Advertisment

ବସନ୍ତ ପଣ୍ଡାଙ୍କ ଟିମ୍‌ରେ ପୃଥ୍ୱୀରାଜ, ଭୃଗୁ, ଅନନ୍ତ ଓ ରଞ୍ଜନ ସାଧାରଣ ସମ୍ପାଦକ

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ରବିବାର ତାଙ୍କ ଟିମ୍‌ ଘୋଷଣା କରିଛନ୍ତି। ସେ ତାଙ୍କ ଟିମ୍‌ରେ ୪ ଜଣଙ୍କୁ ସାଧାରଣ ସମ୍ପାଦକ ଭାବେ ସାମିଲ କରିଛନ୍ତି। ସେମାନେ ହେଲେ ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ରଞ୍ଜନ ପଟେଲ ଏବଂ ଅନନ୍ତ ନାଏକ। ପୂର୍ବତନ ବିଜେପି ସଭାପତି କେଭି ସିଂହଦେଓଙ୍କ ଟିମ୍‌ରେ ପୃଥ୍ୱୀରାଜ ଉପସଭାପତି ଓ ଭୃଗୁ ସଂପାଦକ ଥିଲେ। ରାଉରକେଲାର ସୁଦର୍ଶନ ଗୋଏଲ କୋଷାଧ୍ୟକ୍ଷ ହୋଇଛନ୍ତି। ପ୍ରସନ୍ନ ମିଶ୍ରଙ୍କ ସ୍ଥାନରେ ଶାରଦା ଶତପଥୀଙ୍କୁ ରାଜ୍ୟ ସଂଗଠନ ସମ୍ପାଦକ କରାଯାଇଛି। ସେହିପରି […]

ଅଦ୍ୟତନ ହୋଇଛି
ବସନ୍ତ ପଣ୍ଡାଙ୍କ ଟିମ୍‌ରେ ପୃଥ୍ୱୀରାଜ, ଭୃଗୁ, ଅନନ୍ତ ଓ ରଞ୍ଜନ ସାଧାରଣ ସମ୍ପାଦକ

basanta1

Advertisment

basantaଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ରବିବାର ତାଙ୍କ ଟିମ୍‌ ଘୋଷଣା କରିଛନ୍ତି। ସେ ତାଙ୍କ ଟିମ୍‌ରେ ୪ ଜଣଙ୍କୁ ସାଧାରଣ ସମ୍ପାଦକ ଭାବେ ସାମିଲ କରିଛନ୍ତି। ସେମାନେ ହେଲେ ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ରଞ୍ଜନ ପଟେଲ ଏବଂ ଅନନ୍ତ ନାଏକ। ପୂର୍ବତନ ବିଜେପି ସଭାପତି କେଭି ସିଂହଦେଓଙ୍କ ଟିମ୍‌ରେ ପୃଥ୍ୱୀରାଜ ଉପସଭାପତି ଓ ଭୃଗୁ ସଂପାଦକ ଥିଲେ। ରାଉରକେଲାର ସୁଦର୍ଶନ ଗୋଏଲ କୋଷାଧ୍ୟକ୍ଷ ହୋଇଛନ୍ତି। ପ୍ରସନ୍ନ ମିଶ୍ରଙ୍କ ସ୍ଥାନରେ ଶାରଦା ଶତପଥୀଙ୍କୁ ରାଜ୍ୟ ସଂଗଠନ ସମ୍ପାଦକ କରାଯାଇଛି।

Advertisment

ସେହିପରି ଟିମ୍‌ରେ ୧୦ ଉପ ସଭାପତି ଓ ୧୦ ସମ୍ପାଦକଙ୍କୁ ସାମିଲ କରାଯାଇଛି। ୧୦ ଉପସଭାପତିଙ୍କ ମଧ୍ୟରୁ ୭ଜଣଙ୍କ ନାମ ଘୋଷଣା କରାଯାଇଛି। ସମୀର ମହାନ୍ତି, ରାଜକିଶୋର ଦାସ, ସୁକେଶୀ ଓରାମ, ନୟନ ମହାନ୍ତି, ବିଷ୍ଣୁ ସେଠୀ, ନମିତା ସାହୁ, ଅଶ୍ୱିନୀ ଷଡ଼ଙ୍ଗୀ ଉପ ସଭାପତି ହୋଇଛନ୍ତି। ତେବେ ଆଉ ତିନି ଜଣଙ୍କ ନାମକୁ ନେଇ ଅଙ୍କ ଛିଣ୍ଡି ନ ଥିବା ଜଣାପଡ଼ିଛି।

ଲେଖାଶ୍ରୀ ସାମନ୍ତସିଂହାର, ଦିଲ୍ଲୀପ ମଲ୍ଲିକ, ଶୋଭନା ମହାନ୍ତି, ଶିଶିର ଗମାଙ୍ଗ, ଜତିନ୍‌ ମହାନ୍ତି, ସବିତା ନନ୍ଦ, କାଳନ୍ଦୀ ସାମଲ, ଧୀରେନ ସେନାପତି, ସିମନ୍ତିନୀ ଜେନା ଏବଂ ବିଭୂତି ଜେନାଙ୍କୁ ସମ୍ପାଦକ କରାଯାଇଛି।

Advertisment

ଶିବାଜୀ ମହାନ୍ତିଙ୍କୁ କୃଷକ ମୋର୍ଚ୍ଚା ସଭାପତି, ବିଧାୟକ ରବି ନାୟକଙ୍କୁ ଅନୂସୁଚିତ ଜନଜାତି ମୋର୍ଚ୍ଚା ସଭାପତି, ବିଧାୟକ ଗୋବିନ୍ଦ ଦାସଙ୍କୁ ଅନୂସୁଚିତ ଜାତି ମୋର୍ଚ୍ଚା ସଭାପତି, ସେକ୍‌ ମହତାବ ମହମ୍ମଦଙ୍କୁ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଏବଂ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଓବିସି ମୋର୍ଚ୍ଚା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଟଙ୍କଧର ତ୍ରିପାଠୀଙ୍କୁ ଯୁବମୋର୍ଚ୍ଚା ସଭାପତି କରାଯାଇଛି। ପ୍ରଭାତୀ ପରିଡାଙ୍କୁ ମହିଳା ମୋର୍ଚ୍ଚା ସଭାନେତ୍ରୀ କରାଯାଇଛି।

ସଜ୍ଜନ ଶର୍ମା, ସୁଦୀପ୍ତ ରାୟ, ଗୋଲକ ପ୍ରସାଦ ମହାପାତ୍ର ଏବଂ ଦିଲୀପ ମହାନ୍ତିଙ୍କୁ ଦଳର ମୁଖ୍ୟପାତ୍ର କରାଯାଇଛି।

ଏମାନଙ୍କ ବ୍ୟତୀତ ୩୮ ଜଣ ନିମନ୍ତ୍ରିତ ସ୍ଥାୟୀ ସଦସ୍ୟଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ସେମାନେ ହେଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, କେଭି ସିଂଦେଓ, ବିଶ୍ୱଭୂଷଣ ହରିଚନ୍ଦନ, ମନମୋହନ ସାମଲ ଓ ସୁରେଶ ପୂଜାରୀ, ଗିରିଧର ଗମାଙ୍ଗ, ଦିଲୀପ ରାୟ, ବିଜୟ ମହାପାତ୍ର, ଜୟନାରାୟଣ ମିଶ୍ର, ସମୀର ଦେ, ସୁରମା ପାଢୀ, ପ୍ରଦୀପ ପୁରୋହିତ, ବିଭୂତିଭୂଷଣ ହରିଚନ୍ଦନ, ନୀତୀଶ ଗଙ୍ଗଦେବ, ଦୁର୍ଯୋଧନ ମାଝି, ରାମଚନ୍ଦ୍ର ପଣ୍ଡା, ମୋହନ ମାଝି, ସୁରେନ୍ଦ୍ର କୁମାର ଲାଠ, ରୁଦ୍ରନାରାୟଣ ପାଣି, ପର୍ଶୁରାମ ମାଝି, ସଙ୍ଗୀତା ସିଂଦେଓ, କୁମୁଦୁନୀ ପଟ୍ଟନାୟକ, ରୁଦ୍ରମାଧବ ରାୟ, ପ୍ରତାପ ଷଡଙ୍ଗୀ, ମହମ୍ମଦ ରଫିକ୍‌, କନ୍ଦ୍ରା ସୋରେନ, ସିଦ୍ଧାର୍ଥ ଶେଖର ସିଂ, ଜିତେନ୍ଦ୍ର ମିତ୍ର, କରେନ୍ଦ୍ର ମାଝି, ସାରଙ୍ଗଧର କାଦ୍ରାକା, ପ୍ରସନ୍ନ ପଟ୍ଟନାୟକ, ସଞ୍ଚିତା ମହାନ୍ତି, ଭାସ୍କର ମଢେଇ, ସୁବାସ ପାଣିଗ୍ରାହୀ, ଶଙ୍କର ଓରାମ, ସୁଷମା ପଟେଲ ଓ ବାଇଧର ମଲ୍ଲିକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe