Advertisment

କେନ୍ଦ୍ର ସରକାର କାଟି ଦେଲେ ମରୁଡ଼ି ସହାୟତା ରାଶି

ଭୁବନେଶ୍ୱର: ମରୁଡ଼ି ସହାୟତା ବାବଦକୁ କେନ୍ଦ୍ର ସରକାର ଓଡ଼ିଶାକୁ ୮୧୫ କୋଟି ଟଙ୍କାର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଥିଲେ। ତେବେ କେନ୍ଦ୍ର ସରକାର ଘୋଷଣା କରିଥିବା ଏହି ଅନୁଦାନ ରାଶିରେ ଏବେ କାଣ୍ଟଛାଣ୍ଟ କରି ଦେଇଛନ୍ତି। ଘୋଷଣା ରାଶିରୁ ୨୧୪ କୋଟି ୪୮ ଲକ୍ଷ ଟଙ୍କା କେନ୍ଦ୍ର ସରକାର କାଟି ଦେଇଛନ୍ତି। ଅର୍ଥାତ ଏବେ ରାଜ୍ୟକୁ ମରୁଡ଼ି ସହାୟତା ବାବଦକୁ ମିଳିବ ୬୦୦ କୋଟି ୫୨ ଲକ୍ଷ ଟଙ୍କା। ଏନେଇ ଜାନୁଆରୀ ୨୨ ତାରିଖରେ କେନ୍ଦ୍ର […]

ଅଦ୍ୟତନ ହୋଇଛି
କେନ୍ଦ୍ର ସରକାର କାଟି ଦେଲେ ମରୁଡ଼ି ସହାୟତା ରାଶି

drought

Advertisment

drought -2ଭୁବନେଶ୍ୱର: ମରୁଡ଼ି ସହାୟତା ବାବଦକୁ କେନ୍ଦ୍ର ସରକାର ଓଡ଼ିଶାକୁ ୮୧୫ କୋଟି ଟଙ୍କାର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଥିଲେ। ତେବେ କେନ୍ଦ୍ର ସରକାର ଘୋଷଣା କରିଥିବା ଏହି ଅନୁଦାନ ରାଶିରେ ଏବେ କାଣ୍ଟଛାଣ୍ଟ କରି ଦେଇଛନ୍ତି। ଘୋଷଣା ରାଶିରୁ ୨୧୪ କୋଟି ୪୮ ଲକ୍ଷ ଟଙ୍କା କେନ୍ଦ୍ର ସରକାର କାଟି ଦେଇଛନ୍ତି। ଅର୍ଥାତ ଏବେ ରାଜ୍ୟକୁ ମରୁଡ଼ି ସହାୟତା ବାବଦକୁ ମିଳିବ ୬୦୦ କୋଟି ୫୨ ଲକ୍ଷ ଟଙ୍କା। ଏନେଇ ଜାନୁଆରୀ ୨୨ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ ଅବଗତ କରାଇଛି। ତେବେ ରାଜ୍ୟ ସରକାର ଏହାର ପ୍ରତିବାଦ କରିଛନ୍ତି। ଗତ ୫ ତାରିଖରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଉପରେ ଆପତ୍ତି ଉଠାଇବା ସହିତ ସଂପୂର୍ଣ୍ଣ ସହାୟତା ଦେବା ପାଇଁ ଚିଠି ଲେଖିଛନ୍ତି। ମରୁଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ବି ରାଜ୍ୟ ସରକାର ଦାବି କରିଛନ୍ତି।

Advertisment

୨୧ରେ ପ୍ରଧାନମନ୍ତ୍ରୀଙ୍କ ବରଗଡ଼ ଚାଷୀ ସମାବେଶ ଓ ତା’ପୂର୍ବରୁ ୧୮ ତାରିଖରେ ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ଆଉ ଏଭଳି ଏକ ସମୟରେ ମରୁଡ଼ି ସହାୟତା ରାଶିରେ ହ୍ରାସ ରାଜ୍ୟ ରାଜନୀତିକୁ ସରଗରମ କରିଛି।

ପ୍ରଧାନମନ୍ତ୍ରୀ ଆସନ୍ତା ୨୧ ତାରିଖରେ ବରଗଡ଼ ଚାଷୀ ସମାବେଶରେ ଯୋଗ ଦେବାକୁ ଆସୁଥିବା ବେଳେ ବିଜେଡି ଏହାକୁ ମୁଖ୍ୟ ପ୍ରସଙ୍ଗ କରି କେନ୍ଦ୍ରକୁ ସମାଲୋଚନା କରିଛି। କଂଗ୍ରେସ ବି ବିଜେଡି ସହ ସ୍ୱର ମିଳାଇଛି।

Advertisment

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ ଏହା ହେଉଛି କେନ୍ଦ୍ର ସରକାରଙ୍କର ଓଡ଼ିଶା ପ୍ରତି ଉଦାସୀନତା। କେନ୍ଦ୍ର ସରକାର ମରୁଡ଼ି ସହାୟତା ବାବଦକୁ ୮୧୫ କୋଟି ଟଙ୍କା ଘୋଷଣା କରିଥିଲେ। ତେଣୁ ପୂରା ୮୧୫ କୋଟି ଟଙ୍କା ଦେବାକୁ ଗତ ୫ ତାରିଖରେ ଚିଠି ଲେଖାଯାଇଛି। ଏ ପର୍ଯ୍ୟନ୍ତ ଉକ୍ତ ଚିଠିର ଜବାବ ଆସିନାହିଁ।

କଂଗ୍ରେସ ମୁଖପାତ୍ର ଗଣେଶ୍ୱର ବେହେରା କହିଛନ୍ତି ଯେ କେନ୍ଦ୍ର ସରକାର ଓଡ଼ିଶାର ମରୁଡ଼ି ସ୍ଥିତି ପ୍ରତି ଉପହାସ କରୁଛନ୍ତି। ଏହାକୁ କଂଗ୍ରେସ ନିନ୍ଦା କରୁଛି। ଏଥିପାଇଁ ରାଜ୍ୟ ସରକାରଙ୍କୁ ଦୋଷ ଦେଇ ହେବ ନାହିଁ। ରାଜ୍ୟ ସରକାର ତାଙ୍କ ତରଫରୁ ଏଥିପାଇଁ ଉଦ୍ୟମ କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ବି ଭେଟି ଏ ସଂପର୍କରେ ଦାବି ଜଣାଇଥିଲେ। ତେବେ ଏନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାର ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କର।

ଅନ୍ୟପକ୍ଷରେ ବିଜେପି କହିଛି ରାଜ୍ୟ ସରକାର ଯେଭଳି ଭାବେ ମରୁଡ଼ି ସହାୟତା ନେଇ ଯୁକ୍ତି ଉପସ୍ଥାପ କରିବା କଥା ସେପରି କରୁ ନାହାନ୍ତି। ଉପା ସରକାରଙ୍କ ତୁଳନାରେ ଏବେ ଅଧିକ ସହାୟତା ଦିଆଯାଉଥିବା ବିଜେପି କହିଛି। ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ କେନ୍ଦ୍ର ସରକାର ମରୁଡ଼ି ସହାୟତା ବାବଦକୁ ୮୧୫ କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲେ। ତେବେ କେଉଁ ପରିସ୍ଥିତିରେ ଏଥିରେ କାଣ୍ଟଛାଣ୍ଟ କରାଗଲା ତାହା କେନ୍ଦ୍ର ସରକାର ଜାଣିଥିବେ। କେନ୍ଦ୍ର ସରକାର କୌଣସି ପ୍ରକାର ମୂଲ୍ୟାଙ୍କନ କରି ଏଭଳି କରି ଥିବେ।  ତେବେ ରାଜ୍ୟ ସରକାର ମରୁଡ଼ି ସହାୟତା ନେଇ କେନ୍ଦ୍ର ସରକାରଙ୍କ ନିକଟରେ କିପରି ଭାବେ ଦାବି ଉପସ୍ଥାପନ କରିଥିଲେ ତାହା ସରକାର ଓ ମୁଖ୍ୟମନ୍ତ୍ରୀ ଜାଣିଥିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe