Advertisment

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ: ରାଜନୈତିକ ଓ କୃଷି ଚିଠା ପ୍ରସ୍ତାବ ଗୃହୀତ

ପୁରୀ: ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏକାଠି ହୋଇ ଦଳକୁ ତୃଣମୂଳ ସ୍ତରରୁ ମଜଭୁତ କରିବାକୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଦଳର ମଙ୍ଗୁଆଳ ଆହ୍ୱାନ ଦେଇଛନ୍ତି। ପୁରୀରେ ଆଜି ବସିଥିବା ଦଳର କାର୍ଯ୍ୟକାରିଣୀରେ ରାଜନୈତିକ ଏବଂ କୃଷି ସମ୍ପର୍କିତ ୨ଟି ଚିଠା ପ୍ରସ୍ତାବ ଗୃହୀତ ହୋଇଛି। ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ କରାଯାଇଛି। ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ପୁରୀରେ ଅନୁଷ୍ଠିତ ହୋଇଯାଇଛି। […]

ଅଦ୍ୟତନ ହୋଇଛି
ବିଜେପି ରାଜ୍ୟ କାର୍ଯ୍ୟକାରିଣୀ: ରାଜନୈତିକ ଓ କୃଷି ଚିଠା ପ୍ରସ୍ତାବ ଗୃହୀତ

bjp

Advertisment

ପୁରୀ: ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏକାଠି ହୋଇ ଦଳକୁ ତୃଣମୂଳ ସ୍ତରରୁ ମଜଭୁତ କରିବାକୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଦଳର ମଙ୍ଗୁଆଳ ଆହ୍ୱାନ ଦେଇଛନ୍ତି। ପୁରୀରେ ଆଜି ବସିଥିବା ଦଳର କାର୍ଯ୍ୟକାରିଣୀରେ ରାଜନୈତିକ ଏବଂ କୃଷି ସମ୍ପର୍କିତ ୨ଟି ଚିଠା ପ୍ରସ୍ତାବ ଗୃହୀତ ହୋଇଛି। ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ କରାଯାଇଛି।

Advertisment

ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ପୁରୀରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରର ପ୍ରତିଟି ଜନହିତକର ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚା‍ଇବା ସହ ବିଭିନ୍ନ ପ୍ରସଙ୍ଗରେ ବିଜେଡି ସରକାରଙ୍କ ବିଫଳତାକୁ ପଦାକୁ ଆଣି ଦଳ ଆନ୍ଦୋଳନକୁ ଓହ୍ଲାଇବାକୁ ଏଥିରେ ନିଷ୍ପତ୍ତି ନିଆଯାଇଛି। କୃଷି ଓ କୃଷକ ସମସ୍ୟା, ରାସନକାର୍ଡ ଅନିୟମିତତା ଅଭିଯୋଗ, ଶିକ୍ଷା ଓ ସ୍ୱାସ୍ଥ୍ୟ ସମସ୍ୟା ଭଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବା ଲାଗି ରଣନୀତି ପ୍ରସ୍ତୁତ କରାଯାଇଛି।

ରାଜ୍ୟରେ ବର୍ତ୍ତମାନ ଦେଖାଦେଇଥିବା ଜଳ ସଙ୍କଟର ମୁକାବିଲା ଲାଗି ସରକାର କି କି ପଦକ୍ଷେପ ନେଇଛନ୍ତି ବୋଲି ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି।

Advertisment

ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ତଥ୍ୟ ଅନୁସାରେ ରାଜ୍ୟରେ ୩୫ ପ୍ରତିଶତରୁ ଅଧିକ ଜମିରେ ଜଳସେଚନ ସୁବିଧା ହୋଇନାହିଁ। ଏହାକୁ ନେଇ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ। ଜଳସେଚନକୁ ନେଇ ବିଜେଡି ଲମ୍ବା ଚଉଡ଼ା ଭାଷଣ ନ ଦେଇ ତଥ୍ୟ ଦେବା ଉଚିତ।”

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି, “ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଠିଆ କରିବାକୁ ଆଜି ଦଳ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ଯୋଜନାକୁ ରାଜ୍ୟର ତୃଣମୂଳସ୍ତରରେ ପହଞ୍ଚାଇବା ଓ ରାଜ୍ୟ ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି ପୂର୍ବକ ଆନ୍ଦୋଳନ କରିବାକୁ ଦଳ ନିଷ୍ପତ୍ତି ନେଇଛି।”

ଗତକାଲି ପଦାଧିକାରୀ ବୈଠକ ଓ ଆଜିର କାର୍ଯ୍ୟକାରିଣୀରେ ତୃଣମୂଳ ସ୍ତରରେ ଥିବା ସାଙ୍ଗଠନିକ ଦୁର୍ବଳତାକୁ କିପରି ଦୂର କରାଯିବ ସେ ନେଇ ମାନସ ମନ୍ଥନ ହୋଇଥିଲା। ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ଲକ୍ଷ୍ୟ ହାସଲ ଲାଗି ୱାନ୍‌ ଟିମ୍‌, ୱାନ୍‌ ଡ୍ରିମ୍‌ର ନାରା ଦେଇଛନ୍ତି ରାଜ୍ୟ ସଭାପତି ବସନ୍ତ। କେନ୍ଦ୍ରର ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଅସ୍ତ୍ର କରି ଆସନ୍ତା ୭ରୁ ଜନକଲ୍ୟାଣ ଯାତ୍ରାରେ ସଭାପତି ନିଜେ ସାରା ରାଜ୍ୟ ବୁଲିବେ।

ବିଜେଡି ଉପସଭାପତି ଶଶୀଭୂଷଣ ବେହେରା କହିଛନ୍ତି, “ରାଜ୍ୟରେ ଦେଖାଦେଇଥିବା ମରୁଡି ସମସ୍ୟାକୁ ନେଇ ସରକାର ଚିନ୍ତିତ। କେନ୍ଦ୍ର କୌଣସି ସହଯୋଗ କରୁ ନ ଥିବା ବେଳେ ରାଜ୍ୟ ସରକାର ସମସ୍ୟାର ସମାଧାନ କରୁଛନ୍ତି। ବିଜେପି ଯେଉଁ ଅଭିଯୋଗ ଆଣୁଛି ତାହାର ପ୍ରଭାବ ରାଜ୍ୟବାସୀଙ୍କ ଉପରେ ପଡ଼ିବ ନାହିଁ।”

ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମଙ୍କ ସମେତ ରାଜ୍ୟର ବରିଷ୍ଠ ନେତା ଯୋଗ ଦେଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe