସପର୍ଟ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଉପସ୍ଥିତିରେ ତାଙ୍କୁ ଜେରା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story