Advertisment

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି: ପ୍ରତି ପଞ୍ଚାୟତରେ ଶକ୍ତିକେନ୍ଦ୍ର ପ୍ରତିଷ୍ଠା କରିବ ବିଜେପି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି। ଆଜି ବିଜେପି ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ସଭାପତି ମାନଙ୍କୁ ନେଇ ବସିଥିବା ବୈଠକରେ ଲୋକଙ୍କ ପାଖକୁ ଯିବାକୁ ଦଳ ପକ୍ଷରୁ ନୂଆ ରଣନୀତି ପ୍ରସ୍ତୁତ କରାଯାଇଛି। ଏହି ରଣନୀତି ଅନୁସାରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରତି ପଞ୍ଚାୟତରେ ଶକ୍ତିକେନ୍ଦ୍ର ପ୍ରତିଷ୍ଠା କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ଶକ୍ତିକେନ୍ଦ୍ର ମାଧ୍ୟମରେ ଦଳର ନେତାମାନେ ଲୋକଙ୍କ ପାଖକୁ […]

author-image
Rakesh Mallick
ଅଦ୍ୟତନ ହୋଇଛି
ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି: ପ୍ରତି ପଞ୍ଚାୟତରେ ଶକ୍ତିକେନ୍ଦ୍ର ପ୍ରତିଷ୍ଠା କରିବ ବିଜେପି

bjp

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି। ଆଜି ବିଜେପି ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ସଭାପତି ମାନଙ୍କୁ ନେଇ ବସିଥିବା ବୈଠକରେ ଲୋକଙ୍କ ପାଖକୁ ଯିବାକୁ ଦଳ ପକ୍ଷରୁ ନୂଆ ରଣନୀତି ପ୍ରସ୍ତୁତ କରାଯାଇଛି। ଏହି ରଣନୀତି ଅନୁସାରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରତି ପଞ୍ଚାୟତରେ ଶକ୍ତିକେନ୍ଦ୍ର ପ୍ରତିଷ୍ଠା କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

Advertisment

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ଶକ୍ତିକେନ୍ଦ୍ର ମାଧ୍ୟମରେ ଦଳର ନେତାମାନେ ଲୋକଙ୍କ ପାଖକୁ ଯାଇ ମୋଦି ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତା ବିଷୟରେ ସଚେତନ କରାଇବେ। ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ କେନ୍ଦ୍ରରୁ ଆସିଥିବା ଅର୍ଥ ରାଜ୍ୟ ସରକାର ଖର୍ଚ୍ଚ କରିପାରି ନାହାନ୍ତି। ଏ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ।”

ବିଜେଡି ମୁଖପାତ୍ର ଅମର ଶତପଥି କହିଛନ୍ତି, “୨୦୧୪ ନିର୍ବାଚନ ପରେ ଆମ ସରକାର ଲୋକଙ୍କ ପାଇଁ ଯାହା ଉନ୍ନୟନ କାର୍ଯ୍ୟ କରିଛି ଓ କରୁଛି ସେ ସମ୍ପର୍କରେ ଜନସମ୍ପର୍କ ଯାତ୍ରା ମାଧ୍ୟମରେ ସେମାନଙ୍କ ପାଖରେ ପହଞ୍ଚାଉଛୁ। ବିଜୁ ବାବୁଙ୍କ ଶତବାର୍ଷିକୀ ଉପଲକ୍ଷେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଲୋକଙ୍କୁ ଉନ୍ନୟନ କାର୍ଯ୍ୟ ବିଷୟରେ ଅବଗତ କରାଯାଉଛି। ବିଜେପି ଯାହା କାର୍ଯ୍ୟକ୍ରମ କଲେ ବି ଆମର କିଛି ଅସୁବିଧା ହେବ ନାହିଁ। ଲୋକେ ଜାଣିଛନ୍ତି ପ୍ରକୃତରେ କ’ଣ କାମ ହୋଇଛି।”

Advertisment