Advertisment

ବିଡିଓଙ୍କୁ ବିରୋଧ କରି ଚମ୍ପୁଆ ବ୍ଲକ୍ ଅଧ୍ୟକ୍ଷଙ୍କ ସହ ଇସ୍ତଫା ଦେଲେ ୨୧ ସମିତି ସଭ୍ୟ

କେନ୍ଦୁଝର: ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଆଜି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍‌ ଅଧ୍ୟକ୍ଷ ମୋତିଲାଲ ସିଂ ଲାଗୁରୀଙ୍କ ସହିତ ୨୧ ସମିତି ସଭ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବ୍ଲକ୍ ଅଧ୍ୟକ୍ଷ ତାଙ୍କ ଇସ୍ତଫାପତ୍ର ଜିଲ୍ଲାପାଳଙ୍କ ନିକଟକୁ ପଠାଇଥିବା ବେଳେ ସମିତି ସଭ୍ୟମାନେ ସେମାନଙ୍କ ଇସ୍ତଫାପତ୍ର ବିଡିଓ କୁଶଳ ଚନ୍ଦ୍ର ନାଏକଙ୍କ ନିକଟକୁ ପଠାଇଛନ୍ତି। ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକରେ ବିଡିଓ ସେମାନଙ୍କୁ ଅଣଦେଖା କରୁଛନ୍ତି ବୋଲି ବ୍ଲକ୍ ଅଧ୍ୟକ୍ଷ ଓ ସମିତି ସଭ୍ୟମାନେ ଅଭିଯୋଗ କରିଛନ୍ତି। […]

ଅଦ୍ୟତନ ହୋଇଛି
ବିଡିଓଙ୍କୁ ବିରୋଧ କରି ଚମ୍ପୁଆ ବ୍ଲକ୍ ଅଧ୍ୟକ୍ଷଙ୍କ ସହ ଇସ୍ତଫା ଦେଲେ ୨୧ ସମିତି ସଭ୍ୟ

champua-samiti-sabhya

Advertisment

champua-samiti-sabhyaକେନ୍ଦୁଝର: ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଆଜି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍‌ ଅଧ୍ୟକ୍ଷ ମୋତିଲାଲ ସିଂ ଲାଗୁରୀଙ୍କ ସହିତ ୨୧ ସମିତି ସଭ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବ୍ଲକ୍ ଅଧ୍ୟକ୍ଷ ତାଙ୍କ ଇସ୍ତଫାପତ୍ର ଜିଲ୍ଲାପାଳଙ୍କ ନିକଟକୁ ପଠାଇଥିବା ବେଳେ ସମିତି ସଭ୍ୟମାନେ ସେମାନଙ୍କ ଇସ୍ତଫାପତ୍ର ବିଡିଓ କୁଶଳ ଚନ୍ଦ୍ର ନାଏକଙ୍କ ନିକଟକୁ ପଠାଇଛନ୍ତି।

Advertisment

ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକରେ ବିଡିଓ ସେମାନଙ୍କୁ ଅଣଦେଖା କରୁଛନ୍ତି ବୋଲି ବ୍ଲକ୍ ଅଧ୍ୟକ୍ଷ ଓ ସମିତି ସଭ୍ୟମାନେ ଅଭିଯୋଗ କରିଛନ୍ତି।

ସମିତି ସଭ୍ୟ ସଂଜୀବ କୁମାର ଗିରି କହିଛନ୍ତି,“ବିଡିଓ ମନମୁଖୀ କାର୍ଯ୍ୟ ଚଳାଇଛନ୍ତି। ବ୍ଲକ୍‌ରେ କିଛି ବି ଉନ୍ନୟନମୂଳକ କାର୍ଯ୍ୟ କରୁ ନାହାନ୍ତି। ଆମେ କିଛି ଅଭିଯୋଗ ଆଣିଲେ ସେ ଶୁଣନ୍ତି ନାହିଁ। ଓଲଟି ଯୁକ୍ତିତର୍କ କଲେ ଥାନାଫାଣ୍ଡିର ଭୟ ଦେଖାନ୍ତି। ସେ ସମିତି ସଭ୍ୟଙ୍କ ନାଁରେ ଦୁଇଟି କେସ୍ ବି କରିଛନ୍ତି। ଦୁଇ ଅଢ଼େଇ ବର୍ଷ ହେଲାଣି ଏମିତି ଚାଲି ଆସିଛି। ଏସବୁ ଅସହ୍ୟ ହେବାରୁ ଶେଷରେ ଆମେ ଏଭଳି ନିଷ୍ପତ୍ତି ନେଇଛୁ।”

Advertisment

ବ୍ଲକ୍ ଅଧ୍ୟକ୍ଷ ମୋତିଲାଲ ସିଂ ଲାଗୁରୀ କହିଛନ୍ତି,“ସବୁ ଅଡୁଆ ଆରମ୍ଭ ହୋଇଛି ଗୋପବନ୍ଧୁ ଗ୍ରାମୀଣ ଯୋଜନା କାମକୁ ନେଇ। ଏହି ଯୋଜନାରେ ପ୍ରତ୍ୟେକ ପଞ୍ଚାୟତକୁ କାମ ଆସିଛି। ପଞ୍ଚାୟତ ସମିତି ସଭ୍ୟଙ୍କ ଭାଗିଦାରୀରେ ହେବା ପାଇଁ ଏହି କାମ ଆସିଥିଲା। କିନ୍ତୁ ଏହାକୁ ନେଇ ସମିତି ସଭ୍ୟ ଓ ବିଡିଓଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। ଏହି ଯୋଜନାରେ ଆସିଥିବା କାମର ପରିଚାଳନାରେ ସମିତି ସଭ୍ୟମାନେ ଭାଗିଦାର ହେବାକୁ ଚାହୁଁଥିଲେ। କିନ୍ତୁ ବିଡିଓ ସବୁ କାମ ନିଜେ ଦେବାକୁ ଓ ପରିଚାଳନା କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ସମିତି ସଭ୍ୟମାନେ ବିଗିଡ଼ି ଯାଇଥିଲେ। ସେମାନଙ୍କ ଯୁକ୍ତି ହେଲା ସେମାନେ କାମ ଦେଉଛନ୍ତି। କାମ ପାଇଁ ଆପ୍ରୁଭାଲ ଦେଉଛନ୍ତି। କିନ୍ତୁ କାର୍ଯ୍ୟ ପରିଚାଳନା ବେଳକୁ ସେମାନଙ୍କୁ ଉପେକ୍ଷା କରାଯାଉଛି। ଯଦି ସେମାନଙ୍କର ଆବଶ୍ୟକତା ନାହିଁ ତା’ହେଲେ ସେମାନେ ପଦବୀରେ ରହିବାର କିଛି ଆବଶ୍ୟକତା ନାହିଁ।”

ଅନ୍ୟପକ୍ଷରେ ବିଡିଓ କହିଛନ୍ତି ଯେ ସେ ସବୁ କାମ ସରକାରୀ ଗାଇଡ୍‌ ଲାଇନ୍ ଅନୁସାରେ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe