Advertisment

ଏଥର ହୀରାକୁଦ ଜଳ ଶୋଷିଦେଲା ଛତିଶଗଡ଼!

ଭୁବନେଶ୍ୱର: ଅଣମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ସାଙ୍ଘାତିକ ଭାବେ କମିଛି। ଏପରିକି ଗତ ୩ ବର୍ଷର ଜଳପ୍ରବାହକୁ ତୁଳନା କଲେ ଚଳିତ ବର୍ଷ ହୀରାକୁଦ ଡ୍ୟାମ୍‌କୁ ସବୁଠାରୁ କମ୍ ପାଣି ଆସିଛି। ଜଳ ସମ୍ପଦ ବିଭାଗ ଆଜି ଏଭଳି ଚିନ୍ତାଜନକ ତଥ୍ୟ ରଖିଛି। ଅନ୍ୟପକ୍ଷରେ କଲମା ଗେଟ୍ ବନ୍ଦ ହୋଇନଥିବା ସଫେଇ ଦେଇଛି ଛତିଶଗଡ଼।

ମହାନଦୀ ଉପରେ ମୁଣ୍ଡରେ ୬ଟି ଶିଳ୍ପ  ବ୍ୟାରେଜ ଛତିଶଗଡ ସରକାର ନିର୍ମାଣ କରିଛନ୍ତି। ଆଉ ମନମୁଖୀ ଭାବେ ସେସବୁର ଗେଟ୍ ବନ୍ଦ କରୁଥିବାରୁ ଜଳପ୍ରଭାବ ସାଂଘାତିକ ଭାବେ କମୁଛି। ଜଳସଂପଦ ବିଭାଗ ତଥ୍ୟ ଅନୁସାରେ ଗତ ତିନିବର୍ଷ ଅପେକ୍ଷା ଚଳିତ ବର୍ଷ ମାର୍ଚ୍ଚରେ ହାରାହାରି ଭାବେ ୪୦.୬୫ ପ୍ରତିଶତ ମିଲିୟନ୍ ଏକର ଫିଟ୍ ଜଳପ୍ରବାହ କମିଛି। ସେହିପରି ଏପ୍ରିଲରେ ୬୬.୫୬ ପ୍ରତିଶତ ଓ ମେ’ରେ ୭୯.୩୭ ପ୍ରତିଶତ ଜଳପ୍ରବାହ କମିଛି। ଯଦି ସେହି ଅନୁସାରେ ଆଗାମୀ ଦିନରେ ଜଳପ୍ରବାହ କମିଚାଲେ ତାହାହେଲେ ମହାନଦୀ ଶୁଖିଯିବ।

ଅନ୍ୟପକ୍ଷରେ କଲମା ଗେଟ୍ ବନ୍ଦ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ଚିଠି ଲେଖିବାପରେ ପୁଣି ମହାନଦୀ ବିବାଦ ସାମ୍ନାକୁ ଆସିଛି। ଗତକାଲି ଛତିଶଗଡ ଜଳସଂପଦ ମନ୍ତ୍ରୀ ବ୍ରିଜମୋହନ ଅଗ୍ରଓ୍ୱାଲ୍ କହିଥିଲେ ବ୍ୟାରେଜରେ କୌଣସି ଗେଟ୍ ବନ୍ଦ ହୋଇନାହିଁ। ଏହାକୁ ବିଜେଡି ନିନ୍ଦା କରିଛି। ବ୍ରିଜମୋହନ ଡାହା ମିଛ କହୁଛନ୍ତ ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି। ସେପଟେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ପାଲଟା ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।

ସେ କହିଛନ୍ତି,“ମହାନଦୀ ପାଣି ଛତିଶଗଡ଼ ସରକାର ଅଟକାଉଛି। ଏହାକୁ ଆମେ ବିରୋଧ କରୁଛୁ। ଯେତେବେଳେ ମହାନଦୀର ୭୦ ଭାଗ ପାଣି ସମୁଦ୍ରକୁ ଚାଲିଯାଉଛି ସେଥିପାଇଁ ଆମେ କାହାକୁ ଦାୟୀ କରିବା? ମହାନଦୀକୁ ନେଇ ବିଜେଡି କେବଳ ରାଜନୀତି କରୁଛି। ମୁଖ୍ୟମନ୍ତ୍ରୀଙ୍କ ପାଖରେ କୌଣସି ତଥ୍ୟ ନାହିଁ।”

କିଛି ଦିନ ପୂର୍ବରୁ କଲମା ଗେଟ୍ ବନ୍ଦ ନେଇ ଓଟିଭିର ଗ୍ରାଉଣ୍ଡ ରିପୋର୍ଟରେ ପ୍ରଥମେ ଖବର ପ୍ରସାରିତ ହୋଇଥିଲା। ତାକୁ ନେଇ ରାଜ୍ୟ ସରକାରଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଥିଲା।

[vc_video link="" align="center"]

author-image
Ordigital Desk