Advertisment

ବିଜେପିର ଷ୍ଟାର କ୍ୟାମ୍ପେନର ପଦକୁ ବିଜୟଙ୍କ ପ୍ରତ୍ୟାଖାନ

ଭୁବନେଶ୍ୱର: ରାଜ୍ୟ ବିଜେପିର ଷ୍ଟାର କ୍ୟାମ୍ପେନର ପଦକୁ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରତ୍ୟାଖାନ କରିଦେଇଛନ୍ତି। ଏପରିକି ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ସେ ଟାର୍ଗେଟ କରିଛନ୍ତି। ଗତକାଲି ବିଜେପି ପକ୍ଷରୁ ପ୍ରକାଶ ପାଇଥିବା ପ୍ରଥମ କ୍ୟାମ୍ପେନର ତାଲିକାରେ ବିଜୟ ମହାପାତ୍ର ଏବଂ ବିଧାୟକ ଦିଲୀପ ରାୟଙ୍କ ନାଁ ନଥିଲା। ପରେ ତାଲିକା ସଂଶୋଧନ କରାଯାଇ ଉଭୟଙ୍କ ନାଁକୁ ସାମିଲ କରାଯାଇଛି। ଏହାକୁ ନେଇ ବିଜୟ କହିଛନ୍ତି,“ମୋ ନାଁ ଯିଏ କାଟିଥିଲେ ଓ ଯୋଡିଲେ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। […]

ଅଦ୍ୟତନ ହୋଇଛି
ବିଜେପିର ଷ୍ଟାର କ୍ୟାମ୍ପେନର ପଦକୁ ବିଜୟଙ୍କ ପ୍ରତ୍ୟାଖାନ

bijaya

Advertisment

ଭୁବନେଶ୍ୱର: ରାଜ୍ୟ ବିଜେପିର ଷ୍ଟାର କ୍ୟାମ୍ପେନର ପଦକୁ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରତ୍ୟାଖାନ କରିଦେଇଛନ୍ତି। ଏପରିକି ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ସେ ଟାର୍ଗେଟ କରିଛନ୍ତି। ଗତକାଲି ବିଜେପି ପକ୍ଷରୁ ପ୍ରକାଶ ପାଇଥିବା ପ୍ରଥମ କ୍ୟାମ୍ପେନର ତାଲିକାରେ ବିଜୟ ମହାପାତ୍ର ଏବଂ ବିଧାୟକ ଦିଲୀପ ରାୟଙ୍କ ନାଁ ନଥିଲା। ପରେ ତାଲିକା ସଂଶୋଧନ କରାଯାଇ ଉଭୟଙ୍କ ନାଁକୁ ସାମିଲ କରାଯାଇଛି। ଏହାକୁ ନେଇ ବିଜୟ କହିଛନ୍ତି,“ମୋ ନାଁ ଯିଏ କାଟିଥିଲେ ଓ ଯୋଡିଲେ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ଏହି ଘଟଣା ପଛରେ ଯିଏ ମୁଖ୍ୟ ନାୟକ, ତାଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ।”

Advertisment

ସେ କହିଛନ୍ତି,“୩୦ ଜିଲ୍ଲା ପାଇଁ ୪୦ ଜଣ ପ୍ରଚାରକଙ୍କ ନାଁ ବଛାଯାଇଛି। ବହୁତ ଲୋକ ଅଛନ୍ତି, ମୋର କୁଆଡେ ଯିବାର ନାହିଁ। ମୁଁ ମୋ ଅଞ୍ଚଳରେ ଅଛି, ଅଞ୍ଚଳବାସୀଙ୍କ ସହ ରହିବ।”

କିଛିଦିନ ହେବ ଦଳର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ବିଜୟଙ୍କୁ ଦେଖିବାକୁ ମିଳୁନାହିଁ। ଅଳ୍ପଦିନ ପୂର୍ବରୁ ପଞ୍ଚାୟତ ନିର୍ବାଚନ ପାଇଁ ହୋଇଥିବା ବୈଠକରେ ମଧ୍ୟ ବିଜୟ ନ ଥିଲେ। ଅମିତ ଶାହା ଭୁବନେଶ୍ୱରରେ କରିଥିବା ଅଧିକାର ସମାବେଶରେ ବି ବିଜୟ ନ ଥିଲେ।

Advertisment

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି,“ଭୁଲ ବଶତଃ ତାଲିକାରୁ ବିଜୟ ଏବଂ ଦିଲୀପ ବାଦ ପଡିଯାଇଥିଲେ। ପରେ ସେମାନଙ୍କ ନାଁ ତାଲିକାରେ ଯୋଡା ଯାଇଛି।”

ରାଜନୀତିରେ ଗୁରୁ-ଶିଷ୍ୟ କୁହାଯାଉଥିବା ବିଜୟ ଏବଂ ଦିଲୀପଙ୍କୁ ମୋଦିଙ୍କ ବାଲେଶ୍ୱର ସଭାରେ କହିବାକୁ ସୁଯୋଗ ନ ମିଳିବା ପରଠାରୁ ଅନ୍ୟ କାର୍ଯ୍ୟକ୍ରମରେ ସେମାନଙ୍କୁ ଦେଖିବାକୁ ମିଳୁନାହିଁ। ଏପରିକି ମୋଦି ଶାସନର ୨ ବର୍ଷ ପୂର୍ତ୍ତି ପାଳନ ପାଇଁ ଦଳ କରିଥିବା ବିକାଶ ସମାବେଶକୁ ରାଉରକେଲାରେ ଦିଲୀପ ବୟକଟ କରିଥିଲେ। ବ୍ରାହ୍ମଣୀ ବ୍ରିଜ ଓ ଆଇଜିଏଚ୍‌ ହସପିଟାଲ ସମ୍ପର୍କରେ ମୋଦି ଦେଇଥିବା ପ୍ରତିଶ୍ରୁତି ପାଳନ ନ ହେବାରୁ ଖୋଲା ଖୋଲି ସୋସିଆଲ ମିଡିଆରେ ଦିଲୀପ ବିଷୋଦଗାର କରିଥିଲେ। ଦୁହେଁ ଦଳର ରାଷ୍ଟ୍ରିୟ କାର୍ଯ୍ୟକାରିଣୀରେ ଥିବାବେଳେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିବାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ,“ଦିଲୀପ ବାବୁ ହୁଅନ୍ତୁ କି ବିଜୟ ବାବୁ ଘରର ମୁରବୀ କେବେ ଅଭିମାନ କରନ୍ତି ନାହିଁ। ଉଭୟ କୋର ଟିମ୍‌ ଓ ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ। ଯେବେ ଦଳ ପାଇଁ କିଛି ପରାମର୍ଶର ଆବଶ୍ୟକତା ରହିଛି ଦଳ ସେମାନଙ୍କ ପାଖରୁ ନେଉଛି। ତାହା କାର୍ଯ୍ୟକାରୀ ମଧ୍ୟ ହେଉଛି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe