Advertisment

ୟମି... ବ୍ରେଡ୍ ପିଜ୍ଜା

ଆବଶ୍ୟ ସାମଗ୍ରୀ- ବ୍ରାଉନ ବ୍ରେଡ୍, ଛେନା, ସିମଲା ଲଙ୍କା, ମିଠା ମକା, ପିଜା ସସ୍, ବଟର, ଅରଗାନୋ, ଗୋଲ ମରିଚ ଗୁଣ୍ଡ, ଚାଟ୍‌ ମସଲା ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ମିଠା ମକାରୁ ମଞ୍ଜିକୁ କାଢନ୍ତୁ, ସିମଲା ଲଙ୍କାକୁ ଛୋଟ ଛୋଟ କରି କାଟିଦିଅନ୍ତୁ। କଡେଇରେ ଟିକେ ବଟର ପକାଇ ଗରମ କରନ୍ତୁ। ବଟର ଗରମ ହୋଇଯିବା ପରେ ଏଥିରେ କଟା ସିମଲା ଲଙ୍କା ଓ ମକା ମଞ୍ଚି ପକାଇ ଭାଜନ୍ତୁ। ମକା ଓ ସିମଲା […]

ୟମି... ବ୍ରେଡ୍ ପିଜ୍ଜା

brd piza

Advertisment

ଆବଶ୍ୟ ସାମଗ୍ରୀ- ବ୍ରାଉନ ବ୍ରେଡ୍, ଛେନା, ସିମଲା ଲଙ୍କା, ମିଠା ମକା, ପିଜା ସସ୍, ବଟର, ଅରଗାନୋ, ଗୋଲ ମରିଚ ଗୁଣ୍ଡ, ଚାଟ୍‌ ମସଲା ଓ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ମିଠା ମକାରୁ ମଞ୍ଜିକୁ କାଢନ୍ତୁ, ସିମଲା ଲଙ୍କାକୁ ଛୋଟ ଛୋଟ କରି କାଟିଦିଅନ୍ତୁ। କଡେଇରେ ଟିକେ ବଟର ପକାଇ ଗରମ କରନ୍ତୁ। ବଟର ଗରମ ହୋଇଯିବା ପରେ ଏଥିରେ କଟା ସିମଲା ଲଙ୍କା ଓ ମକା ମଞ୍ଚି ପକାଇ ଭାଜନ୍ତୁ। ମକା ଓ ସିମଲା ଲଙ୍କା ଟିକେ ଭାଜି ହୋଇଯିବା ପରେ ସେଥିରେ ଟିକେ ଅରଗାନୋ, ଗୋଲ ମରିଚ ଗୁଣ୍ଡ, ଚାଟ୍‌ ମସଲା ଏବଂ ସ୍ୱାଦ ଅନୁସାରେ ଲୁଣ ପକାଇ ଭାଜନ୍ତୁ। ଏହା ଭାଜି ହୋଇଯିବା ପରେ ଏକ ପାତ୍ରରେ କାଢି ଦିଅନ୍ତୁ। ତାୱା ଗରମ କରନ୍ତୁ ଓ ସେଥିରେ ଟିକେ ବଟର ପକାନ୍ତୁ। ବ୍ରାଉନ୍‌ ବ୍ରେଡ୍‌କୁ ବଟର ଉପରେ ପକାଇ ସେକନ୍ତୁ। ଛେନାକୁ ଗୁଣ୍ଡ କରିଦିଅନ୍ତୁ। ପ୍ଲେଟରେ ବ୍ରେଡ୍‌ ରଖି ତାଉପରେ ପିଜା ସସ୍ ଲଗାନ୍ତୁ ଏହା ଉପରେ ମକା ଓ ସିମଲା ମିର୍ଚ୍ଚ ଭଜାକୁ ରଖନ୍ତୁ ଓ ତା ଉପରେ ଛେନା ଗୁଣ୍ଡ ପକାନ୍ତୁ। ତାୱାରେ ଟିକେ ବଟର ଗରମ କରି ଏହି ବ୍ରେଡ୍‌କୁ ରଖନ୍ତୁ ଓ ଗୋଟୋ ଘୋଡଣୀ ଘୋରେଇ କମ୍‌ ଆଞ୍ଚରେ ଷ୍ଟିମ୍‌ ହେବାକୁ ଦିଅନ୍ତୁ। ଛେନା ମେଲ୍ଟ ହୋଇଯିବା ପରେ ବ୍ରେଡ୍‌କୁ ପ୍ଲେଟକୁ କାଢି ତାଉପରେ ଗୋଲମରିଚ ଗୁଣ୍ଡ ଓ ଅରଗାନୋ ପକାନ୍ତୁ ଓ ଗରମ ଗରମ ଖାଆନ୍ତୁ ବ୍ରେଡ୍‌ ପିଜ୍ଜା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe