Advertisment

ଦେବଦଳନ ରଥର ଅଖ ଭାଙ୍ଗିବା ଅଶୁଭ ଲକ୍ଷଣ: ଗଜପତି

ପୁରୀ: ରଥ ଅଖ ଭାଙ୍ଗିବା ଅଶୁଭ ଲକ୍ଷଣ। ସ୍କନ୍ଧ ପୁରାଣ ଅନୁଯାୟୀ ରାଷ୍ଟ୍ର ଓ ରାଜ୍ୟ ପ୍ରତି ମହାବିପଦ। ସୁଭଦ୍ରାଙ୍କ ଦେବଦଳନ ରଥର ଅଖ ଭାଙ୍ଗିବା ପ୍ରସଙ୍ଗରେ ଓଟିଭିକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ। ରଥଯାତ୍ରା ଆୟୋଜନ ନେଇ ବିଭିନ୍ନ ପ୍ରସଙ୍ଗରେ ମତ ରଖିଛନ୍ତି ଗଜପତି ମହାରାଜ ହାତୀବେଶ ଓଲାଗି ବେଳେ ବିଭ୍ରାଟକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶୃଙ୍ଖଳାକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ଗଜପତି […]

author-image
Rakesh Mallick
ଆଧ୍ୟାତ୍ମିକତା ଅଭାବରୁ ବିଶୃଙ୍ଖଳା ହେଉଛି: ପୁରୀ ଗଜପତି

gajapati

ପୁରୀ: ରଥ ଅଖ ଭାଙ୍ଗିବା ଅଶୁଭ ଲକ୍ଷଣ। ସ୍କନ୍ଧ ପୁରାଣ ଅନୁଯାୟୀ ରାଷ୍ଟ୍ର ଓ ରାଜ୍ୟ ପ୍ରତି ମହାବିପଦ। ସୁଭଦ୍ରାଙ୍କ ଦେବଦଳନ ରଥର ଅଖ ଭାଙ୍ଗିବା ପ୍ରସଙ୍ଗରେ ଓଟିଭିକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ। ରଥଯାତ୍ରା ଆୟୋଜନ ନେଇ ବିଭିନ୍ନ ପ୍ରସଙ୍ଗରେ ମତ ରଖିଛନ୍ତି ଗଜପତି ମହାରାଜ ହାତୀବେଶ ଓଲାଗି ବେଳେ ବିଭ୍ରାଟକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ବିଶୃଙ୍ଖଳାକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ଗଜପତି ମତ ଦେଇଛନ୍ତି। ଶ୍ରୀମନ୍ଦିର ପାଇଁ କରାଯାଇଥିବା ନିୟମିତ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ ବୋଲି ମଧ୍ୟ ମତ ଦେଇଛନ୍ତି।

ଶ୍ରୀଜୀଉଙ୍କୁ ଛୁଇଁବା ପ୍ରସଙ୍ଗରେ ଗଜପତି କହିଛନ୍ତି ଯେ, କେବଳ ରଥ ଉପରେ ନୁହେଁ ପହଣ୍ଡି ବେଳେ ମଧ୍ୟ ଠାକୁରଙ୍କୁ ଛୁଇଁବା ନିଷେଧ ବୋଲି ଶଙ୍କରାଚାର୍ଯ୍ୟ ତାଙ୍କ ନିର୍ଣ୍ଣୟରେ ସ୍ପଷ୍ଟ କରିଛନ୍ତି। ଏନେଇ କାହାରି ମନରେ ଦ୍ୱନ୍ଦ୍ୱ ରହିବା ଉଚିତ୍ ନୁହେଁ।

Advertisment

ଏହାସହ ଶ୍ରୀମନ୍ଦିର ଲାଗି ଆଦର୍ଶ ସେବାୟତ ସୃଷ୍ଟି ଉପରେ ଗଜପତି ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି,“ଆଦର୍ଶ ଓ ଉତ୍ତମ ସେବକ ହିଁ ପରମ୍ପରାକୁ ରକ୍ଷା କରି ପାରିବେ। ଏକ ସେବାୟତ ଗୁରୁକୁଳ ଆଶ୍ରମ ପ୍ରତିଷ୍ଠା ଲାଗି ଚିନ୍ତା କରାଯାଇଛି। ଆସନ୍ତା ଶିକ୍ଷାବର୍ଷରୁ ସେବାୟତ ଗୁରୁକୁଳ ଆରମ୍ଭ ହେବ। ସେବାୟତ ଘରର ପିଲା ସେହି ଆଶ୍ରମରେ ପାଠ ପଢିବେ।”