/odisha-reporter/media/post_attachments/uploads/2017/11/KAHU-KAHU-KAHIDELI-12.jpg)
KAHU KAHU KAHIDELI-12
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ବର୍ଷେ ପୂରିଲା। ବୋଧହୁଏ ୨୦୧୭ର ସବୁଠାରୁ ବଡ଼ ଖବର ଓ ସର୍ବାଧିକ ଚର୍ଚ୍ଚାର ବିଷୟ ଥିଲା ନୋଟ୍ ବନ୍ଦୀ ବା ଡିମନିଟାଇଜେସନ୍ ବା ବିମୁଦ୍ରାକରଣ। ସେ ସମୟକୁ ଭାରତବାସୀ ଆଉ ମନେ ପକେଇବାକୁ ଚାହୁଁନାହାଁନ୍ତି। ବିମୁଦ୍ରାକାରଣ ପାଇଁ ହିଁ ଭାରତୀୟ ଅର୍ଥନୀତିକୁ ନେଇ ବୋଧହୁଏ ସାଧାରଣ ଲୋକ ଚର୍ଚ୍ଚା କରିବାର ସୁଯୋଗ ପାଇଲେ। ସେ କଥା ଛାଡ଼ନ୍ତୁ, ସବୁଠୁ ବଡ଼କଥା ହେଲା ସେଇ (ଅ)ଘଟଣାକୁ ବର୍ଷେ ପୂରିଛି। ସେତେବେଳେ ମୋଦି ବାବୁ କହିଥିଲେ ଯେ, କଳା ଟଙ୍କା ବିରୋଧରେ ଏହା ଏକ ବ୍ରହ୍ମଅସ୍ତ୍ର। ଅପେକ୍ଷା କରି। କଣ ହେଉଛି ଦେଖ। ବର୍ଷେ ଗଲା। କିନ୍ତୁ କଳା ଟଙ୍କାର ଦେଖାନାହିଁ। ସାଧାରଣ ଲୋକ ସେଇ ପ୍ରଶ୍ନଟି ଏବେ ପଚାରୁଛନ୍ତି, ମୋଦି ସାର୍ ଏତେ ଟଙ୍କା ବଦଳେଇଲେ, ନୂଆ ନୂଆ ଡିଜାଇନ୍ ଓ ରଙ୍ଗର ଟଙ୍କା ବଜାରକୁ ଆଣିଲେ। କିନ୍ତୁ କଳା ରଙ୍କର ଟଙ୍କା ତ ଆସିଲାନି। ସେଇ ପ୍ରଶ୍ନକୁ ନେଇ ଏଥରର କାର୍ଟୁନ୍।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
