Advertisment

ଚିଟ୍‌ଫଣ୍ଡ୍ ଠକେଇ: ସାଫେକ୍ସ ଇଣ୍ଡିଆର ଏମ୍‌ଡି ଗିରଫ

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍ କଂପାନୀ ସାଫେକ୍ସ ଇନ୍‌ଫ୍ରା ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଫିରୋଜ ଖାନ୍‌ଙ୍କୁ ରବିବାର ଗିରଫ କରିଛି ଭୁବନେଶ୍ୱରର ସହିଦ ନଗର ଥାନା ପୋଲିସ୍। ଚିଟ୍‌ଫଣ୍ଡ୍ ଠକେଇ ଅଭିଯୋଗରେ କଂପାନୀ ନାଁରେ ଅଭିଯୋଗ ହେବା ପରଠାରୁ ସେ ଫେରାର ଥିଲେ। ସହିଦ ନଗର ଥାନା ପୋଲିସ୍ ଫିରୋଜଙ୍କୁ ଗିରଫ କରିବା ପରେ ସିବିଆଇକୁ ହସ୍ତାନ୍ତର କରିଛି। ସିବିଆଇ ତାଙ୍କୁ କୋର୍ଟରେ ହାଜର କରାଇବା ପରେ ରିମାଣ୍ଡରେ ନେବାକୁ ଆବେଦନ କରିବ। ସୂଚନାଯୋଗ୍ୟ, ରାଜ୍ୟରେ ହୋଇଥିବା ଚିଟ୍‌ଫଣ୍ଡ […]

ଅଦ୍ୟତନ ହୋଇଛି
ଚିଟ୍‌ଫଣ୍ଡ୍ ଠକେଇ: ସାଫେକ୍ସ ଇଣ୍ଡିଆର ଏମ୍‌ଡି ଗିରଫ

firojkhan

Advertisment

firojkhanଭୁବନେଶ୍ୱର: ଚିଟ୍‌ଫଣ୍ଡ୍ କଂପାନୀ ସାଫେକ୍ସ ଇନ୍‌ଫ୍ରା ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଫିରୋଜ ଖାନ୍‌ଙ୍କୁ ରବିବାର ଗିରଫ କରିଛି ଭୁବନେଶ୍ୱରର ସହିଦ ନଗର ଥାନା ପୋଲିସ୍। ଚିଟ୍‌ଫଣ୍ଡ୍ ଠକେଇ ଅଭିଯୋଗରେ କଂପାନୀ ନାଁରେ ଅଭିଯୋଗ ହେବା ପରଠାରୁ ସେ ଫେରାର ଥିଲେ। ସହିଦ ନଗର ଥାନା ପୋଲିସ୍ ଫିରୋଜଙ୍କୁ ଗିରଫ କରିବା ପରେ ସିବିଆଇକୁ ହସ୍ତାନ୍ତର କରିଛି। ସିବିଆଇ ତାଙ୍କୁ କୋର୍ଟରେ ହାଜର କରାଇବା ପରେ ରିମାଣ୍ଡରେ ନେବାକୁ ଆବେଦନ କରିବ।

Advertisment

ସୂଚନାଯୋଗ୍ୟ, ରାଜ୍ୟରେ ହୋଇଥିବା ଚିଟ୍‌ଫଣ୍ଡ ଠକେଇର ତଦନ୍ତ ସିବିଆଇ କରୁଛି। ସିବିଆଇ ଫିରୋଜଙ୍କୁ ଖୋଜୁଥିଲା।

ଚିଟ୍‌ଫଣ୍ଡ୍ କଂପାନୀ  ସାଫେକ୍ସ ଇନ୍‌ଫ୍ରା ଇଣ୍ଡିଆର ପ୍ରାୟ ୨୫ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି। ୨୦୧୨ରେ କ୍ରାଇମବ୍ରାଞ୍ଚ୍ କମ୍ପାନୀର ୮ ଜଣ ସଦସ୍ୟଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ୪ ଜଣ ଥିଲେ କଂପାନୀର ନିର୍ଦ୍ଦେଶକ। ଏହା ପରେ ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ ଭାର ସିବିଆଇ ହାତକୁ ଯାଇଥିଲା। କିନ୍ତୁ ସେତେବେଳକୁ ଫେରାର ହୋଇଯାଇଥିଲେ କଂପାନୀର ଏମ୍‌ଡି ଫିରୋଜ ଖାନ୍। ତାଙ୍କୁ ସିବିଆଇ ଖୋଜୁଥିଲେ ବି ଗିରଫ କରିବାରେ ବିଫଳ ହୋଇଥିଲା। ତେବେ ଆଜି ସହିଦ ନଗର ଥାନା ପୋଲିସ୍ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେ ଭୁବନେଶ୍ୱରର ଜୟଦେବ ବିହାର ଅଞ୍ଚଳରେ ଥିବା ନେଇ ସହିଦ ନଗର ଥାନା ପୋଲିସ୍ ସୂଚନା ପାଇଥିଲା। ତାଙ୍କ ଗତିବିଧିକୁ ଲକ୍ଷ୍ୟ କରିବା ପରେ ପୋଲିସ୍ ତାଙ୍କୁ ଗିରଫ କରିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe