Advertisment

ଚିଟ୍‌ଫଣ୍ଡ୍‌ ଲିଙ୍କ୍ ଥିବା ପ୍ରଯୋଜକ ଦୋଷୀ ସାବ୍ୟସ୍ତ ହେଲେ ହରାଇବେ ୟୁସିସିସି ସଦସ୍ୟତା

କଟକ: ଓସ୍କାର ଚିଟ୍‌ଫଣ୍ଡ୍‌ ସଂସ୍ଥା ମୁଖ୍ୟ ପ୍ରଭାସ ରାଉତ ଗିରଫ ହେବା ପରେ ଚିଟ୍‌ଫଣ୍ଡ୍ ଟଙ୍କାରେ ଫିଲ୍ମ ନିର୍ମାଣ ନେଇ ତୁମ୍ବିତୋଫାନ୍ ଚାଲିଥିବା ବେଳେ ଏଭଳି ପ୍ରଯୋଜକଙ୍କ ସଂପର୍କରେ ଆଜି କଡ଼ା ନିଷ୍ପତ୍ତି ନେଇଛି ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ (ୟୁସିସିସି)। ଏଭଳି ପ୍ରଯୋଜକଙ୍କ ମାମଲା ବିଚାରାଧୀନ ଥିବା ଯାଏଁ ସଂଘ ସେମାନଙ୍କୁ କୌଣସି ପ୍ରକାର ସହଯୋଗ କରିବ ନାହିଁ। ସେମାନଙ୍କ ମଧ୍ୟରୁ ଯିଏ ଦୋଷୀ ସାବ୍ୟସ୍ତ ହେବ ସଂଘ ସେମାନଙ୍କ ସଦସ୍ୟତା ରଦ୍ଦ କରି […]

ଅଦ୍ୟତନ ହୋଇଛି
ଚିଟ୍‌ଫଣ୍ଡ୍‌ ଲିଙ୍କ୍ ଥିବା ପ୍ରଯୋଜକ ଦୋଷୀ ସାବ୍ୟସ୍ତ ହେଲେ ହରାଇବେ ୟୁସିସିସି ସଦସ୍ୟତା

film-producers

Advertisment

film-producersକଟକ: ଓସ୍କାର ଚିଟ୍‌ଫଣ୍ଡ୍‌ ସଂସ୍ଥା ମୁଖ୍ୟ ପ୍ରଭାସ ରାଉତ ଗିରଫ ହେବା ପରେ ଚିଟ୍‌ଫଣ୍ଡ୍ ଟଙ୍କାରେ ଫିଲ୍ମ ନିର୍ମାଣ ନେଇ ତୁମ୍ବିତୋଫାନ୍ ଚାଲିଥିବା ବେଳେ ଏଭଳି ପ୍ରଯୋଜକଙ୍କ ସଂପର୍କରେ ଆଜି କଡ଼ା ନିଷ୍ପତ୍ତି ନେଇଛି ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ (ୟୁସିସିସି)। ଏଭଳି ପ୍ରଯୋଜକଙ୍କ ମାମଲା ବିଚାରାଧୀନ ଥିବା ଯାଏଁ ସଂଘ ସେମାନଙ୍କୁ କୌଣସି ପ୍ରକାର ସହଯୋଗ କରିବ ନାହିଁ। ସେମାନଙ୍କ ମଧ୍ୟରୁ ଯିଏ ଦୋଷୀ ସାବ୍ୟସ୍ତ ହେବ ସଂଘ ସେମାନଙ୍କ ସଦସ୍ୟତା ରଦ୍ଦ କରି ଦେବ। ସେମାନେ ଭବିଷ୍ୟତରେ ଆଉ ଫିଲ୍ମ ନିର୍ମାଣ କରିପାରିବେ ନାହିଁ।

Advertisment

ଆଜି କଟକରେ ଉତ୍କଳ ସିନେ ଚାମ୍ବର ଅଫ୍‌ କମର୍ସର ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର ଅଧ୍ୟକ୍ଷ ଦିଲ୍ଲୀପ ମିଶ୍ର କହିଥିଲେ,“୧୯୩୬ରେ ସୀତା ବିବାହାରୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଆରମ୍ଭ ହୋଇଛି। କିନ୍ତୁ ପୂର୍ବରୁ କେବେ ବି ଏଭଳି ସ୍କାମ୍ ହୋଇ ନ ଥିଲା। ଫିଲ୍ମ ପ୍ରଯୋଜନାକୁ ଓହ୍ଲାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ କିଏ ଅପରାଧୀ ବା କିଏ କାହା ସହିତ ସଂପର୍କ ରଖିଛି ତାହା ଜାଣିବା ମୁସ୍କିଲ୍। ତେବେ ଏଭଳି ଠକେଇ ଅଭିଯୋଗ ଆସିଥିବା ପ୍ରଯୋଜକମାନଙ୍କ ମାମଲା କୋର୍ଟରେ ଥିବା ଯାଏଁ ସଂଘ ସେମାନଙ୍କୁ କୌଣସି ପ୍ରକାର ସହଯୋଗ କରିବ ନାହିଁ। ଆଜିଠୁ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଆଉ ସେମାନେ କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ଆମେ ସେମାନଙ୍କ ସଦସ୍ୟତାକୁ ରଦ୍ଦ କରି ଦେବୁ। ସେ ଆଉ ଥରେ ସଂଘର ସଦସ୍ୟ ହୋଇପାରିବେ ନାହିଁ କି ଫିଲ୍ମ ନିର୍ମାଣ କରି ପାରିବେ ନାହିଁ।”

ସେ କହିଥିଲେ,“ଦର୍ଶକଙ୍କ ଯୋଗୁଁ ଆମର ଅସ୍ତିତ୍ୱ ଅଛି। ସେମାନଙ୍କ ସହିତ ଆମେ ଓତଃପ୍ରୋତ ଭାବେ ଜଡ଼ିତ। ସେମାନଙ୍କଠାରୁ ପଇସା ପାଇଲେ ଆମ ପ୍ରଯୋଜକମାନେ ଫିଲ୍ମ ନିର୍ମାଣ କରୁଛନ୍ତି ବା ଏ ଇଣ୍ଡଷ୍ଟ୍ରି ଚଳୁଛି। କିନ୍ତୁ କିଛି ଲୋକ ଦର୍ଶକଙ୍କ ପଇସାରେ ଖେଳିଛନ୍ତି ଯାହାକି ନିନ୍ଦନୀୟ।”

Advertisment

ନୂଆ କରି ସଂଘର ସଦସ୍ୟ ହେବାକୁ ଚାହୁଁଥିବା ପ୍ରଯୋଜକଙ୍କ ପାଇଁ ନୂଆ ଗାଇଡ୍ ଲାଇନ୍‌ ଜାରି କରିବା ପାଇଁ ଚିନ୍ତା କରାଯାଉଛି ବୋଲି ଦିଲ୍ଲୀପ ମିଶ୍ର କହିଛନ୍ତି।

ସେ କହିଥିଲେ,“ଭବିଷ୍ୟତରେ ସଂଘର ସଦସ୍ୟତା ପାଇଁ ଆମେ ବ୍ୟାଙ୍କ୍ ଷ୍ଟେଟ୍‌ମେଣ୍ଟ୍ ଓ ପୋଲିସ୍‌ର ଏନ୍‌ଓସିକୁ ବାଧ୍ୟତାମୂଳକ କରିବୁ। ଏନେଇ ଆମେ ନିଷ୍ପତ୍ତି ନେଇ ନାହୁଁ, କିନ୍ତୁ ଏହାର ବିଚାରାଧୀନ ରହିଛି। ଆମେ ପୂରା ଯାଞ୍ଚ କରି ସଦସ୍ୟତା ଦେବୁ। ଫଳରେ ଇଣ୍ଡଷ୍ଟ୍ରୀକୁ କିଛି ଭଲ ପ୍ରଯୋଜକ ଆସିବେ।”

ବର୍ତ୍ତମାନ ସଂଘର ସଦସ୍ୟ ଥିବା ପ୍ରଯୋଜକମାନଙ୍କର ମଧ୍ୟ କାଗଜପତ୍ର ଯାଞ୍ଚ କରାଯାଇପାରେ। ଏହାକୁ ସଂପୂର୍ଣ୍ଣ ଭାବେ ଅଗ୍ରାହ୍ୟ କରାଯାଇ ନ ପାରେ ବୋଲି କହିଥିଲେ ଅଧ୍ୟକ୍ଷ ଦିଲ୍ଲୀପ ମିଶ୍ର।

ସେ କହିଥିଲେ,“ ଅଭିଯୁକ୍ତ ପ୍ରଯୋଜକଙ୍କଠାରୁ କେଉଁ ଅଭିନେତା କେତେ ଟଙ୍କା ନେଇଥିଲେ ବା ସେମାନେ କେଉଁ ଭଳି ଭାବେ ଅନୁଗୃହୀତ ହୋଇଥିଲେ ତାହା ସଂଘ କହିପାରିବ ନାହିଁ। କାରଣ ସେ ନେଇ ସଂଘ ପାଖରେ କୌଣସି ତଥ୍ୟ ନାହିଁ।”

ସୂଚନାଯୋଗ୍ୟ, ପ୍ରଭାସ ରାଉତ, ଗୟାଧର ଜେନା, ନିରଞ୍ଜନ ରଣା, ନାରାୟଣ ସିଂହ, ରତିକାନ୍ତ କାନୁନଗୋ ଓ ସୁନୀଲ ପଣ୍ଡା ଭଳି ଅନେ ପ୍ରଯୋଜକ ଏବେ ଠକେଇ ମାମଲାରେ ଜେଲ୍‌ରେ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe