Advertisment

ଶୀତ ଦିନରେ ଖାଆନ୍ତୁ ଗରମ ଗରମ ଚିକେନ୍ ପକୋଡ଼ା

ଶୀତ ଦିନରେ ଛଣାଛଣି ଜିନିଷ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ସେଥିପାଇଁ ଲୋକେ ବଜାରରେ ଚିକେନ୍‌ ପକୋଡ଼ାଠାରୁ ଆରମ୍ଭ ବିଭିନ୍ନ ଛଣାଛଣି ଜିନିଷ ଖାଇଥାନ୍ତି। କିନ୍ତୁ ଏହାକୁ ଘର ତିଆରି କରି ପାରିବେ। ଏହାକୁ ତିଆରି କରିବାକୁ ଟିକିଏ କଷ୍ଟ କରିବାକୁ ପଡ଼ିବ। ଆସନ୍ତୁ ଜାଣିବା ଚିକେନ୍ ପକୋଡ଼ାର ପ୍ରସ୍ତୁତି ପ୍ରଣାଳୀ। ଆବଶ୍ୟକ ସାମଗ୍ରୀ:ଚିକେନ୍‌, ଲୁଣ, ଲଙ୍କାଗୁଣ୍ଡ, ହଳଦୀ, ଟମାଟୋସସ୍, ଚିଲିସସ୍‌ , ସୋୟା ସସ୍‌, କଲର ପାଉଡର, କର୍ଣ୍ଣଫ୍ଲୋର ପାଉଡର, ରିଫାଇନ୍‌ ତେଲ, ଅଦା, ରସୁଣ, […]

ଅଦ୍ୟତନ ହୋଇଛି
ଶୀତ ଦିନରେ ଖାଆନ୍ତୁ ଗରମ ଗରମ ଚିକେନ୍ ପକୋଡ଼ା

chcknpokoda

Advertisment

ଶୀତ ଦିନରେ ଛଣାଛଣି ଜିନିଷ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ସେଥିପାଇଁ ଲୋକେ ବଜାରରେ ଚିକେନ୍‌ ପକୋଡ଼ାଠାରୁ ଆରମ୍ଭ ବିଭିନ୍ନ ଛଣାଛଣି ଜିନିଷ ଖାଇଥାନ୍ତି। କିନ୍ତୁ ଏହାକୁ ଘର ତିଆରି କରି ପାରିବେ। ଏହାକୁ ତିଆରି କରିବାକୁ ଟିକିଏ କଷ୍ଟ କରିବାକୁ ପଡ଼ିବ। ଆସନ୍ତୁ ଜାଣିବା ଚିକେନ୍ ପକୋଡ଼ାର ପ୍ରସ୍ତୁତି ପ୍ରଣାଳୀ।

Advertisment

ଆବଶ୍ୟକ ସାମଗ୍ରୀ:ଚିକେନ୍‌, ଲୁଣ, ଲଙ୍କାଗୁଣ୍ଡ, ହଳଦୀ, ଟମାଟୋସସ୍, ଚିଲିସସ୍‌ , ସୋୟା ସସ୍‌, କଲର ପାଉଡର, କର୍ଣ୍ଣଫ୍ଲୋର ପାଉଡର, ରିଫାଇନ୍‌ ତେଲ, ଅଦା, ରସୁଣ, ପିଆଜ ପେଷ୍ଟ

ପ୍ରସ୍ତୁତି ପ୍ରଣାଳୀ:  କିଛି ଚିକେନ ଆଣନ୍ତୁ। ତାକୁ ଭଲ ଭାବରେ ଧୋଇ ଏକ ପ୍ଲେଟ୍‌ରେ ରଖନ୍ତୁ। ଏହାପରେ ସେଥିରେ ଲୁଣ, ଲଙ୍କାଗୁଣ୍ଡ ଓ ହଳଦୀ ପକାନ୍ତୁ। ପରେ ଟମାଟୋସସ୍, ଚିଲିସସ୍‌, ସୋୟାସସ୍‌ ଓ ଅଦା, ରସୁଣ, ପିଆଜ ପେଷ୍ଟ ପକାନ୍ତୁ। ସେଥିରେ କନଫ୍ଲୋର ପାଉଡ଼ର ପକାଇ ଭଲ ଗୋଳାନ୍ତୁ। ପରେ ସେଥିରେ କିଛି କଲର ପାଉଡ଼ର ପକାଇ ଗୋଳାଇ ଦିଅନ୍ତୁ। ତାକୁ କିଛି ସମୟ ରଖି ଦିଅନ୍ତୁ। ଏହାପରେ କଡ଼େଇରେ ତେଲ ଗରମ କରନ୍ତୁ। ଗୋଳାଇ ରଖିଥିବା ଚିକେନ୍‌କୁ ଛାଣନ୍ତୁ। ଏହା ହୋଇଯିବା ପରେ ତାକୁ ପ୍ଲେଟକୁ କାଢ଼ି ଦିଅନ୍ତୁ।

Advertisment

ଚିକେନ୍‌ ପକୋଡ଼ା ପ୍ଲେଟ୍‌କୁ ପିଆଜ ଓ ଲେମ୍ବକୁ ଗୋଲେଇ ଗୋଲେଇ କାଟି ସଜାଇ ପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe