/odisha-reporter/media/post_attachments/uploads/2018/05/chicken-madras-1-1.jpg)
chicken-madras (1)
ଆବଶ୍ୟକ ସାମଗ୍ରୀ:ଚିକେନ୍, ଡାଲଚିନି, ବଡ଼ ଅଳେଇଚ, ତେଲ, କଟା ପିଆଜ, ବଟା ରସୁଣ, ବଟା ଅଦା, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଖଟା ଦହି କିମ୍ବା ଭିନେଗାର।
Advertisment
ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ଚିକେନ୍ରୁ ହାଡ଼ ବାହାର କରିଦେଇ ଧୋଇ ଦିଅନ୍ତୁ। ଅଳ୍ପ ଆଞ୍ଚରେ ପ୍ରେସର କୁକର ବସାଇ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଡାଲଚିନି, ବଡ଼ ଅଳେଇଚ, ଅଦାବଟା ଓ ରସୁଣ ବଟାକୁ ପକାଇ କଷନ୍ତୁ। ଏହାପରେ ସେଥିରେ କଟା ପିଆଜ ପକାଇ କଷନ୍ତୁ। ପିଆଜର ରଙ୍ଗ ବାଦାମୀ ପଡ଼ି ଆସିଲେ ସେଥିରେ ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ ଓ ଖଟାଦହି କିମ୍ବା ଭିନେଗାର ପକାନ୍ତୁ। ତା’ପରେ ସେଥିରେ ଚିକେନ୍ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଆବଶ୍ୟକ ଅନୁଯାୟୀ ପାଣିଦେଇ ସାରିବା ପରେ ପ୍ରେସର କୁକରକୁ ଢାଙ୍କୁଣୀ ଦେଇ ବନ୍ଦ କରିଦିଅନ୍ତୁ। ଦୁଇଟି ହୁଇସିଲ୍ ମାରିବା ପରେ ଓହ୍ଲାଇ ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ୍ ସୁପର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
