Advertisment

ସିବିଆଇ ତଦନ୍ତକୁ ନେଇ ରାଜ୍ୟ ବିଜେପିରେ ମତାନ୍ତର

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଠକେଇ ଓ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଏଟି ଲିଙ୍କ୍‌ର ତଦନ୍ତକୁ ନେଇ ବିଜେପି ପ୍ରତିଦିନ ରାଜ୍ୟ ସରକାର ଓ ସିବିଆଇକୁ ଟାର୍ଗେଟ କରୁଛି। ହେଲେ ଦଳ ମଧ୍ୟରେ ସିବିଆଇ ତଦନ୍ତକୁ ନେଇ ଥିବା ମତାନ୍ତର ଏବେ ପଦାକୁ ଆସିଛି। ପ୍ରଥମେ ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ ଏବେ ପୂର୍ବତନ ରାଜ୍ୟ ସଭାପତି କେଭି ସିଂଦେଓ ସିବିଆଇ ତଦନ୍ତକୁ କାଠଗଡାରେ ଛିଡା କରିଛନ୍ତି। ହେଲେ ବର୍ତ୍ତମାନର ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏହି […]

ସିବିଆଇ ତଦନ୍ତକୁ ନେଇ ରାଜ୍ୟ ବିଜେପିରେ ମତାନ୍ତର

bijaya-basanta-kv

Advertisment

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଠକେଇ ଓ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଏଟି ଲିଙ୍କ୍‌ର ତଦନ୍ତକୁ ନେଇ ବିଜେପି ପ୍ରତିଦିନ ରାଜ୍ୟ ସରକାର ଓ ସିବିଆଇକୁ ଟାର୍ଗେଟ କରୁଛି। ହେଲେ ଦଳ ମଧ୍ୟରେ ସିବିଆଇ ତଦନ୍ତକୁ ନେଇ ଥିବା ମତାନ୍ତର ଏବେ ପଦାକୁ ଆସିଛି। ପ୍ରଥମେ ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ ଏବେ ପୂର୍ବତନ ରାଜ୍ୟ ସଭାପତି କେଭି ସିଂଦେଓ ସିବିଆଇ ତଦନ୍ତକୁ କାଠଗଡାରେ ଛିଡା କରିଛନ୍ତି। ହେଲେ ବର୍ତ୍ତମାନର ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏହି ଦୁଇ ନେତାଙ୍କ ସହ ଏକମତ ହୋଇପାରୁନାହାନ୍ତି। ତାଙ୍କ ମତରେ ସିବିଆଇ ତଦନ୍ତ ଠିକ୍‌ ବାଟରେ ଚାଲିଛି। ଚିଟଫଣ୍ଡ ଠକେଇ ଓ ମନ୍ତ୍ରୀଙ୍କ ପାଜେରୋକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବାକୁ ପୂରା ଦମ୍‌ ଲଗାଇ ଦେଇଥିବା ବିଜେପି ମଧ୍ୟରେ ଏପରି ଭିନ୍ନ ମତ ରାଜନୈତିକ ମହଲରେ ଭୃକୁଞ୍ଚନ ସୃଷ୍ଟି କରିଛି।

Advertisment

ଚଳିତବର୍ଷ ଆରମ୍ଭରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍‌ କହିଥିଲେ କେନ୍ଦ୍ର ରାଜ୍ୟ ସରକାରଙ୍କୁ ଛାଡି ଦେଇଛନ୍ତି। ସେତେବେଳେ ଆଲୋଚନା ହେଇଥିଲା ଚିଟ୍‌ଫଣ୍ଡ ତଦନ୍ତକୁ ଜୁଏଲ ଇଙ୍ଗିତ କରୁଛନ୍ତି। କାରଣ ସିବିଆଇ ହେଉଛି କେନ୍ଦ୍ରୀୟ ସଂସ୍ଥା। ହେଲେ ଦଳ ସେତେବେଳେ ଜୁଏଲ୍‌ଙ୍କ ଏ ମତକୁ ଗ୍ରହଣ କରି ନ ଥିଲା।

ଗତ ୧୦ ତାରିଖରେ ବିଜୟ କହିଥିଲେ “ଚିଟ୍‌ଫଣ୍ଡ୍ ଦୁର୍ନୀତି ନେଇ ସିବିଆଇର ତଦନ୍ତ ବାଟ ହୁଡ଼ିଛି। ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ତଦନ୍ତ କରୁ ନାହିଁ। କେବଳ କିଛି ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସଂସ୍ଥା ଖାମଖିଆଲ ଭାବେ ତଦନ୍ତ କରୁଛି। ପାଜେରୋ ଗାଡ଼ି ପ୍ରସଙ୍ଗରେ ସଞ୍ଜୟ ଦାସବର୍ମାଙ୍କୁ ସିବିଆଇ ଯେଉଁ ନୋଟିସ୍ ଜାରି କରିଛି ତାହା କେବଳ ତାଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଉଦ୍ଦିଷ୍ଟ। ସିବିଆଇ ଜାଣିଶୁଣି ଏହା କରିଛି।”

Advertisment

ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଏଟି ଲିଙ୍କ୍‌ ଅଭିଯୋଗକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ବିଜୟ ଏପରି କହି ସିବିଆଇକୁ ସିଧାସଳଖ ଟାର୍ଗେଟ କରିଥିଲେ। ଏବେ ତାଙ୍କ ସହ ପୂର୍ବତନ ବିଜେପି ରାଜ୍ୟ ସଭାପତି କେଭି ସିଂଦେଓ ସ୍ୱର ମିଳାଇଛନ୍ତି। ସିଂଦେଓ କହିଛନ୍ତି “ବିଜୟ ବାବୁ ଯେଉଁ କଥା ଉଠାଇଛନ୍ତି, ସେ ନେଇ ତାଙ୍କ ପାଖରେ କିଛି ତଥ୍ୟ ଥିବ। କେବଳ ସେ ନୁହନ୍ତି, ରାଜ୍ୟବାସୀ ମଧ୍ୟ ଅନୁଭବ କରୁଛନ୍ତି ସିବିଆଇ ତଦନ୍ତ ଯେମିତି ହେବା କଥା ହେଉନାହିଁ।”

ତେବେ ଦଳର ଦୁଇ ବରିଷ୍ଠ ନେତାଙ୍କ ଏହି ମନ୍ତବ୍ୟକୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଗ୍ରହଣ କରିନାହନାନ୍ତି। ସେ କହିଛନ୍ତି, “କିଏ କେଉଁ ପରିପେକ୍ଷୀରେ କହିଛନ୍ତି, ମୁଁ ଜାଣିନାହିଁ। ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ସିବିଆଇ ତଦନ୍ତ ଠିକ୍‌ ବାଟରେ ଚାଲିଛି। ଆଗାମୀ ଦିନରେ ଓଡ଼ିଶାବାସୀ ଏହାର ସୁଫଳ ପାଇପାରିବେ।”

ଚିଟ୍‌ଫଣ୍ଡ ଠକେଇର ସିବିଆଇ ତଦନ୍ତ ପାଇଁ ୨୦୧୪ ମେ’ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜୁନରେ ସିବିଆଇ ଓଡ଼ିଶାରେ ବିଧିବଦ୍ଧ ଭାବେ ତଦନ୍ତ ଆରମ୍ଭ କରିଥିଲେ। ଏହା ମଧ୍ୟରେ କିଛି ନେତାଙ୍କୁ ମଧ୍ୟ ଗିରଫ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe