Advertisment

ବିମୁଦ୍ରାକରଣ ପୂର୍ବରୁ ବିଜେପି ଓଡ଼ିଶାରେ ଜମି କିଣିଛି: କଂଗ୍ରେସ

ନୂଆଦିଲ୍ଲୀ: ବିମୁଦ୍ରାକରଣ ପୂର୍ବରୁ ବିଜେପି ଓଡ଼ିଶାର ୧୮ଟି ଜିଲ୍ଲାରେ ଜମି କିଣିଛି। ଏହି ଜମି ନିର୍ଦ୍ଧାରିତ ଦରଠାରୁ ବହୁ କମ୍‌ରେ କିଣାଯାଇଛି। ଏହା ନୋଟ୍‌ବନ୍ଦୀ ସ୍କାମର ଅଂଶବିଶେଷ ବୋଲି ଅଭିଯୋଗ କରିଛନ୍ତି ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି) ପ୍ରବକ୍ତା ରଣଦୀପ ସିଂହ ସୁର୍ଜେୱାଲା। ଆଜି ଦିଲ୍ଲୀରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରଣଦୀପ କହିଛନ୍ତି,“୨୦୧୬ ଅଗଷ୍ଟ ୩୦ ତାରିଖରେ କେନ୍ଦ୍ରାପଡ଼ାରେ ଦୁଇ ଏକର ଜମି ୪୫ ଲକ୍ଷ ଟଙ୍କାରେ କିଣା ଯାଇଥିଲା। ଯାହାର ଫାଷ୍ଟ ପାର୍ଟି ଭବେଶ କୁମାର […]

ଅଦ୍ୟତନ ହୋଇଛି
ବିମୁଦ୍ରାକରଣ ପୂର୍ବରୁ ବିଜେପି ଓଡ଼ିଶାରେ ଜମି କିଣିଛି: କଂଗ୍ରେସ

congress

Advertisment

ନୂଆଦିଲ୍ଲୀ: ବିମୁଦ୍ରାକରଣ ପୂର୍ବରୁ ବିଜେପି ଓଡ଼ିଶାର ୧୮ଟି ଜିଲ୍ଲାରେ ଜମି କିଣିଛି। ଏହି ଜମି ନିର୍ଦ୍ଧାରିତ ଦରଠାରୁ ବହୁ କମ୍‌ରେ କିଣାଯାଇଛି। ଏହା ନୋଟ୍‌ବନ୍ଦୀ ସ୍କାମର ଅଂଶବିଶେଷ ବୋଲି ଅଭିଯୋଗ କରିଛନ୍ତି ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି) ପ୍ରବକ୍ତା ରଣଦୀପ ସିଂହ ସୁର୍ଜେୱାଲା।

Advertisment

ଆଜି ଦିଲ୍ଲୀରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରଣଦୀପ କହିଛନ୍ତି,“୨୦୧୬ ଅଗଷ୍ଟ ୩୦ ତାରିଖରେ କେନ୍ଦ୍ରାପଡ଼ାରେ ଦୁଇ ଏକର ଜମି ୪୫ ଲକ୍ଷ ଟଙ୍କାରେ କିଣା ଯାଇଥିଲା। ଯାହାର ଫାଷ୍ଟ ପାର୍ଟି ଭବେଶ କୁମାର ଚାନ୍ଦ ଥିବା ବେଳେ ଦ୍ୱିତୀୟ ପାର୍ଟି ବିଜେପିର ପୂର୍ବତନ ରାଜ୍ୟସଭା ସଦସ୍ୟ ସୁରେନ୍ଦ୍ର ଲାଠ ଅଛନ୍ତି। ସେହିପରି ସେପ୍ଟେମ୍ୱର ୧୯ ତାରିଖରେ ଜଗତସିଂହପୁର, ଅକ୍ଟୋବରରେ ବ୍ରହ୍ମପୁର ଓ ଝାରସୁଗୁଡ଼ାର ବଡ଼ମାଲରେ ଜାଗା କିଣାଯାଇଛି। କିଣାଯାଇଥିବା ଜମିର ବାସ୍ତବ ମୂଲ୍ୟ ଢେର ଅଧିକ ରହିଛି।”

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ବିମୁଦ୍ରାକରଣ ପୂର୍ବରୁ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରାପଡ଼ା ସହରରେ ୪୫ ଲକ୍ଷ ଟଙ୍କାରେ ଜମି କିଣାଯାଇଛି। ଯାହାର ପ୍ରକୃତ ମୂଲ୍ୟ ଦେଢ଼ କୋଟି ଟଙ୍କାରୁ ଅଧିକ ହେବ।  ତେବେ ଏହି ଅର୍ଥ କାହାର ଓ କୁଆଡୁ ଆସିଲା?”

Advertisment

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ଯଦି କଂଗ୍ରେସ ଅଭିଯୋଗର ସତ୍ୟତା ଥାଏ, ତେବେ ବିମୁଦ୍ରାକରଣ ପୂର୍ବରୁ ବିଜେପି ଏତେ ଜମି କିଣିଲା କାହିଁକି ଓ ଏହା ପଛରେ କ’ଣ କାରଣ ଥାଇପାରେ? ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏହାର ଜବାବ ଦେବା ଉଚିତ।”

ଏହି ଅଭିଯୋଗର ଜବାବ ରଖିଛି ବିଜେପି। ବିଜେପି ରାଜ୍ୟ ଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି,“ଓଡ଼ିଶାରେ ୩୦ ଜିଲ୍ଲାରୁ ୧୮ଟିରେ ଜିଲ୍ଲା କାର୍ଯ୍ୟାଳୟ ଖୋଲିବା ପାଇଁ ବିଜେପି ଜମି କିଣିଛି। ଖୁବ୍‌ଶୀଘ୍ର ଘର ନିର୍ମାଣ କାମ ଆରମ୍ଭ କରାଯିବ। ବିଜେପି ସର୍ବସମ୍ମୁଖରେ ଏ କାମ କରୁଛି। ଓଡ଼ିଶା ସରକାରଙ୍କ ଲ୍ୟାଣ୍ଡ ରେଜିଷ୍ଟ୍ରେସନ୍‌ ମାଧ୍ୟମରେ ଜମି କିଣାଯାଇଛି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe