Advertisment

ମୁଣ୍ଡ ନୁଆଁଇଲା ଛତିଶଗଡ଼: କଲମା ବ୍ୟାରେଜ୍‌ର ୨ ଗେଟ୍‌ରୁ ଛାଡୁଛି ପାଣି

ଭୁବନେଶ୍ୱର: ଓଡ଼ିଶାର ପ୍ରତିବାଦ ପରେ ଛତିଶଗଡ଼ ସରକାର ଆଜି କଲମା ବ୍ୟାରେଜ୍‌ର ୨ଟି ଗେଟ୍ ଖୋଲିଛନ୍ତି। ପୂର୍ବରୁ ଖୋଲାଯାଇଥିବା ଗୋଟିଏ ସହ ମୋଟ ୨ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି କଲମା ବ୍ୟାରେଜ ମୁଖ୍ୟଯନ୍ତ୍ରୀ ଏସ୍.କେ.ଅୱଧିଆ। ସେ କହିଛନ୍ତି ଯେ ଗତବର୍ଷଠାରୁ କଲମା ବ୍ୟାରେଜ କାର୍ଯ୍ୟକ୍ଷମ ହୋଇଛି। ବ୍ୟାରେଜର ଗୋଟିଏ ଗେଟ୍ ସବୁବେଳେ ଖୋଲା ରହିଥାଏ। ମୌସୁମୀ ବର୍ଷା ଆସୁଥିବାରୁ ଆଉ ଗୋଟିଏ ଗେଟ୍ ଖୋଲାଯାଇଛି ବୋଲି ଫୋନ ଯୋଗେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ମୁଣ୍ଡ ନୁଆଁଇଲା ଛତିଶଗଡ଼: କଲମା ବ୍ୟାରେଜ୍‌ର ୨ ଗେଟ୍‌ରୁ ଛାଡୁଛି ପାଣି

kalma-barrage

ଭୁବନେଶ୍ୱର: ଓଡ଼ିଶାର ପ୍ରତିବାଦ ପରେ ଛତିଶଗଡ଼ ସରକାର ଆଜି କଲମା ବ୍ୟାରେଜ୍‌ର ୨ଟି ଗେଟ୍ ଖୋଲିଛନ୍ତି। ପୂର୍ବରୁ ଖୋଲାଯାଇଥିବା ଗୋଟିଏ ସହ ମୋଟ ୨ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି କଲମା ବ୍ୟାରେଜ ମୁଖ୍ୟଯନ୍ତ୍ରୀ ଏସ୍.କେ.ଅୱଧିଆ। ସେ କହିଛନ୍ତି ଯେ ଗତବର୍ଷଠାରୁ କଲମା ବ୍ୟାରେଜ କାର୍ଯ୍ୟକ୍ଷମ ହୋଇଛି। ବ୍ୟାରେଜର ଗୋଟିଏ ଗେଟ୍ ସବୁବେଳେ ଖୋଲା ରହିଥାଏ। ମୌସୁମୀ ବର୍ଷା ଆସୁଥିବାରୁ ଆଉ ଗୋଟିଏ ଗେଟ୍ ଖୋଲାଯାଇଛି ବୋଲି ଫୋନ ଯୋଗେ ଓଟିଭିକୁ ପ୍ରତିକ୍ରିୟା ଦେଇ କଲମା ବ୍ୟାରେଜ୍ ମୁଖ୍ୟଯନ୍ତ୍ରୀ ଏସ୍.କେ.ଅବଧିଆ କହିଛନ୍ତି ।

Advertisment

ଏନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ କହିଛନ୍ତି,“କେଉଁ ନଦୀରୁ କେତେ ଜଳ ଛଡ଼ାଯିବ ସେ ନିଷ୍ପତ୍ତି CWC ନିଏ। ଏଥିରେ ଆମେ କଣ କରି ପାରିବୁ ନା ଓଡ଼ିଶା କଣ କରିପାରିବ। ମହାନଦୀରେ କେବଳ ୪ ମାସ ଜଳ ପ୍ରବାହ ଜାରି ରହିଥାଏ। ବାକି ସମୟ ମହାନଦୀରେ କେବଳ ବାଲି ଦେଖାଯାଏ। ଏବେ ମହାନଦୀରେ ପାଣି ନାହିଁ, ପାଣି ଦିଆଯିବ କେମିତି? ପାଣି ପାଇଁ କାହାର କିଛି ଆପତ୍ତି ଥିଲେ CWCକୁ ଯାଆନ୍ତୁ।”